ଭୁବନେଶ୍ୱର, ୦୪/୦୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଟିଟିଲାଗଡ଼ ଆର ଆଣ୍ଡ ବି ସବ୍-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ । ଆୟଠୁ ଅଧିକ ସମ୍ପତ୍ତି ଜମା କରିବା ଅଭିଯୋଗରେ ଗୁରୁବାର ଦିଲେଶ୍ୱର ମାଝୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଏହି ଚଢ଼ାଉରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ । ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ମୋଟ୍ ୬ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା ।
ଏହି ଚଢାଉରେ ୪ଟି ଘର, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ୯ଟି ଦାମୀ ପ୍ଲଟ୍, ୩୦୦ ଗ୍ରାମ ସୁନା, ୪୯.୪୫ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଜମା, ୬.୫୭ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ ହୋଇଥିଲା । ଏସମସ୍ତ ସମ୍ପତ୍ତିର ହିସାବ ଦେଇପାରି ନଥିବାରୁ ଆଜି ତାଙ୍କୁ ଗିରଫ କରାଯାଇଛି ।