ଭୁବନେଶ୍ୱର,୦୪/୦୭: ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଖୋଲିବ କି ବନ୍ଦ ରହିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ବନ୍ୟାଞ୍ଚଳରେ ଜିଲ୍ଲାପାଳ ତଦାରଖ କରୁଛନ୍ତି । ବନ୍ୟା ପ୍ରଭାବିତ ଛାତ୍ରଛାତ୍ରୀମାନେ କିଭଳି ପାଠ ପଢ଼ିବେ, କେମିତି ସୁବିଧା ହୋଇପାରିବ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଯଦିଓ ପିଲାମାନଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ଅସୁବିଧା ହୋଇନାହିଁ, ତେବେ ସେମିତି କିଛି ହେଲେ ସେହି ସବୁ ସ୍ଥାନରେ କିଛି ଦିନ ପାଇଁ ସ୍କୁଲ ବନ୍ଦ ରହିପାରେ । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ବିଜେପିକୁ ମିଳିପାରେ ପ୍ରଥମ ମହିଳା ରାଷ୍ଟ୍ରୀୟ ଅଧ୍ୟକ୍...