ପ୍ରମୂଖ ଖବର
  • ନିମାପଡା : କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଚାଳିଗଲା ଛାତ୍ରଙ୍କ ଜୀବନ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

କୃଷ୍ଣପୁର ଗାଁରେ ବାଘ ଆତଙ୍କ ! ଜଙ୍ଗଲରୁ ମିଳିଲା ଗାଈର ଅଧା ଅଂଶ ନଥିବା ମୃତଦେହ

ମୋହନା, ୨୮/୧୦: କୃଷ୍ଣପୁର ଗାଁ ନିକଟସ୍ଥ ଜଙ୍ଗଲରୁ ଗୋଟିଏ ଗାଈର ମୃତଦେହ ଉଦ୍ଧାର କରାଯାଇଛି । ଗାଈର ଶରୀରର ଅଧା ଅଂଶ କୌଣସି ବନ୍ୟଜନ୍ତୁ ଖାଇଥିବା ଜଣାପଡ଼ିଛି । ଏହି କାରଣରୁ ଗ୍ରାମବାସୀଙ୍କ ମନରେ ବାଘ ଆତଙ୍କ ସୃଷ୍ଟି ହୋଇଛି ।ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡା କୃଷ୍ଣପୁର ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସୋମବାର ସକାଳେ ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ଗୋଟିଏ ଗାଈ ମରି ପଡ଼ିଥିବା ବେଳେ ଗାଈର ଶରୀରର ଅଧା ଅଂଶ ନଥିବା ଲୋକେ ଦେଖିଥିଲେ । ତେଣୁ ଗାଈକୁ ବାଘ ଖାଇ ଥିବା ସନ୍ଦେହ କରୁଛନ୍ତି ଗାଁ ଲୋକେ । ଉକ୍ତ ସ୍ଥାନରେ କୌଣସି ବନ୍ୟଜନ୍ତୁର ପାଦ ଚିହ୍ନ ମଧ୍ୟ ଦେଖିଥିଲେ ଲୋକେ । ଏହା ଦେଖି ଗାଁ ଲୋକେ ତୁରନ୍ତ ବନ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ । ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ରବିବାର ଦିଗପହଣ୍ଡି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଥିବା ବେଳେ ଚନ୍ଦ୍ରଗିରି ବନାଞ୍ଚଳ କୃଷ୍ଣପୁର ଗାଁ ପାଖରେ ରହିଥିବାରୁ ଲୋକଙ୍କ ମନରେ ବାଘ ଆତଙ୍କ ସୃଷ୍ଟି ହୋଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.