ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ମୋଦି ସରକାରର ୩ୟ ପାଳି : ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୩ ମନ୍ତ୍ରୀ ସାମିଲ

ନୂଆଦିଲ୍ଲୀ – ମୋଦି ସରକାରର ୩ୟ ପାଳି ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ମନ୍ତ୍ରିମଣ୍ଡଳର ବିଭିନ୍ନ ବିଭାଗ ବଣ୍ଟନ ହୋଇଛି। ଏହି କ୍ରମରେ ଓଡ଼ିଶାରୁ ୩ଜଣ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମୋଦି ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି ।

ଗୃହ,ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରାଳୟ ଉପରେ ବିଜେପି ଦବଦବା; ମୋଦି ୩.୦ କ୍ୟବିନେଟରେ କାହାକୁ ମିିଳିଲା କେଉଁ ବିଭାଗ ଦାୟିତ୍ବ?

ପୁଣିଥରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ଶିକ୍ଷା ମନ୍ତ୍ରଣାଳୟ। ତାଙ୍କୁ ମୋଦି କ୍ୟାବିନେଟରେ ଶିକ୍ଷା ବିଭାଗର ମନ୍ତ୍ରୀ ପଦ ମିଳିଛି। ସେହିପରି ଓଡ଼ିଶାରୁ ଆଉ ଜଣେ ମନ୍ତ୍ରୀ ଜୁଏଲ ଓରାମଙ୍କୁ ମିଳିଛି ଆଦିବାସୀ ବ୍ୟାପାର ବିଭାଗ । ତାଙ୍କୁ ବି ସେହି ପୂର୍ବର ଦାୟିତ୍ୱ ପୁନର୍ବାର ଦିଆଯାଇଛି। ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ସେହି ସମାନ ଭାବେ ରେଳ , ସୂଚନା ଓ ପ୍ରସାରଣ ବିଭାଗ ମିଳିଛି। ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଥିବାବେଳେ, ଅଶ୍ୱିନୀ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । 

ଶିବରାଜ ସିଂହ ଚୌହାନଙ୍କୁ କୃଷି ମନ୍ତ୍ରଣାଳୟର ଦାୟିତ୍ୱ

 ଉଲ୍ଲେଖନୀୟ ଯେ, ନାଗପୁର ସାଂସଦ ନିତିନ ଗଡକରୀଙ୍କୁ ପୁଣି ଥରେ ସଡ଼କ ପରିବହନ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି। ଏଥି ସହିତ ସଡ଼କ ପରିବହନ ମନ୍ତ୍ରଣାଳୟରେ ହର୍ଷ ମଲହୋତ୍ରା ଏବଂ ଅଜୟ ଟମଟାଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ବୈଦେଶିକ ମନ୍ତ୍ରଣାଳୟ ଦାୟିତ୍ବ ପୁଣି ଏସ. ଜୟଶଙ୍କରଙ୍କ ହାତରେ ଦିଆଯାଇଛି । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଜୟଶଙ୍କର ମଧ୍ୟ ବୈଦେଶିକ ମନ୍ତ୍ରୀ ପଦରେ ଥିଲେ।

 ଏଥି ସହିତ ଗୃହ ମନ୍ତ୍ରଣାଳୟର ଦାୟିତ୍ବ ପୁଣିଥରେ ଅମିତ ଶାହଙ୍କୁ ଦିଆଯାଇଛି ଏବଂ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ପୁଣି ଥରେ ନିର୍ମଳା ସୀତାରମଣଙ୍କୁ ଦିଆଯାଇଛି। ପୁଣିଥରେ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ବ ମିଳିଛି ରାଜନାଥ ସିଂଙ୍କ ହାତରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.