ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଗୃହ,ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରାଳୟ ଉପରେ ବିଜେପି ଦବଦବା; ମୋଦି ୩.୦ କ୍ୟବିନେଟରେ କାହାକୁ ମିିଳିଲା କେଉଁ ବିଭାଗ ଦାୟିତ୍ବ?

ନୂଆଦିଲ୍ଲୀ,୧୦/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଜୁନ୍ ୯ ତାରିଖ) ଦିନ ନୂତନ ଏନଡିଏ ମେଣ୍ଟ ସରକାରର ୭୧ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ପାଞ୍ଚଜଣଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଏବଂ ୩୬ ଜଣ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ରବିବାର ଅନୁଷ୍ଠିତ ମୋଦୀ କ୍ୟାବିନେଟର ପ୍ରଥମ ବୈଠକ ପରେ ବିଜେପି ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିଛି।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ଏନଡିଏ ସରକାରଙ୍କ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟାଯାଇଛି। ଯଦିଓ ଏହି ସୂଚନା ବିଧୀବଦ୍ଧ ଭାବେ ସରକାରୀ ସୂତ୍ରରୁ ଦିଆଯାଇନାହିଁ, ତେବେ ଜାତୀୟ ଗଣମାଧ୍ୟମର ତଥ୍ୟାନୁଯାୟୀ ଏହାକୁ ଉଲ୍ଲେଖ କରାଗଲା। ଜାତୀୟ ଗଣମାଧ୍ୟମ ସୂଚନାନୁସାରେ ନାଗପୁର ସାଂସଦ ନିତିନ ଗଡକରୀଙ୍କୁ ପୁଣି ଥରେ ସଡ଼କ ପରିବହନ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି। ଏଥି ସହିତ ସଡ଼କ ପରିବହନ ମନ୍ତ୍ରଣାଳୟରେ ହର୍ଷ ମଲହୋତ୍ରା ଏବଂ ଅଜୟ ଟମଟାଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ବୈଦେଶିକ ମନ୍ତ୍ରଣାଳୟ ଦାୟିତ୍ବ ପୁଣି ଏସ. ଜୟଶଙ୍କରଙ୍କ ହାତରେ ଦିଆଯାଇଛି ବୋଲି କୁହାଯାଉଛି। ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଜୟଶଙ୍କର ମଧ୍ୟ ବୈଦେଶିକ ମନ୍ତ୍ରୀ ଥିଲେ। ଏଥିସହିତ ଗୃହ ମନ୍ତ୍ରଣାଳୟର ଦାୟିତ୍ବ ପୁଣିଥରେ ଅମିତ ଶାହାଙ୍କୁ ଦିଆଯାଇଛି ଏବଂ ଅର୍ଥ ମନ୍ତ୍ରାଳୟ ଦାୟିିତ୍ବ ପୁୂଣିଥରେ ନିର୍ମଳା ସୀତାରମଣଙ୍କୁ ଦିଆଯାଇଛି। ପୁଣିଥରେ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ବ ମିଳିଛି ରାଜନାଥ ସିଂଙ୍କ ହାତରେ।

ମନୋହର ଲାଲ ଖଟ୍ଟର- ଶକ୍ତି ଏବଂ ନଗର ଉନ୍ନୟନ 

ଜିତନ ରାମ ମାଞ୍ଜୀ- ଏମ୍‌ଏସ୍‌ଏମ୍‌ଇ 

ଶୋଭା କରନ୍ଦଲାଜେ- ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ର ମନ୍ତ୍ରୀ ସ୍ବତନ୍ତ୍ର ଦାୟିତ୍ବ 

ଶିବରାଜ ସିଂ ଚୌହାନ- କୃଷି ମନ୍ତ୍ରାଳୟ

ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା ମନ୍ତ୍ରାଳୟ 

ଚିରାଗ ପାସଓ୍ବାନ- ଖାଦ୍ୟ ପ୍ରକ୍ରିୟାକରଣ

ଅଶ୍ବିନ ବୈଷ୍ଣବ- ରେଳ ଓ ସୂଚନା ପ୍ରସାରଣ

ଜଗତ୍‌ପ୍ରସାଦ ନଡ୍ଡା- ସ୍ବାସ୍ଥ୍ୟ ମନ୍ତ୍ରାଳୟ 

ମନସୁଖ ମାଣ୍ଡଭିୟ- ଶ୍ରମ ମନ୍ତ୍ରାଳୟ

କିରନ ରିଜିଜ୍ଜୁ-ସଂସଦୀୟ କାର୍ଯ୍ୟମନ୍ତ୍ରୀ 

ଅନ୍ନପୁର୍ଣ୍ଣା ଦେବି- ମହିଳା ଓ ଶିଶୁ ବିକାଶ

କେ.ରାମମୋହନ ନାଇଡ଼ୁ- ବେସାମରିକ ବିମାନ ଚଳାଚଳ

ସର୍ବାନନ୍ଦ ସୋନୋଓ୍ବାଲ- ଜାହଜ ଚଳାଚଳ

ଏଚ୍‌ଡି କୁମାରସ୍ବାମୀ- ଉଦ୍ୟୋଗ ମନ୍ତ୍ରାଳୟ

ହରଦୀପ ସିଂହ ପୁରୀ- ପେଟ୍ରୋଲିୟମ 

ଗିରିରାଜ ସିଂହ- ବୟନ ମନ୍ତାଳୟ

ପିୟୁଷ ଗୋୟଲ- ବାଣିଜ୍ୟ ମନ୍ତ୍ରାଳୟ

ଜ୍ୟୋତିରାଦିତ୍ୟ ସିନ୍ଧିୟା- ଦୁରସଂଚାର ମନ୍ତ୍ରାଳୟ

ଗଜେନ୍ଦ୍ର ସିଂହ ଶେଖାଓ୍ବତ- ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ

ଅର୍ଜୁନରାମ ମେଘଓ୍ବାଲ- ଆଇନ ମନ୍ତ୍ରାଳୟ 

ରାଜୀବ ରଞ୍ଜନ ସିଂ- ପଞ୍ଜାୟତି ରାଜ, ମତ୍ସ୍ୟ ଓ ପଶୁପାଳନ ଏବଂ ଦୁଗ୍ଧ

ବିରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଓ ସଶକ୍ତିକରଣ

ପ୍ରହଲ୍ଲାଦ ଯୋଶୀ- ଗ୍ରାହକ ବ୍ୟାପାର, ଖାଦ୍ୟ, ନୂତନ ଏବଂ ଶକ୍ତି ମନ୍ତ୍ରାଳୟ

ଜୁଏଲ ଓରାମ- ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ

ଭୁପିନ୍ଦର ଯାଦବ- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ

ଜି. କିଷନ ରେଡ୍ଡି- କୋଇଲା ଓ ଖଣି ମନ୍ତ୍ରାଳୟ

ସି.ଆର୍.ପାଟିଲ- ଜଳଶକ୍ତି ମନ୍ତ୍ରାଳୟ




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.