ପ୍ରମୂଖ ଖବର
  • ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଲା ବାଘୁଣୀ
  • ||
  • ବୈପାରିଗୁଡ଼ା : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • ବାଙ୍ଗିରିପୋଷି : ପ୍ରମେୟରେ ଖବର ପ୍ରକାଶ ପରେ ପହଞ୍ଚିଲା ପ୍ରଶାସନ, ପିଇବା ପାଣି ପାଇଁ ଜୀବନକୁ ବାଜି ଲଗେଇଥିଲେ ଷଢେଇକଳା ଗ୍ରାମବାସୀ
  • ||
  • ବାଣପୁର : ଜନ୍ମକଲା ଶିଶୁକନ୍ୟାକୁ ମାଡ ମାରି ହତ୍ୟା ଉଦ୍ୟମ କଲା ମା, ଥାନାରେ ଅଟକ
  • ||
  • ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା,୯ ଗୁରୁତର
  • ||
  • ତେଲକୋଇ : ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଅଟକ
  • ||
  • ଭୋଗରାଇ : ସେବା ସମବାୟ ଓ ତେଜରାତି ଦୋକାନରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
  • ||
  • ଭବାନୀପାଟଣା : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ
  • ||
  • ବାତ୍ୟା ‘ଦାନା’ ପ୍ରଭାବ ଆଉ ୨ ଦିନ ଭିତରକନିକା ବନ୍ଦ
  • ||
  • ଟାଙ୍ଗୀ : ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୭୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ,୧୮ ଗିରଫ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ଆଜି ଓଡ଼ିଶା ଏଫ୍‌ସି- ମୁମ୍ବାଇ ସିଟି ମଧ୍ୟରେ ଟକ୍କର, ବିଜୟକୁ ଫେରିବା ପାଇଁ ବ୍ୟାକୁଳ ମୁମ୍ବାଇ
  • ||
  • ମେକ୍ସିକୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨୪ ମୃତ, ୫ ଗୁରୁତର
  • ||
  • ସରିଲା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଆଜି ମେଲାଣି ନେବେ ଧନଦାତ୍ରୀ, ଲୋକନୃ
  • ||
  • ଜମ୍ମୁ-କଶ୍ମୀରରେ ଖାଇକୁ ଖସିଲା ସେନା ଗାଡ଼ି; ଜଣେ ଯବାନ ମୃତ ,୧୩ ଗୁରୁତର
  • ||
  • ପାରାଦ୍ଵୀପ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ସୋର : ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୨ ପଞ୍ଚାୟତ ପରିଦର୍ଶନ କଲେ ବିଧାୟକ
  • ||
  • ରାଜଧାନୀରେ ବାଘ ଆତଙ୍କ; ପାଦ ଟିହ୍ନରୁ ଗଧିଆ କିମ୍ୱା ବଣ ବିରାଡ଼ି ହୋଇଥିବା ନେଇ କହିଲେ ସିଟି ଡିଏଫଓ
  • ||
  • ଦୁର୍ବଳ ‘ଦାନା’ ବାୟୁମଣ୍ଡଳରେ ମିଳେଇଯିବ: ଆଜିଠୁୁ ଫିଟିଯିବ ପାଗ, ତିନି ଦିନ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ବାଲିଗୁଡ଼ା : ସ୍ତ୍ରୀକୁ ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ, ସ୍ୱାମୀ ଅଟକ
  • ||

' ଶୁଣ୍ ଲରେନ୍ସ ବିଷ୍ଣୋଇ, ଜେଲ୍‌ରେ ହିଁ ହେବ ତୋର ହତ୍ୟା ....' ; ସଲମାନଙ୍କୁ ସମର୍ଥନ ଦେଇ ଗ୍ୟାଙ୍ଗଷ୍ଟରକୁ ଦେଲେ ଧମକ ?

ନୂଆଦିଲ୍ଲୀ : ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କର ହତ୍ୟା ମାମଲା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗୁଜରାଟର ଜେଲ୍‌ରେ ବନ୍ଦୀ ଥିବା ଲରେନ୍ସ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ଜୀବନରେ ମାରିବାର ଖୋଲା ଧମକ ଦେଇ ସାରିଛି। ଏବେ ଜଣେ ଯୁବକ ସଲମାନଙ୍କ ସପୋର୍ଟ କରି ଲରେନ୍ସ ବିଷ୍ଣୋଇକୁ ଧମକ ଦେଇଛି। ସେ ଭିଡ଼ିଓରେ କହିଛନ୍ତି , ଶୁଣ ଲରେନ୍ସ ବିଷ୍ଣୋଇ , ସଲମାନ ଖାନଙ୍କ କିଛି ଯଦି ହୁଏ ତ ଠିକ୍‌ ହେବ ନାହିଁ , ତୋର ହତ୍ୟା ଜେଲ୍‌ରେ ହିଁ ହେବ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଛି।

ଲରେନ୍ସକୁ ଖୋଲାଖୋଲି ଧମକ ଦେଇଥିବା ଯୁବକଙ୍କ ବିଷୟରେ କୁହାଯାଉଛି କି, ସେ ୟୁପିର ରାଏବରେଲିର ବାସିନ୍ଦା। ହେଲେ କାମ ମୁମ୍ୱାଇରେ କରନ୍ତି। ସେଠାରୁ ସେ ଧମକପୂର୍ଣ୍ଣ ବାର୍ତ୍ତା ଲରେନ୍ସ ବିଷ୍ଣୋଇକୁ ଦେଇଛନ୍ତି। ଭିଡ଼ିଓରେ ଯୁବକ କହୁଛନ୍ତି , ଶୁଣ୍ ଲରେନ୍ସ ବିଷ୍ଣୋଇ , ଦୁଇ ହଜାର ସୁଟର ତୋର ପ୍ରସ୍ତୁତ ତ ୫ ହଜାର ସୁଟର ମୁଁ ମଧ୍ୟ ମୁମ୍ୱାଇରୁ ପଠାଇଛି। ତୋର ଓ ତୋ ସୁଟରଙ୍କୁ ନେଇ ଚିନ୍ତା ନାହିଁ। ୫ହଜାର ସୁଟର ଇମରାନ ଭାଇ ମଧ୍ୟ ଲଗେଇ ଦେଇଛି। ତୋର ତ ଜେଲ୍‌ରେ ହିଁ ହତ୍ୟା ହେବ। ସଲମାନ ଭାଇଙ୍କର ଯଦି କିଛି ହୁଏ ତ କିଛି ଭଲ ହେବ ନାହିଁ। ତୁ ବଞ୍ଚିବୁ ନାହିଁ ଲରେନ୍ସ, ମୁଁ ଡବଲ ସୁଟର ଲଗେଇ ଦେବି। ମୋ ପାଖରେ ପାଖାପାଖି ୨୦ ହଜାର ସୁଟର ଅଛନ୍ତି। ସେପଟେ କୁହାଯାଉଛି ଯେ, ସଂପୃକ୍ତ ଯୁବକଙ୍କର ତଲାସ ଆରମ୍ଭ ହୋଇ ଯାଇଛି ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ ହେଉଛି। 

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେଉଛି। ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। କିଛି ୟୁଜର ବ୍ୟକ୍ତିଙ୍କ ଗିରଫ ପାଇଁ ଦାବି କରୁଥିବା ବେଳେ , ଆଉ କିଛି ଯୁବକ ମଜା ନେଉଛନ୍ତି।  


କହି ରଖୁଛୁ କି ,ଲରେନ୍ସ ବିଷ୍ଣୋଇ ପଞ୍ଜାବର ବାସିନ୍ଦା ଏବଂ ଗତ ୧୦ ବର୍ଷ ହେବ ବିଭିନ୍ନ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛି। ତା ଉପରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କର ହତ୍ୟାର ମଧ୍ୟ ଅଭିଯୋଗ ଲାଗି ସାରିଛି , କଳା ହରିଣ ଶିକାର ମାମଲାରେ ସଲମାନ ଖାନଙ୍କୁ ଜୀବନରେ ମାରିବାର ଧମକ ଦେଇ ସାରିଛି। ଲରେନ୍ସ ସଲମାନଙ୍କୁ ବିଷ୍ଣୋଇ ସମାଜର ମନ୍ଦିରରେ ଯାଇ କ୍ଷମା ମାଗିବାକୁ କହିଛି। କିଛି ଦିନ ପୂର୍ବେ ଲରେନ୍ସ ନିଜର ଗ୍ୟାଙ୍ଗ ଦ୍ୱାରା ସଲମାନଙ୍କ ଘର ବାହାରେ ଫାୟାରିଂ ମଧ୍ୟ କରାଇଛି, ଏହାପରେ ଅଭିନେତାଙ୍କର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.