ପ୍ରମୂଖ ଖବର
  • ବୈପାରିଗୁଡ଼ା : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • ବାଙ୍ଗିରିପୋଷି : ପ୍ରମେୟରେ ଖବର ପ୍ରକାଶ ପରେ ପହଞ୍ଚିଲା ପ୍ରଶାସନ, ପିଇବା ପାଣି ପାଇଁ ଜୀବନକୁ ବାଜି ଲଗେଇଥିଲେ ଷଢେଇକଳା ଗ୍ରାମବାସୀ
  • ||
  • ବାଣପୁର : ଜନ୍ମକଲା ଶିଶୁକନ୍ୟାକୁ ମାଡ ମାରି ହତ୍ୟା ଉଦ୍ୟମ କଲା ମା, ଥାନାରେ ଅଟକ
  • ||
  • ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା,୯ ଗୁରୁତର
  • ||
  • ତେଲକୋଇ : ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଅଟକ
  • ||
  • ଭୋଗରାଇ : ସେବା ସମବାୟ ଓ ତେଜରାତି ଦୋକାନରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
  • ||
  • ଭବାନୀପାଟଣା : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ
  • ||
  • ବାତ୍ୟା ‘ଦାନା’ ପ୍ରଭାବ ଆଉ ୨ ଦିନ ଭିତରକନିକା ବନ୍ଦ
  • ||
  • ଟାଙ୍ଗୀ : ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୭୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ,୧୮ ଗିରଫ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ଆଜି ଓଡ଼ିଶା ଏଫ୍‌ସି- ମୁମ୍ବାଇ ସିଟି ମଧ୍ୟରେ ଟକ୍କର, ବିଜୟକୁ ଫେରିବା ପାଇଁ ବ୍ୟାକୁଳ ମୁମ୍ବାଇ
  • ||
  • ମେକ୍ସିକୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨୪ ମୃତ, ୫ ଗୁରୁତର
  • ||
  • ସରିଲା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଆଜି ମେଲାଣି ନେବେ ଧନଦାତ୍ରୀ, ଲୋକନୃ
  • ||
  • ଜମ୍ମୁ-କଶ୍ମୀରରେ ଖାଇକୁ ଖସିଲା ସେନା ଗାଡ଼ି; ଜଣେ ଯବାନ ମୃତ ,୧୩ ଗୁରୁତର
  • ||
  • ପାରାଦ୍ଵୀପ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ସୋର : ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୨ ପଞ୍ଚାୟତ ପରିଦର୍ଶନ କଲେ ବିଧାୟକ
  • ||
  • ରାଜଧାନୀରେ ବାଘ ଆତଙ୍କ; ପାଦ ଟିହ୍ନରୁ ଗଧିଆ କିମ୍ୱା ବଣ ବିରାଡ଼ି ହୋଇଥିବା ନେଇ କହିଲେ ସିଟି ଡିଏଫଓ
  • ||
  • ଦୁର୍ବଳ ‘ଦାନା’ ବାୟୁମଣ୍ଡଳରେ ମିଳେଇଯିବ: ଆଜିଠୁୁ ଫିଟିଯିବ ପାଗ, ତିନି ଦିନ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ବାଲିଗୁଡ଼ା : ସ୍ତ୍ରୀକୁ ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ, ସ୍ୱାମୀ ଅଟକ
  • ||

ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ ପିନ୍ଧିଲେ ରାଚେଲ ଗୁପ୍ତା, ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ ୨୭/୧୦: ଭାରତ ଲାଗି ଇତିହାସ ରଚିଛନ୍ତି ପଞ୍ଜାବ ଜଳନ୍ଧରର ରାଚେଲ ଗୁପ୍ତା । ଶୁକ୍ରବାର ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍‌ (ଏମ୍‌ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି ସେ । ଏମ୍‌ଜିଆଇ ହଲ୍‌ରେ ଫିନାଲେ ସମୟରେ ପେରୁର ଲୁସିୟାନା ଫଷ୍ଟର ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ସବୁଠୁ ବଡ଼ କଥା ହେଲା ଏହି ଟାଇଟଲ ଜିତିବାରେ ସେ ପ୍ରଥମ ଭାରତୀୟ । 

ଏହି କାର୍ଯ୍ୟକ୍ରମରେ ଫିଲିପିନ୍ସର କ୍ରିଷ୍ଟିନ୍‌ ଜୁଲିଆନ୍‌ ଓପିଆଜା ଫାର୍ଷ୍ଟ ରନର-ଅପ୍‌ ରହିଥିଲେ । ମ୍ୟାମାଁରର ଥାଇ ସୁନ୍ୱେଇମ୍‌, ଫ୍ରାନ୍ସର ସାଫିଟୋ କବେଙ୍ଗେଲେ ଓ ବ୍ରାଜିଲର ତଲିତା ହାର୍ଟମ୍ୟାନ୍‌ ଶୀର୍ଷ ୫ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ଥିଲେ । ଜଳନ୍ଧରରେ ବଢ଼ିଥିବା ରାଚେଲଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୧୦ ଇଞ୍ଚ । ବୟସ ୨୦ ବର୍ଷ । ମଡେଲିଂ ଓ ଅଭିନୟ କ୍ଷେତ୍ରରେ କ୍ୟାରିୟର କରୁଛନ୍ତି ସେ । ହିନ୍ଦୀ, ଇଂରାଜୀ ଓ ପଞ୍ଜାବୀ ଭାଷାରେ ତାଙ୍କର ଦକ୍ଷତା ରହିଛି । ପ୍ରତିଯୋଗିତାରେ ରାଚେଲ ୪ଟି ବିଶେଷ ପୁରସ୍କାର ମଧ୍ୟ ଜିତିଛନ୍ତି । ତାହା ହେଲା ମିସ୍‌ ଟପ୍‌ ମଡେଲ, ମିସ୍‌ ବ୍ୟୁଟି ୱିଥ୍‌ ଏ ପରପଜ୍‌, ବେଷ୍ଟ ଇନ୍‌ ର‌୍ୟାମ୍ପୱାକ୍‌ ଓ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ।

ଟାଇଟଲ ଜିତିବା ପରେ ରାଚେଲ ଖୁସିରେ ଆତ୍ମହରା ହେବା ସହିତ କହିଛନ୍ତି, ଅତ୍ୟଧିକ ଜନସଂଖ୍ୟା ଓ ସୀମିତ ସଂଶାଧନ କାରଣରୁ ଆଜି ଗରିବୀ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ବିଶ୍ୱ ନେତାମାନଙ୍କୁ ବୈଶ୍ୱିକ ସ୍ତରରେ ଜନ୍ମ ନିୟନ୍ତ୍ରଣ ଉପାୟକୁ ପ୍ରୋତ୍ସାହିତ କରି ସମସ୍ତଙ୍କ ଲାଗି ପର୍ଯ୍ୟାପ୍ତ ସଂଶାଧନକୁ ସୁନିଶ୍ଚିତ କରିବାର ଦାୟିତ୍ୱ ନେବାର ଆବଶ୍ୟକତା ରହିଛି । ମୁଁ ଭାରତ ଭଳି ଦେଶରୁ ଆସିଛି ଯେଉଁଠାରେ ସମସ୍ତଙ୍କ ନିକଟରେ ଖାଦ୍ୟ, ପାଣି, ଶିକ୍ଷା ଓ ମୌଳିକ ସୁବିଧା ନାହିଁ । ଏବଂ ଏହା ବିଶ୍ୱର ଅନେକ ଅଞ୍ଚଳ ଲାଗି ଏକ ସତ୍ୟ କଥା । ବର୍ତ୍ତମାନ ସମୟ ଆସିଛି ଆମେ ପରସ୍ପର ସହିତ ଲଢ଼ିବା ବନ୍ଦ କରି ପରସ୍ପରକୁ ସମ୍ମାନ ଦେବା ଆରମ୍ଭ କରିବା । ଏହି ଗ୍ରହରେ ସମସ୍ତଙ୍କ ଲାଗି ପର୍ଯ୍ୟାପ୍ତ ସଂଶାଧନକୁ ସୁନିଶ୍ଚିତ କରିବା ।

ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା ବିଶ୍ୱର ଅଗ୍ରଣୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ । ସାରା ବିଶ୍ୱରେ ଏହାର ୫ ନିୟୁତରୁ ଅଧିକ ଫଲୋଅର୍ସ ଅଛନ୍ତି । ୨୦୨୨ରେ ମିସ୍‌ ସୁପର ଟ୍ୟାଲେଣ୍ଟ ଅଫ୍‌ ଦ ୱର୍ଲଡ ହୋଇଥିବା ରାଚେଲ୍‌ ଚଳିତବର୍ଷ ଅଗଷ୍ଟ ମାସରେ ଜୟପୁରରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ଟାଇଟାଲ ଜିତିବା ପରେ ଅନ୍ତର୍ଜାତୀୟ ମଞ୍ଚରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ୭୦ରୁ ଅଧିକ ଦେଶର ପ୍ରତିଯୋଗୀଙ୍କ ସହିତ ପ୍ରତିଯୋଗିତାରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ଆରମ୍ଭରୁ ଶେଷ ଯାଏ ସେ ଟାଇଟଲର ଶୀର୍ଷ ଦାବିଦାରଙ୍କ ମଧ୍ୟରେ ସାମିଲ ରହିଥିଲେ । ବର୍ତ୍ତମାନ ଟାଇଟଲ ଜିତିବା ପରେ ରାଚେଲ ଏମ୍‌ଜିଆଇ ଲାଗି ବୈଶ୍ୱିକ ରାଷ୍ଟ୍ରଦୂତ ଭାବେ କାମ କରିବେ । ବିଶ୍ୱରେ ଶାନ୍ତି ଓ ସ୍ଥିରତାକୁ ସେ ପ୍ରୋତ୍ସାହିତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.