ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ITER ସପକ୍ଷରେ ବାହାରିଲେ ହଜାର ହଜାର ଛାତ୍ରଛାତ୍ରୀ, ଟୁଇଟରରେ ଟ୍ରେଣ୍ଡ କରୁଛି #IsupportITER

ଭୁବନେଶ୍ଵର: ରାଜଧାନୀ ସ୍ଥିତ ଆଇଟିଇଆର କଲେଜରେ ଝାଡ଼ଖଣ୍ଡର ଜଣେ ୧୯ ବର୍ଷୀୟ ଛାତ୍ର ଅଭିଷେକ ରବିଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଘଟଣାରେ ଖଣ୍ଡଗିରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଅନ୍ୟପଟେ ସାମାଜିକ ଗଣମାଧ୍ୟମ ଟୁଇଟରରେ #IsupportITER ଟ୍ରେଣ୍ଡ କରିବାରେ ଲାଗିଛି। ହଜାର ହଜାର ଛାତ୍ରଛାତ୍ରୀ ଆଇଟିଇଆର ସପକ୍ଷରେ ବାହାରିବା ସହ ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ଅପିଲ୍ କରିଛନ୍ତି।

ଖଣ୍ଡଗିରି ପୋଲିସ ଅନୁଯାୟୀ, ଅଭିଷେକ ସେପ୍ଟେମ୍ବର ୧୦ ତାରିଖରେ କଲେଜରେ ଆଡମିଶନ କରିଥିଲେ। ତେବେ ସେପ୍ଟେମ୍ବର ୧୩ ତାରିଖରେ ହୋଷ୍ଟେଲ ବିଲ୍ଡିଂରୁ ଖସି ପଡ଼ି ତାଙ୍କର ମୃତ୍ୟୁ ଘଟିଛି। ଡିସିପି ପ୍ରତୀକ ସିଂ କହିଛନ୍ତି, ପୋଲିସ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛି ଏବଂ ଆଇନ ତା ହିସାବରେ କାମ କରିବ। 

ଅନ୍ୟପଟେ ଆଇଟିଇଆର ହଜାର ହଜାର ଛାତ୍ରଛାତ୍ରୀ ଘଟଣାରେ ରାଜନୀତି କରାଯାଉଥିବା କହିଛନ୍ତି। ସେମାନେ କହିଛନ୍ତି ଏହି ପ୍ରତିଷ୍ଠିତ କଲେଜରେ ବର୍ଷକୁ ୧୪ ହଜାରରୁ ୧୫ ହଜାର ପିଲା ପାଠ ପଢିଥାନ୍ତି। ସେହି ହିସାବରେ ଲକ୍ଷାଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଇଟିଇଆରର ଶିକ୍ଷା ପ୍ରଣାଳୀ ଏବଂ ଏହାର ଆନୁସଙ୍ଗିକ ସୁବିଧା ସହ ଅତୀତର ରେକର୍ଡ ଦେଖିଲେ ଏଠାରେ ଛାତ୍ରଛାତ୍ରୀଙ୍କ ସହ କୌଣସି ପ୍ରକାରର ଭେଦଭାବ କିମ୍ବା ଅନ୍ୟାୟ କରାଯାଉଥିବା ନଜିର ନାହିଁ। କିନ୍ତୁ ଆଗାମୀ ଦିନରେ ଝାଡ଼ଖଣ୍ଡ ନିର୍ବାଚନ ହେବାକୁ ଯାଉଛି।  ଝାଡ଼ଖଣ୍ଡରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି  ରାଜନୈତିକ ଫାଇଦା ଉଠାଇବା ପାଇଁ ଘଟଣାକୁ ରଙ୍ଗ ଦିଆଯାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। 




ସାମାଜିକ ଗଣମାଧ୍ୟମ ଟୁଇଟରରେ #IsupportITER ଟ୍ରେଣ୍ଡ କରିବାରେ ଲାଗିଛି। ସ୍ଵତଃପ୍ରବୃତ ଭାବେ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଆଇଟିଇଆର ସପକ୍ଷରେ ବାହାରିଛନ୍ତି। ଏହି ଇଞ୍ଜିନିୟରିଂ କଲେଜକୁ ବଦନାମ କରିବା ପାଇଁ ହୀନ ପ୍ରୟାସ କରାଯାଉଥିବା କହିଛନ୍ତି। ସେପଟେ ଟୁଇଟରରେ #IsupportITER ଧିରେ ଧିରେ ଶୀର୍ଷରେ ପହଞ୍ଚିଯିବ ବୋଲି ଜଣାପଡ଼ୁଛି । 

ଛାତ୍ରଙ୍କର ମୃତ୍ୟୁକୁ ନେଇ ଘରୋଇ ଇଞ୍ଜିନିୟରିଂର କର୍ତ୍ତୃପକ୍ଷ ତରଫରୁ କୁହାଯାଇଛି, ଛାତ୍ର ଜଣଙ୍କ କଲେଜ ଛାତରୁ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୁରନ୍ତ ଘଟଣାସଂପର୍କରେ  ପରିବାର ଲୋକ ଓ ପୁଲିସକୁ ଜଣାଇ ଦିଆଯାଇଥିଲା।

କଲେଜ କର୍ତ୍ତୃପକ୍ଷ ଆହୁରି କହିଛନ୍ତି ଯେ, ପରିବାର ଲୋକଙ୍କ ଉପସ୍ଥିତିରେ ଛାତ୍ରଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଜାଗମରା ସ୍ଥିତ ଆଇଟିଇଆର କଲେଜରେ ନାଁ ଲେଖାଇଥିଲେ ଝାଡ଼ଖଣ୍ଡର ଛାତ୍ର। ନାମଲେଖାର ମାତ୍ର ୩ ଦିନ ପରେ ଛାତ୍ରଙ୍କ ଛାତରୁ ପଡ଼ି ମୃତ୍ୟୁ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.