ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ଆହୁରି ୨ ଘଣ୍ଟା ଚାଲିବ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ୧୦ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରୁଛି 'ଦାନା'

ଭୁବନେଶ୍ଵର, ୨୫/୧୦ : ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆହୁରି ୨ ଘଣ୍ଟା ଚାଲିବ। ଆହୁରି ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରକୋପ ରହିବ। ବାତ୍ୟା ଦାନା ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ସ୍ଥଳଭାଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଅତିକ୍ରମ କରୁଛି। ଧୀରେଧୀରେ ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି। 

ପ୍ରକାଶ ଥାଉକି, ବାତ୍ୟା ଗୁରୁବାର ରାତି ପ୍ରାୟ ୧୨ଟା ୫ ମିନିଟ୍‌ରେ ଭିତରକନିକା ଓ ଧାମରା ପାଖରେ ମାଡ଼ ହୋଇଛି। ବାତ୍ୟା ପ୍ରଭାବରେ ପ୍ରଚଣ୍ଡ ପବନ ସହ ବର୍ଷା ଲାଗି ରହିଛି। ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ତାଣ୍ଡବ ରଚିଛି। ସମ୍ଭାବ୍ୟ ଗତିପଥ ଅନୁଯାୟୀ, ବାତ୍ୟା କେନ୍ଦ୍ରାପଡ଼ା ପରେ ଭଦ୍ରକ ଦେଇ କେନ୍ଦୁଝର ଆଡ଼କୁ ମୁହାଁଇବ । ଶୁକ୍ରବାର ଦିନ ସାଢ଼େ ୧୧ଟା ବେଳକୁ ଚାନ୍ଦବାଲି ଦେଇ କେନ୍ଦୁଝରର ହାଟଡିହି ପାଖରେ ପହଞ୍ଚିବ । ସେଠାରେ ପହଞ୍ଚିବା ବେଳକୁ ‘ଦାନା’ ଦୁର୍ବଳ ହୋଇ ବାତ୍ୟା ଅବସ୍ଥାକୁ ଖସି ଆସିଥିବ । ଶୁକ୍ରବାର ରାତି ସାଢ଼େ ୧୧ଟା ବେଳକୁ ହାଟଡିହିରୁ ଯାଜପୁରର ଦୈତାରୀ ଖଣି ଉପର ଦେଇ ତେଲକୋଇ ଆଡ଼କୁ ଯାଇପାରେ । ସେଠାରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତ ଅବସ୍ଥାକୁ ଖସିପାରେ । ପବନ ବେଗ କମିଲେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି । 


  • prameyanews
  • PrameyaOdia
  • prameya
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.