ଭୁବନେଶ୍ଵର, ୨୫/୧୦ : ସରିଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେଲା ଭୀଷଣ ବାତ୍ୟା। ଦାନା ଏବେ ଦୁର୍ବଳ ହୋଇ ଘଣ୍ଟାକୁ ୧୦ କିମି ବେଗରେ ଗତି କରୁଛି। ବାତ୍ୟା ଦୁର୍ବଳ ହୋଇ ଉତ୍ତର-ଉତ୍ତରପଶ୍ଚିମ ଆଡ଼େ ଗତି କରୁଛି। ସ୍ଥଳଭାଗରେ ପବନର ବେଗ ୮୦ ରୁ ୯୦ କିମି ରହିଛି। ସେହିପରି ଝଟ୍କା ପବନର ବେଗ ୧୦୦ କିମି ପର୍ଯ୍ୟନ୍ତ ରହିଛି। ତେବେ ବାତ୍ୟା ପରବର୍ତ୍ତୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ।
ବାତ୍ୟା ଲ୍ୟାଣ୍ଡଫଲ୍ ପରେ ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି।