ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗୋଠ ଛଡା ଦନ୍ତାର ଉତ୍ପାତରେ ବନ ବିଭାଗ ନାକେଦମ୍

Published By : Gurupada Nath | December 8, 2024 10:36 PM

ଚମ୍ପୁଆ, ୮/୧୨ :  ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଚମ୍ପୁଆ ସେକ୍ସନରେ ଡେରା ପକାଇଥିବା ଗୋଠ ଛଡା ଦନ୍ତା ଆଜି ବନ ବିଭାଗକୁ  ନାକେଦମ୍   କରିଛି । ପୂର୍ବରୁ ଏହି ଗୋଠ ଛଡା ଦନ୍ତାଟି ଗାଁ ଗାଁରେ ଆତଙ୍କ ସୃଷ୍ଟି କରିଥିବାବେଳେ ଆଜି ଦିନ ପ୍ରାୟ ୧୧ଟାରୁ ଦିନ ୪ଟା ପର୍ଯ୍ୟନ୍ତ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ରଜିଆ ଜଙ୍ଗଲରେ ରହି ଉତ୍ପାତ ମଚାଉ ଥିବା ନେଇ ଦେଖିବାକୁ ମିଳିଥିଲା। ହାତୀଟି ଆଜି ରଜିଆ ଜଙ୍ଗଲ ମଧ୍ୟରେ ଯାଇଥିବା ୩୩କେଭି ବିଦ୍ୟୁତ୍ ଖୁଣ୍ଟକୁ ଶୁଣ୍ଢରେ ଠେଲି ଉପାଡ଼ିବାର ଚେଷ୍ଟା କରିବା ସହ ଖୁଣ୍ଟରେ ଲାଗିଥିବା ଷ୍ଟେ ତାର ଟିକୁ ମଧ୍ୟ ଉପାଡ଼ି ବାରେ ଲାଗିଥିଲା । ଖୁଣ୍ଟଟିକୁ ହାତୀଟି ସବୁ ବଳ ପ୍ରୟୋଗ କରି ଠେଲିବାରେ ଲାଗିଥିଲା । ଲାଗୁଥିଲା ଯେପରି ଖୁଣ୍ଟ ଉପରେ ହାତୀଟିର ପୁରୁଣା ରାଗ ରହିଛି । ହାତୀଟିକୁ ଘଉଡ଼ାଇବାକୁ ନେଇ ବନ ବିଭାଗ ଦିନ ସାରା ନାକେଦମ୍ ହୋଇଥିଲା । ଦୀର୍ଘ ପାଞ୍ଚ ଘଣ୍ଟା ଧରି ହାତୀ ଟି ବିଭାଗକୁ ନାକେଦମ୍ କରିଥିଲା । ଏହାପରେ ହାତୀଟି ୫୨୦ନଂ ଜାତୀୟ ରାଜପଥ ଉପରେ କିଛି ସମୟ ରହି ପୁଣି ଥରେ ଜଙ୍ଗଲ ଭିତରକୁ ପଳାଇଥିଲା । 

ସୂଚନାଯୋଗ୍ୟ କି, ଗତ ବର୍ଷ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ରଜିଆ ଜଙ୍ଗଲ ଦେଇ ଯାଇଥିବା ଏହି ୩୩କେଭି  (୫୫ ନଂ) ବିଦ୍ୟୁତ ଖୁଣ୍ଟ ତଳେ ଏକ ବୟସ୍କ ମାଈ ହାତୀର ଗଳିତ ଶବ ଉଦ୍ଧାର ହୋଇଥିଲା । ହାତୀର ଗୋଡରେ ବିଦ୍ୟୁତ୍ ଖୁଣ୍ଟରୁ ଆସିଥିବା ଷ୍ଟେ ତାରଟି ଲାଗିଥିବା ଦେଖିବାକୁ ମିଳିଥିଲା । ବିଦ୍ୟୁତ୍ ଆଘାତ କାରଣରୁ ହାତୀର ମୃତ୍ୟୁ ହୋଇଥିବା ନେଇ ବନ ବିଭାଗ କହିଥିବାବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ତାହାକୁ ଅସ୍ୱୀକାର କରାଯାଇଥିଲା । ବ୍ୟବଚ୍ଛେଦ ପରେ ହାତୀଟିକୁ ସେଇ ବିଦ୍ୟୁତ ଖୁଣ୍ଟ ନିକଟରେ ଗାତ ଖୋଳି ପୋତି ଦିଆଯାଇଥିଲା । 

ଆଜି ସେହି ବିଦ୍ୟୁତ୍ ଖୁଣ୍ଟଟିକୁ ହାତୀଟି ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଖବରପାଇ ବନ ବିଭାଗ ଓ ବିଦ୍ୟୁତ ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ । ବିଭାଗୀୟ ଅଧିକାରୀମାନେ ଜଙ୍ଗଲ ଭିତରକୁ ଯିବାକୁ ସାହସ କରିପାରି ନ ଥିଲେ। ଦୀର୍ଘ ସମୟ ଧରି ଉତ୍ପାତ କରିବା ପରେ ହାତୀଟି ସେଠାରୁ ପଳାଇଥିଲା। ବର୍ତ୍ତମାନ ଚମ୍ପୁଆ ସେକ୍ସନର ଟୁଣୁଟୁଣା ଜଙ୍ଗଲରେ ୨୬ଟି ହାତୀ ଥିବାବେଳେ ମୁକୁନ୍ଦପୁରରେ ୧୦ଟି ହାତୀ ଥିବା ନେଇ ଜଣାପଡ଼ିଛି । ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ବିଦ୍ୟୁତ୍ ଖୁଣ୍ଟର ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କଠାରୁ ଜଣାପଡ଼ିଛି । ଏଥି ଯୋଗୁଁ ଦିନ ବେଳେ ଚମ୍ପୁଆ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ହୋଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.