ପ୍ରମୂଖ ଖବର
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଚିକିତ୍ସା ଜଗତରେ ବିରଳ : ଗର୍ଭାଶୟ ପରିବର୍ତ୍ତେ ଯକୃତରେ ବଢୁଛି ଭ୍ରୂଣ

Published By : Rasmita Pradhan | July 30, 2025 2:35 PM

ଭୁବନେଶ୍ଵର, ୩୦/୦୭ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଅଜବ ଘଟଣା। ଗର୍ଭାଶୟ ପରିବର୍ତ୍ତେ ଯକୃତରେ ବଢୁଛି ଭ୍ରୂଣ। ୩୦ ବର୍ଷୀୟା ମହିଳାଙ୍କ ଏମଆରଆଇ ସ୍କାନ୍ ଦେଖି ଡାକ୍ତର ଚକିତ। ମହିଳା ଜଣଙ୍କ ୧୨ ସପ୍ତାହର ଗର୍ଭବତୀ ହୋଇଥିବା ବେଳେ ତାଙ୍କର ଭ୍ରୂଣ ଯକୃତରେ ରହିଛି । ଏହି ବିରଳ ସ୍ଥିତିକୁ ଇଣ୍ଟ୍ରାହେପାଟିକ୍‌ ଏକ୍‌ଟୋପିକ୍‌ ପ୍ରେଗ୍‌ନେନ୍ସି କୁହାଯାଏ । ମାମଲା କେବଳ ଦମ୍ପତିଙ୍କୁ ନୁହେଁ, ଚିକିତ୍ସା ଜଗତକୁ ଚକିତ କରିଛି । ଭାରତରେ ଏହା ପ୍ରଥମ ମାମଲା ବୋଲି ବିଶେଷଜ୍ଞମାନେ କହୁଛନ୍ତି । ମହିଳାଙ୍କ ଏମ୍‌ଆର୍‌ଆଇ ଆବ୍‌ଡୋମେନ୍‌ ଟେଷ୍ଟ୍‌ରୁ ଏହି ବିରଳ ଘଟଣା ବିଷୟରେ ଜଣାପଡ଼ିଛି। 

ମୀରଟ ସ୍ଥିତ ଏକ ଘରୋଇ ଇମେଜିଙ୍ଗ୍‌ ସେଣ୍ଟର୍‌ର ରେଡିଓଲୋଜିଷ୍ଟ୍‌ ଡା. କେକେ ଗୁପ୍ତା କହିଛନ୍ତି, ଏହି ସ୍କାନ୍‌ ଦେଖି, ନିଜ ଆଖିକୁ ବିଶ୍ୱାସ କରିପାରିଲି ନାହିଁ। ଭ୍ରୂଣ ମହିଳାଙ୍କ ଯକୃତର ଡାହାଣ ପାର୍ଶ୍ୱରେ ରହିଥିଲା । ତା’ର ହୃତ୍‌ସ୍ପନ୍ଦନ ସ୍ପଷ୍ଟ ଜଣାପଡୁଥିଲା । କ୍ୟାରିଅର୍‌ରେ ଏଭଳି ମାମଲା ମୁଁ କଦାପି ଦେଖିନଥିଲି । ଏହା ବୋଧହୁଏ ଭାରତର ପ୍ରଥମ ଇଣ୍ଟ୍ରାହେପାଟିକ୍‌ ଏକ୍ଟୋପିକ୍‌ ଗର୍ଭଧାରଣ ମାମଲା ।’ 

ସୂଚନାନୁଯାୟୀ, ଉକ୍ତ ମହିଳାଙ୍କର କିଛି ସପ୍ତାହ ଧରି ପେଟ ଯନ୍ତ୍ରଣା ଓ ବାନ୍ତି ହେବା ପରେ ତାଙ୍କୁ ଏମ୍‌ଆର୍‌ଆଇ କରିବାକୁ ଡାକ୍ତର କହିଥିଲେ। ଏମ୍‌ଆର୍‌ଆଇ ସ୍କାନ୍‌ରୁ ଭ୍ରୂଣ ମହିଳାଙ୍କ ଯକୃତର ପାରେନ୍‌କାଇମାଲ ଟିସ୍ୟୁରେ ଗଭୀରକୁ ଫିସିଥିବା ଦେଖାଗଲା । ଯକୃତର ରକ୍ତ ବାହିକା ତାକୁ ପୋଷକତତ୍ତ୍ୱ ପ୍ରଦାନ କରୁଥିଲେ । ଭ୍ରୂଣ ହାରାହାରି ୧୨ ସପ୍ତାହର ଜଣାପଡ଼ିଲା । ହୃତ୍‌ସ୍ପନ୍ଦନରୁ ତାହା ଜୀବିତ ଥିବା ସ୍ପଷ୍ଟ ହେଲା । ଏହି ସ୍ଥିତିରେ ମହିଳାଙ୍କ ଗର୍ଭାଶୟ ସମ୍ପୂର୍ଣ୍ଣ ଶୂନ୍ୟ ଥିଲା । ଏଥିରୁ ସ୍ପଷ୍ଟ ହେଲା ସେ ଗର୍ଭଧାରଣ ସିଧାସଳଖ ହେପାଟିକ୍‌ ଟିସ୍ୟୁରେ ହୋଇଥିଲା । ଏହି ଘଟଣା ଭାରତରେ କେବେ ଶୁଣାଯାଇ ନଥିଲା । ଏହା ଅତ୍ୟନ୍ତ ବିରଳ ଓ ବିପଦପୂର୍ଣ୍ଣ ଗର୍ଭାବସ୍ଥା ବୋଲି ଡା. ଗୁପ୍ତା କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.