ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ଗାଜାରେ ପୁଣି ଖୋଲିବ ନର୍କର ଦ୍ୱାର ! ନେତନ୍ୟାହୁଙ୍କ ଧମକକୁ ଖାତିର କଲା ନାହିଁ ହମାସ !

Published By : Prameya | March 1, 2025 11:14 PM

ନୂଆଦିଲ୍ଲୀ : ଗାଜାରେ ୬ ସପ୍ତାହ ଧରି ଚାଲିଥିବା ଯୁଦ୍ଧ ବିରତିର ଚୁକ୍ତି କିଛି ସମୟ ପରେ ଶେଷ ହେବାକୁ ଯାଉଛି। ଏଥିରେ ପୁଣି ଥରେ ଗାଜାର ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ଯାଇଛି। ଇସ୍ରାଏଲର ସର୍ତ୍ତ ଗୁଡ଼ିକୁ ହମାସ ଖାରଜ କରି ଦେଇଛି ଏବଂ ସ୍ପଷ୍ଟ କରି ଦେଇଛି ଯେ,  ଯୁଦ୍ଧ ବନ୍ଦ କରିବାକୁ ନେଇ କୌଣସି ନୂଆ କଥାବାର୍ତ୍ତା ହୋଇନାହିଁ। ଏପଟେ , ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ହମାସର ଗାଜାରେ ପୁଣି ଥରେ ନର୍କର ଦ୍ୱାର ଖୋଲିବାକୁ ଧମକ ଦେଇଛନ୍ତି। ଇସ୍ରାଏଲ ସିଜଫାୟରର ପ୍ରଥମ ପର୍ଯ୍ୟାୟ ବେଳେ ହୋଇଥିବା କଏଦୀ ଓ ବନ୍ଧକଙ୍କ ଅଦଳବଦଳକୁ ନେଇ ଚିଡ଼ି ଯାଇଛି। ହମାସ ୩୩ ଜୀବନ୍ତ ଓ ୮ ବନ୍ଧକଙ୍କ ଶବ ପ୍ରଦାନ କରିଛି , ଜବାବରେ ଇସ୍ରାଏଲ ୨୦୦୦ରୁ ଅଧିକ  ପାଲେଷ୍ଟାଇନ୍‌ କଏଦୀଙ୍କୁ ଛାଡ଼ିଛି।


ହମାସର ପ୍ରବକ୍ତା ହାଜେମ କାସିମ ଅଲ-ଅରବୀ ଟିଭିକୁ କହିଛନ୍ତି , ଇସ୍ରାଏଲ ସ୍ଥିତିକୁ ପୁଣି ଶୂନ୍ୟକୁ ନେଇ ଯିବାକୁ ଚେଷ୍ଟା କରୁଛି ଏବଂ ସେ ଗାଜାରୁ ସଂପୂର୍ଣ୍ଣ ହଟିବାକୁ କୌଣସି ପ୍ରତିବନ୍ଧତା ଦେଖାଇ ନାହିଁ। ଏହି ମଧ୍ୟରେ ନେତନ୍ୟାହୁ ସଙ୍କେତ ଦେଇଛନ୍ତି କି, ଯଦି ଚୁକ୍ତି ବିଫଳ ହୁଏ ତ ତାଙ୍କର ସେନା ପୁଣି ଥରେ ହମଲା କରିପାରେ। ସେ ଏହି କ୍ରମରେ ନିଜର ପ୍ରତିରକ୍ଷା ଅଧିକାରୀଙ୍କ ସହ ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ମଧ୍ୟ କରିଛନ୍ତି। 

ଏହି ଯୁଦ୍ଧ ବିରାମ ଅନୁସାରେ, ଇସ୍ରାଏଲ ଗାଜାରୁ ୩୩ ବନ୍ଧକଙ୍କୁ ଛଡ଼େଇ ଥିଲା, ଯାହାକି ଏହା ବଦଳରେ ସେ ଶହ ଶହ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିଛି। ଏହି ଚୁକ୍ତିନାମା ରବିବାର ଶେଷ ହେବାକୁ ଯାଉଛି। କିନ୍ତୁ ସଦ୍ୟ ଇସ୍ରାଏଲୀୟ ଅଧିକାରୀମାନେ ସଙ୍କେତ ଦେଇଛନ୍ତି କି, ଏହା ଆଗକୁ ଜାରି ରହିବା ମୁସ୍କିଲ ହୋଇ ପାରେ। ଯେଉଁଠି ଇସ୍ରାଏଲ ଅଧିକ ବନ୍ଧକଙ୍କ ମୁକ୍ତି ଚାହୁଁଛି , ସେଠାରେ ଏହାର ଗଠବନ୍ଧନ ସରକାରରେ ବର୍ତ୍ତମାନର ଦକ୍ଷିଣପନ୍ଥୀ ଦଳ ଯୁଦ୍ଧ ବିରାମ ବନ୍ଦ କରି ପୁଣି ହମଲା ଆରମ୍ଭ କରିବାକୁ ଦାବି କରୁଛି।  

ଏହି ଚୁକ୍ତିନାମା କତାର ଓ ମିଶରର ମଧ୍ୟସ୍ଥତାରେ ହୋଇଥିଲା ଏବଂ ଆମେରିକା ଏହା ଉପରେ ନଜର ରଖିଥିଲା। ଏହାର ଉଦ୍ଦେଶ୍ୟ ଯୁଦ୍ଧକୁ ପୂରା ଶେଷ କରିବା ଦିଗରେ ଆଉ ପାଦେ ବଢିବାର ଥିଲା। ଇସ୍ରାଏଲ ଓ ଆମେରିକା ଚାହୁଁଛନ୍ତି କି ହମାସର ଶାସନ ଓ ଏହାର ମିଲିଟାରୀ ଷ୍ଟ୍ରକଚର ଶେଷ ହେଉ। ସେପଟେ ହମାସ ସଙ୍କେତ ଦେଇଛି କି, ସେ କ୍ଷମତା ଛାଡ଼ିବାକୁ ପ୍ରସ୍ତୁତ, କିନ୍ତୁ ଅସ୍ତ୍ରଶସ୍ତ୍ର ଛାଡ଼ିବ ନାହିଁ। 

ହମାସ ଚାହୁଁଛି କି ଇସ୍ରାଏଲ ଗାଜାରୁ ପୂରା ହଟି ଯାଉ ଏବଂ ଏହା ବଦଳରେ ସେ ୨୦୨୩ରେ ଯୁଦ୍ଧରେ  ଧରାପଡ଼ିଥିବା ୫୮ ବନ୍ଧକଙ୍କୁ ମୁକ୍ତ କରିବ । ଏହାସହ ଇସ୍ରାଏଲ ୨୦୧୪ରେ ଗାଜାରେ ମୃତ୍ୟୁ ହୋଇଥିବା ନିଜର ଜଣେ ସୈନିକଙ୍କ ଶବକୁ ମଧ୍ୟ ଫେରି ପାଇବାକୁ ଚାହୁଁଛି , ଯାହାକୁ ହମାସ କବଜାରେ ରଖାଯାଇଛି।

ଉଲ୍ଲେଖନୀୟ ଯେ , ସମ୍ଭାବିତ ଭାବେ ଲଢେଇ ପୁଣି ଆରମ୍ଭ ହେବାରେ ଗାଜାର ସ୍ଥିତି ଆହୁରି ବିଗିଡ଼ିପାରେ। ଏହି ମଧ୍ୟରେ , ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଦ୍ୟ ପ୍ରସ୍ତାବ ମଧ୍ୟ ଏକ ନୂଆ ବିବାଦ ଆରମ୍ଭ କରି ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.