ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ରମଜାନ ଆରମ୍ଭ ହେବାମାତ୍ରେ ଇସ୍ରାଏଲ ଗାଜାକୁ ଦେଲା ବଡ଼ ଝଟକା, ଖାଦ୍ୟପେୟ ଯୋଗାଣର ପ୍ରବେଶ ପଥରେ ଲଗାଇଲା ରୋକ

Published By : Prameya | March 2, 2025 2:28 PM

ନୂଆଦିଲ୍ଲୀ,୨।୩: ଇସ୍ରାଏଲ ରବିବାର ଗାଜା ପଟିରେ ଥିବା ସମସ୍ତ ଯୋଗାଣର ପ୍ରବେଶ ପଥ ଉପରେ ରୋକ ଲଗାଇ ଦେଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହି ନିଷ୍ପତ୍ତି ବିଷୟରେ କୌଣସି ସ୍ବତନ୍ତ୍ର ସୂଚନା ଦେଇ ନାହିଁ। କିନ୍ତୁ ଏହା ସହ ଚେତାବନୀ ଦେଇ କହିଛି, ଯଦି ହମାସ ଆମେରିକାର ପ୍ରସ୍ତାବକୁ ସ୍ବୀକାର ନକରେ ତେବେ ଏହାର ପରିଣାମ ଖୁବ୍ ଖରାପ ହୋଇପାରେ। ଏହି ଘୋଷଣା ପରେ ସ୍ଥିତି ଆହୁରି ଖରାପ ହୋଇଯାଇଛି। ଉଲ୍ଲେଖନୀୟ ଯେ, ଇସ୍ରାଏଲର ଏହି ପଦକ୍ଷେପ ହମାସ ଦ୍ବାରା ଯୁଦ୍ଧବିରତୀକୁ ନମାନିବାର କାରଣରୁ ଉଠାଯାଇଛି।

ଇସ୍ରାଏଲ ହମାସ ଯୁଦ୍ଧ ବିରତୀର ପ୍ରଥମ ପର୍ଯ୍ୟାୟ ଶନିବାର ଶେଷ ହୋଇଯାଇଛି। ଦୁଇ ପକ୍ଷ ଏପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା କରିନାହାନ୍ତି। ଇସ୍ରାଏଲକୁ ହମାସ ସ୍ଥାୟୀ ଯୁଦ୍ଧବିରତୀ ବଦଳରେ ବହୁ ସଂଖ୍ୟାରେ ବନ୍ଧକଙ୍କୁ ମୁକ୍ତ କରିବାର ସର୍ତ୍ତ ଥିଲା। ଏହା ପୂର୍ବରୁ ଇସ୍ରାଏଲ କହିଥିଲା ସେ ରମଜାନ୍ ଓ ଫସହ ବା ୨୦ ଏପ୍ରିଲ ପର୍ଯ୍ୟନ୍ତ ଯୁଦ୍ଧ ବିରତୀର ପ୍ରଥମ ପର୍ଯ୍ୟାୟକୁ ବଢାଇବାର ପ୍ରସ୍ତାବକୁ ସମର୍ଥନ କରୁଛି। ସେ କହିଥିଲା ଏହି ପ୍ରସ୍ତାବ ଟ୍ରମ୍ପ ପ୍ରଶାସନର ମଧ୍ୟପୂର୍ବ ଦୂତ ଷ୍ଟିଭ୍ ଭିଟକକ୍‌ଙ୍କ ପକ୍ଷରୁ ଦିଆଯାଇଥିଲା। 

ଏହି ପ୍ରସ୍ତାବ ଅନୁସାରେ, ହମାସ ପ୍ରଥମ ଦିନ ଅଧା ବନ୍ଧକଙ୍କୁ ମୁକ୍ତ କରିବ ଓ ବାକିଙ୍କୁ ସେତେବେଳେ ମୁକ୍ତ କରିବ ଯେତେବେଳେ ସ୍ଥାୟୀ ଯୁଦ୍ଧବିରତୀ ଚୁକ୍ତି ହେବ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି। ନେତନ୍ୟାହୁଙ୍କ କାର୍ଯ୍ୟାଳୟର ବୟାନର ଯବାନରେ ହମାସର ବରିଷ୍ଠ ଅଧିକାରୀ ମହମ୍ମଦ ମର୍ଦାଭି କହିଛନ୍ତି, ଏହା ସ୍ପଷ୍ଟ ଯେ, ଇସ୍ରାଏଲ ପୂର୍ବରୁ କରିଥିବା ଚୁକ୍ତିକୁ ଅସ୍ବୀକାର କରିଦେଇଛି। ଇସ୍ରାଏଲର କହିବା ଅନୁସାରେ, ଆମେରିକା ଦ୍ବାରା ଯୁଦ୍ଧ ବିରତୀର ସମୟ ସୀମା ବଢାଇବାର ପ୍ରସ୍ତାବ ଶାନ୍ତି ଓ ସ୍ଥାୟୀତ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। କିନ୍ତୁ ହମାସ ଏହାକୁ ନେଇ କୌଣସି ପ୍ରକାର ପ୍ରତିକ୍ରିୟା ଦେବା ପୂର୍ବରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ବୟାନ ଦେଇ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.