ପ୍ରମୂଖ ଖବର
  • ମେ'ରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର, ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲେ ୬୦ ହଜାର ହିତାଧିକାରୀ
  • ||
  • ଆନନ୍ଦପୁର : ପ୍ରସ୍ତାବିତ ସ୍ଥାନରେ ଧାନମଣ୍ଡି ନିର୍ମାଣ ପାଇଁ ଦାବି, ପୌରକାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
  • ||
  • ବିଏସଏଫ୍‌କୁ ବଡ଼ ସଫଳତା, ମାଲକାନଗିରିରୁ ମାଓ ଡମ୍ପ ଠାବ
  • ||
  • ମହାନଦୀ ଘାଟରେ ବୁଲୁଛି ଘଡ଼ିଆଳ କୁମ୍ଭୀର, ଭୟରେ ନଦୀକୂଳିଆ ଲୋକେ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି, ସାଧାରଣ ଦର୍ଶନ ବନ୍ଦ
  • ||
  • ନବ ଦାସ ହତ୍ୟା ମାମଲା: ଥାନାକୁ ଡକାଇ ୫ ଜଣଙ୍କ ବୟାନ ରେକର୍ଡ
  • ||
  • ବ୍ରହ୍ମପୁର : ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ
  • ||
  • ପିପିଲିରେ ଚାଲିଛି ନକଲି ଟଙ୍କା କାରବାର, ୩ ଅଟକ, ଟଙ୍କା ଗଣା ମେସିନ୍ ଜବତ
  • ||
  • IPL 2025: ଆଜି ସନରାଇଜର୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଧୋନି ବାହିନୀ ପାଇଁ 'କର ବା ମର' ସ୍ଥିତି
  • ||
  • ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା, ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଭାବେ ପରିଗଣିତ ହେବ
  • ||
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

Pahalgam Attack: ସୟଦ ଅଦିଲ ହୁସେନ ଶାହଙ୍କ ବୀରତ୍ୱ; ଆତଙ୍କବାଦୀଙ୍କ ରାଇଫଲ ଛଡ଼ାଇବାକୁ ଚେଷ୍ଟା କରି ହାରିଲେ ଜୀବନ

Published By : Bijay Swain | April 23, 2025 10:49 PM

Image courtesy: indiatoday

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମର ବୈସରଣ ମେଡୋରେ ମଙ୍ଗଳବାର ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଘଟଣାରେ ଜଣେ ସ୍ଥାନୀୟ ତଟୁ ଘୋଡା ଚାଳକ ସୟଦ ଅଦିଲ ହୁସେନ ଶାହଙ୍କ ଅସାଧାରଣ ସାହସିକତା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ସୟଦ ଅଦିଲ ଆତଙ୍କବାଦୀଙ୍କ ରାଇଫଲ ଛଡ଼ାଇ ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। 

ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବୁଧବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ହପତନାରଠାରେ ଅଦିଲଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ସେ ଅଦିଲଙ୍କ ପରିବାରକୁ ସାକ୍ଷାତ କରି ସମସ୍ତ ସମ୍ଭାବ୍ୟ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଅବଦୁଲ୍ଲା କହିଛନ୍ତି ଯେ, "ମୁଁ ଏହି ଆକ୍ରମଣକୁ କଡା ନିନ୍ଦା କରୁଛି। ଏହି ଜଘନ୍ୟ ହତ୍ୟାକାଣ୍ଡରେ କାଶ୍ମୀରର ଜଣେ ଗରିବ ଶ୍ରମିକ ମଧ୍ୟ ବଳି ପଡିଛନ୍ତି। ସେ ସତରେ ଅତ୍ୟନ୍ତ ସାହିସି ମଣିଷ ଥିଲେ। ପର୍ଯ୍ୟଟକଙ୍କୁ ବଞ୍ଚାଉ ବଞ୍ଚାଉ ତାଙ୍କ ଜୀବନ ଦିପ ଲିଭି ଯାଇଛି। ଅଦିଲ ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଆତଙ୍କବାଦୀଙ୍କ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ ତାଙ୍କୁ ଟାର୍ଗେଟ କରାଯାଇ ଗୁଳି କରାଯାଇଥିଲା।"

ଓମାର, ଅଦିଲଙ୍କ ଅନ୍ତିମ ସଂସ୍କାର ସରିବା ଯାଏ ସେଠାରେ ଉପସ୍ଥିତ ରହିଥିଲେ ଓ ତାଙ୍କ ପରିବାର ଲୋକଙ୍କୁ ସାନ୍ତନା ଦେଇଥିଲେ। ଆପଣଙ୍କୁ ଜଣାଇରଖୁ ଯେ ସାୟଦ ଅଦିଲ ହିଁ ଜଣେ ଲୋକ ଯିଏ ସ୍ଥାନିୟ ଲୋକ ହିସାବରେ ମୃତ୍ୟୁ ବରଣ କରିଛନ୍ତି। 

ଭାରତର ସୁରକ୍ଷା ଏଜେନ୍ସି ଆକ୍ରମଣକାରୀଙ୍କ ଚିତ୍ର ଓ ସ୍କେଚ ପ୍ରକାଶ କରିଛନ୍ତି। ଯେଉଁମାନଙ୍କ ନାମ ଆସିଫ ଫୌଜି, ସୁଲେମାନ ଶାହ ଏବଂ ଅବୁ ତାଲହା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଆକ୍ରମଣକାରୀଙ୍କ ମଧ୍ୟରେ ଦୁଇ ଜଣ ପାକିସ୍ତାନୀ ନାଗରିକ ଥିବା ସନ୍ଦେହ କରାଯାଉଛି। କାରଣ ଆତଙ୍କୀ ଦ୍ୱୟ ପାଶ୍ତୁ ଭାଷାରେ କଥାବାର୍ତ୍ତା ହେଉଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ସ୍ଥାନୀୟ ଲୋକମାନେ ସେନାକୁ ସୂଚନା ପ୍ରଦାନ କରିଛନ୍ତି।

ଏହି ଘଟଣା ପରେ କାଶ୍ମୀର ଉପତ୍ୟକାରେ କାଶ୍ମୀର ବନ୍ଦ ପାଳନ କରାଯାଇଛି। ଯାହା ଗତ ୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ହୋଇଛି। ଅନେକ ସଂଗଠନ ଏହି ଆକ୍ରମଣର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ପହଲଗାମର ବଜାର ମଧ୍ୟ ଆଜି ପାଇଁ ବନ୍ଦ ରହିଛି। ତେବେ ପର୍ଯ୍ୟଟକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଭୟର ବାତାବରଣ ଦେଖାଦେଇଛି ଯେଉଁଥି ପାଇଁ ୫ ହଜାରରୁ ଅଧିକ ପର୍ଯ୍ୟଟକ କାଶ୍ମୀର ଛାଡି ସାରିଲେଣି। 

ସୟଦ ଅଦିଲ ହୁସେନ ଶାହଙ୍କ ବୀରତ୍ୱ କାଶ୍ମୀରର ଆତିଥେୟତା ଓ ସାହସ ଇତିହାସର ଏକ ଜ୍ୱଳନ୍ତ ଉଦାହରଣ ଭାବେ ରହିବ। ତାଙ୍କ ପରିବାରକୁ ସରକାରୀ ଓ ସାମାଜିକ ସହାୟତା ଯୋଗାଇ ଦେବାକୁ ଓମାର ପ୍ରତିଶ୍ରୁତି ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.