ପ୍ରମୂଖ ଖବର
  • ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ଗିରଫ, ୧ କୁଇଣ୍ଟାଲ ଗଞ୍ଜେଇ ଜବତ
  • ||
  • ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ଘଟଣା : ନୂଆପଡା ଗସ୍ତରେ ଯିବେ ଡିଜିପି
  • ||
  • ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା
  • ||
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ମିଠା ଦୋକାନରେ ଲାଗିଲା ନିଆଁ, ମାଲିକ ସମେତ ଦୁଇ କର୍ମଚାରୀ ଗୁରୁତର

Published By : Prameya | January 19, 2025 1:57 PM

ନୀଳଗିରି ୧୯/୦୧: ନୀଳଗିରିରେ ଅଘଟଣା। ମିଠା ଦୋକାନରେ ମିଠା ତିଆରି କରୁଥିବା ବେଳେ ଗ୍ୟାସ ଲିକ୍ ଯୋଗୁ ଲାଗିଲା ନିଆଁ। ଭୟଙ୍କର ଅଗ୍ନିକାଣ୍ଡରେ ପୋଡ଼ି ହୋଇ ଗଲେ ୩ ଜଣ। ଦୋକାନ ମାଲିକ ସମେତ ଦୁଇ ଜଣ ଗୁରୁତର। ୧୦ ପ୍ରତିଶତ ଜଳିଗଲା ଶରୀର। ସମସ୍ତଙ୍କୁ ଉଦ୍ଧାର କରାଯାଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଚିକିତ୍ସା ଜାରି ରହିଛି।

ସୂଚନା ମୁତାବକ, ଆଜି ନୀଳଗିରି ବ୍ଲକ ନିକଟ ଗଜାନନ ନାମକ ମିଠା ଦୋକାନରେ ମିଠା ତିଆରି ବେଳେ ହଠାତ୍ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଦୋକାନରେ ନିଆଁ ବ୍ୟାପି ଯାଇଥିଲା। ଫଳରେ ଦୋକାନ ମାଲିକ ଯଦୁନାଥ ସାହୁ , ରାଧାକିଶୋରପୁର ଅଞ୍ଚଳର ରାଜେଶ କୁମାର ସିଂହ ଓ ନରେଶ ସିଂହ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ସ୍ଥାନୀୟଲୋକ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେବା ସହ ଗୁରୁତରଙ୍କୁ ଉଦ୍ଧାର କରି ନୀଳଗିରି ମୁଖ୍ୟ ହସ୍ପିଟାଲରେ ଭର୍ତି କରିଥିବା ଜଣାପଡିଛି। ସେଠାରେ ଗୁରୁତରଙ୍କୁ ଚିକିତ୍ସା ଜାରି ରହିଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.