ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଗଣନାକାରୀଙ୍କୁ ବିମୋହିତ କରୁଛି ଡଲଫିନଙ୍କ ଜଳକ୍ରୀଡା

Published By : Rasmita Pradhan | January 20, 2025 8:37 AM

କୃଷ୍ଣପ୍ରସାଦ,୨୦/୧ : ନୀଳାମ୍ବୁ ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ଚିଲିକାରେ ଡଲଫିନ ଗଣନା କରାଯାଉଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକ୍ଷକ ଅମ୍ଲାନ ନାୟକଙ୍କ ନେତୃତ୍ୱ ଏବଂ ଚିଲିକା ଉନ୍ନୟନ କତୃପକ୍ଷ  (ସିଡିଏ)ର ମିଳିତ ଆନୁକୂଲ୍ୟରେ ଆଜି ସକାଳ ୬ ଟାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। GPS ଟ୍ରାକ୍ ରେ ବାଇନକୁଲାର୍ ଦ୍ୱାରା ଏହି ଗଣନା କରାଯାଉଛି। ୩ ଦିନ ଧରି ଗଣନା କାର୍ଯ୍ୟ କରାଯିବ।

ସୂଚନାନୁଯାୟୀ, ସାତପଡ଼ା ରେଞ୍ଜ ପଟୁ ୮ଟି ଦଳ ଏବଂ ବାଲୁଗାଁ ରେଞ୍ଜ ପଟୁ ୧୦ ଟି ଦଳ ମୋଟ ୧୮ ଟି ଦଳ ଡଲଫିନ ଗଣନା ଜାରି ରଖିଥିବା ସହକାରୀ ବନ ସଂରକ୍ଷକ ପ୍ରମୋଦ କୁମାର ସେଠୀ ପ୍ରକାଶ କରିଛନ୍ତି। ଗୋଟାଏ ଦଳରେ ୮ ରୁ ୯ ଜଣ ଗଣନାକାରୀ ରହିଛନ୍ତି। ଏହି ଗଣନା ପ୍ରକ୍ରିୟାରେ ସିଡିଏର କର୍ମଚାରୀ, ବନ କର୍ମଚାରୀ, ଡଲଫିନ ବିଶେଷଜ୍ଞ, ସ୍ବେଚ୍ଛାସେବୀ, ପରିବେଶବିତଙ୍କ ସହିତ ବୋଟ୍ ଚାଳକ ସାମିଲ ହୋଇଛନ୍ତି । ଜିପିଏସ, ବାଇନାକୁଲାର, ରେଞ୍ଜ ଫାଇଣ୍ଡର ଦ୍ୱାରା ଗଣତି କରାଯାଉଛି।

ଏହି ଖବରଟିକୁ ପଢନ୍ତୁ-ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା

ଆଜି ମିଳିତ ଭାବେ ସମସ୍ତ ଗଣନାକାରୀ ଗଣନା କରି ସାରିବା ପରେ ଅବଶିଷ୍ଟ ଦୁଇ ଦିନ କେବଳ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ପୁନଃ ଗଣନା କରିବେ। ସକାଳ ୬ ଟାରୁ ଦିବା ୧୨ଟା ପର୍ଯ୍ୟନ୍ତ ଡଲଫିନ୍ ଗଣନା କରାଯିବ। ଗଣନା ସମୟରେ ଡଲଫିନ୍ ଚଳପ୍ରଚଳ କରୁଥିବା ସ୍ଥାନ ମାନଙ୍କରେ ଅନ୍ୟାନ୍ୟ ଡଙ୍ଗା ଚଳାଚଳ ଉପରେ ରୋକ୍ ଲଗାଇବା ସହିତ ପର୍ଯ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। 

ସ୍ନେହୀ ପ୍ରାଣୀ ଭାବେ ଡଲଫିନ ବେଶ ପରିଚିତ। ଶୀତୁଆ ସକାଳର ପହିଲି ସୂର୍ଯ୍ୟ କିରଣରେ ଡଲଫିନଙ୍କ ଜଳକ୍ରୀଡା ଗଣନାକାରୀଙ୍କୁ ବିମୋହିତ କରିଛି। ଚଳିତବର୍ଷ ଚିଲିକାରେ ଅଧିକ ସଂଖ୍ୟକ ଡଲଫିନ ଥିବା ଅନୁମାନ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.