ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ବିଦ୍ରୋହୀ ସାଂସଦ ସ୍ୱାତି ମାଲିୱାଲଙ୍କୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଅଳିଆ ଫିଙ୍ଗିବା ପରେ, ଗୁରୁବାର ଦିନ ପୁଲିସ ହେପାଜତକୁ ନେଇଛି। ଘଟଣାକୁ ନଜରରେ ରଖି କେଜ୍ରିୱାଲଙ୍କ ନିବାସ ବାହାରେ ସୁରକ୍ଷା ବଢାଇ ଦିଆ ଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି କି, ଆଇନ୍-ବ୍ୟବସ୍ଥା ଜାରି ରଖିବା ପାଇଁ ବ୍ୟାରିକେଡ୍ ଲଗାଯାଇଛି ଏବଂ ଅତିରିକ୍ତ କର୍ମୀଙ୍କୁ ମୃତୟନ କରାଯାଇଛି। କାହାକୁ ବି ଆଇନର ଉଲ୍ଲଙ୍ଘନ କରିବାର ଅନୁମତି ଦିଆଯାଇ ନାହିଁ।
ଆପ୍ରୁ କାହିଁକି ଇସ୍ତଫା ଦେଉ ନାହାନ୍ତି ସ୍ୱାତି ମାଲିୱାଲ ? ରାଜ୍ୟସଭା ସାଂସଦ କହିଲେ ...
ଆପ୍ର ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲ ପାର୍ଟିର ମୁଖିଆ ବିରୋଧରେ ଲଗାତାର ଆକ୍ରମଣ ଜାରି ରହିଛି। ସେ ଦିଲ୍ଲୀର ବିଭିନ୍ନ ସମସ୍ୟା ଗୁଡ଼ିକୁ ଉଠାଇ ଆମ୍ ଆଦମୀ ପାର୍ଟିର ସରକାରଙ୍କୁ ଘେରୁଛନ୍ତି। ନିର୍ବାଚନ ବେଳେ ସେ ଆପ୍ ସୁପ୍ରିମଙ୍କ ବିରୋଧରେ ହମଲା ଦ୍ରୁତ କରି ଦେଇଛନ୍ତି। ସେ ରାସ୍ତା, ଶିବିର ସଫେଇ ,ପାଣି ଆଦିର ମାମଲା ଉଠାଉଛନ୍ତି। ଆଜି ସେ ରାସ୍ତାରୁ ଗାଡ଼ିରେ ଅଳିଆ ଭର୍ତ୍ତି କରି ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଫିଙ୍ଗିବାକୁ ପହଞ୍ଚି ଥିଲେ। ସେଠାରେ ସେ ନିଜେ ଫାଉଡା ଦେଇ ଗାଡିରୁ ଅଳିଆ ବାହାର କରି ଏହାକୁ ପକାଇ ଥିଲେ।
ଏହା ପୂର୍ବରୁ ମାଲିୱାଲ ନିଜର ସମର୍ଥକଙ୍କ ସହ ବିକାଶପୁରୀରେ ପହଞ୍ଚି ଥିଲେ ଏବଂ ରାସ୍ତାରୁ ଅଳିଆ ଉଠାଇ ଗାଡ଼ିରେ ଭର୍ତ୍ତି କରିଥିଲେ। ଏହି ସମୟରେ ସେ ନିଜେ ବି ଅଳିଆ ଉଠାଇ ଥିଲେ। ଗାଡ଼ିରେ ବ୍ୟାନର ମଧ୍ୟ ଲଗାଇ ଥିଲେ, ଯେଉଁଥିରେ ଲେଖିଥିଲା - କେଜ୍ରିୱାଲଙ୍କ ଅଳିଆ। ମାଲିୱାଲ ଏକ୍ସରେ ଲେଖିଛନ୍ତି ,ବିକାଶପୁରୀରେ ରାସ୍ତାଗୁଡ଼ିକରେ ଅଳିଆ ଭର୍ତ୍ତି ହୋଇଛି। ଏହି ସବୁ ଅଳିଆ ଉଠାଇ କେଜ୍ରିୱାଲଜୀଙ୍କ ଘରେ ଫିଙ୍ଗିବାକୁ ଯାଉଛି। ଯେଉ ଆବର୍ଜନା ଓ ଦୁର୍ଗନ୍ଧ ଦିଲ୍ଲୀବାସୀ ପ୍ରତିଦିନ ସହୁଛନ୍ତି , ଆଜି ଏହା କେଜ୍ରିୱାଲ ଅନୁଭବ କରିବେ। କହି ରଖୁଛୁ କି ସ୍ୱାତି ମାଲିୱାଲ ଏହା ପୂର୍ବରୁ ବୋତଲରେ ମଇଳା ପାଣି ନେଇ ମଧ୍ୟ କେଜ୍ରିୱାଲଙ୍କ ଘର ବାହାରେ ପହଞ୍ଚି ଯାଇ ଥିଲେ।
କହି ରଖୁଛୁ କି, ଗତ ବର୍ଷ ମାଲିୱାଲ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ତାଙ୍କୁ ଭେଟିବାକୁ ପହଞ୍ଚି ଥିଲେ। ତାଙ୍କର ଅଭିଯୋଗ କି, କେଜ୍ରିୱାଲଙ୍କ ଘରେ ତାଙ୍କର ଘରୋଇ ସଚିବ ବିଭବ କୁମାର ତାଙ୍କ ମାରପିଟି କରିଥିଲେ। ଏହି ସମୟରେ ମାଲିୱାଲଙ୍କର ପାର୍ଟି ଓ ତାଙ୍କର ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ସହ ବିବାଦ ଚାଲିଛି। ମାମଲାର ଶୁଣାଣି କୋର୍ଟରେ ଚାଲୁଛି।