ନୀଳଗିରି,୧୨/୫(ଆ.ପ୍ର): ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ଅଧିନ ଗୋପାଳପୁର ଗ୍ରାମର ମେଧାବୀ ଛାତ୍ର ରୋହିତ କୁମାରଙ୍କ ରବିବାର ମୃତ୍ୟୁ ଘଟିଛି। ରୋହିତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ଅଧିନ ଗୋପାଳପୁର ଗ୍ରାମର ସନାତନ ରାଉତଙ୍କର ଏକ ମାତ୍ର ପୁତ୍ର ରୋହିତ କୁମାର (୧୮) ୨୦୨୩ ମାଟ୍ରିକ ପରୀକ୍ଷାରେ ଅଯୋଧ୍ୟା ସରକାରୀ ହାଇସ୍କୁଲର ସର୍ବାଧିକ ୪୫୨ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ପୁଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାପା ସ୍ୱଳ୍ପ ରୋଜଗାର ହେଲେବି ତାଙ୍କୁ ଯୁକ୍ତ ଦୁଇ ବିଜ୍ଞାନ ପଢ଼ାଇଥିଲେ। ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇ ଘରେ ରହିଥିଲେ। କିଛିଦିନ ଆଗରୁ ରୋହିତ ଘରେ ଥିବାବେଳେ ଅସୁସ୍ଥ ହୋଇ ଜ୍ଵର ହେବାରୁ ମେଡ଼ିସିନ ଆଣି ଖାଇଥିଲେ। ପରେ ତାଙ୍କୁ ଜ୍ଵର ଛାଡି ମଧ୍ୟ ଯାଇଥିଲା। ପୁଣି ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ବରମପୁର ହସ୍ପିଟାଲରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ରେମୁଣା ଓ ପରେ କଟକସ୍ଥିତ ଏକ ଘରୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ। ଶେଷରେ ସେ ଗତ ୧୧ ତାରିଖରେ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଉପୁଜିଛି। ମେଡିସିନ ପାର୍ଶ୍ବ ପ୍ରତିକ୍ରିୟା କରି ମୃତ୍ୟୁ ହୋଇଥାଇ ପାରେ ବୋଲି ଅଞ୍ଚଳବାସୀ ଆଲୋଚନା କରୁଛନ୍ତି।