ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଦୁଇ ଶିଶୁ ପୁଅ ଠାରୁ ମା’କୁ ଛଡ଼ାଇ ନେଲା ଡେଙ୍ଗୁ

Published By : Prameya | May 12, 2025 7:02 PM

ଜଳେଶ୍ବର,୧୨/୫ : ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚାଲିଗଲା ମା’ର ଜୀବନ।   ଦୁଇ ଶିଶୁ ପୁଅ ଠାରୁ ମା’କୁ ଛଡ଼ାଇ ନେଲା । ଏବେ ମା’କୁ ଝୁରି ଝୁରି କାନ୍ଦୁଛନ୍ତି ୨ ଶିଶୁ। ଏଭଳି ହୃଦୟବିଦାରକ ଘଟଣା ଜଳେଶ୍ବରରେ ଦେଖିବାକୁ ମିଳୁଛି। 

ଆଜକୁ ୪ବର୍ଷ ତଳେ ବରିଷ୍ଠ ସାମ୍ବାଦିକ ଅବଦୁଲ ରହିମଙ୍କ ତୃତୀୟ କନ୍ୟା ରୋଜିନା ବିବି(୨୨)କୁ ପଶ୍ଚିମବଙ୍ଗ ର କାଁଥି ସ୍ଥିତ ଭବାନୀ ଚକରେ ସମିମ ସାହାଙ୍କୁ ବିବାହ ଦେଇଥିଲେ ।ରୋଜିନା ବିବିର ପ୍ରଥମ ପୁଅ ଅଢ଼େଇ ବର୍ଷ ଓ ସାନ ପୁଅ ମାତ୍ର ଦେଢ଼ ବର୍ଷ ହୋଇଥିଲା । ପାଞ୍ଚ ଛ ଦିନ ଧରି ଜ୍ଵର ଲାଗିରହିଥିବା ବେଳେ ଚିକିତ୍ସା ପାଇଁ ବାପା ଅବଦୁଲ ରହିମଙ୍କ ଘରକୁ ଆସିଥିଲେ।  ଟେଷ୍ଟ ରୁ ଜଣା ପଢ଼ିଥିଲା  ରୋଜିନା ଡେଙ୍ଗୁରେ ଆକ୍ରାନ୍ତି।  ତାପରେ ବାପା ଅବଦୁଲ ରହିମ ପ୍ରଥମେ ବାଲେଶ୍ବର ଓ ପରେ ଏକ ଘରୋଇ  ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ରବିବାର  ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ରୋଜିନା । 

ରୋଜିନାଙ୍କ ମୃତଶରୀର ଶେଷ ଦର୍ଶନ ପାଇଁ ନଗରପାଳ ପ୍ରତିପ ପ୍ରଧାନ, ସ୍ଥାନୀୟ କାଉନସିଲର ସେଖ ସୈଫୁଦିନ ,ବିଜୟ କାମିଳା, ସଂଜୀବ ପାଳ, ଅବଦୁଲ ହାକିମ, କାର୍ଯ୍ୟରତ ସାମ୍ବାଦିକ,ସ୍ଥାନୀୟ ଲୋକମାନେ ଶେଷ ଦର୍ଶନ କରିଥିଲେ । ପରେ ମୁସଲିମ ରୀତିନୀତି ଅନୁସାରେ ମୃତ୍ୟୁ ଶରୀରକୁ ଝାଢ଼େଶ୍ୱର ପୁର ସ୍ଥିତ ନିଜ ଗାଁରେ କବର ଦିଆଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.