ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ପ୍ରବଳ ଖରାରେ ଜଳିଗଲା ପାନଲଟା : ପାନକୁ କୃଷିର ମାନ୍ୟତା ଦାବୀ, ସରକାରୀ ସହାୟତା ଅପେକ୍ଷାରେ ଚାଷୀ

Published By : Prameya | May 12, 2025 7:35 PM

ଚନ୍ଦନେଶ୍ଵର,୧୨/୫ (ଆ.ପ୍ର)ପ୍ରବଳ ଗରମ । ଆକାଶରୁ ଖାଲି ନିଆଁ ବର୍ଷୁଛି । ୪୦ଡିଗ୍ରୀରୁ ଅଧିକ ଚାପମାତ୍ରା । ଆଉ ଏଭଳି ଉତ୍ତପ୍ତ ତାପାମାତ୍ରାରେ ଜଳି ଯାଉଛି ପାନ ବରଜର ଲଟାସବୁ । ପାନଲଟା,ପାନ ପତ୍ର ସବୁ ଜଳି ନାଲି ପଡି ଯାଉଛି । ପାଣି,ସାର,ଔଷଧ କିଛି କାମ କରୁନାହିଁ । ନା ମିଳୁଛି ପାନକୁ କୃଷିର ମାନ୍ୟତା ନା ସରକାରୀ ସହାୟତା । କେବଳ ନିଜ ଭାଗ୍ୟକୁ ଆଦରି ଗୁମୁରି, ଗୁମୁରି କାନ୍ଦିବା ଛଡା ଅନ୍ୟ କିଛି ଉପାୟ ନାହିଁ । ଏଭଳି ଏକ ଅଭାବନୀୟ ପରିସ୍ଥିତି ଆସିଛି ବାଲେଶ୍ଵର ଜିଲ୍ଲା ଭୋଗରାଇର ଗୋଛିଦାଡେଘରି ପଂଚୟତ ଅଧୀନ ମଙ୍ଗରାଜପୁର ଗାଁର ହିମାଂଶୁ ପ୍ରଧାନଙ୍କ ପାଇଁ ।

ବିବରଣୀରୁ ପ୍ରକାଶ,ମଙ୍ଗରାଜପୁର ଗାଁର ହିମାଂଶୁ ପ୍ରଧାନଙ୍କ ୩ଜଣ ଭାଇ ସମସ୍ତେ ଏହି ପାନ ବରଜକୁ ଜୀବିକା ଭାବେ ନେଇ କାମ କରନ୍ତି । ପରିବାରର ପ୍ରାୟ ୧ ୨ଜଣ ସଦସ୍ୟ। ପାନ ବରଜରେ ୧୬ହଜାରରୁ ଅଧିକ ଲଟା । ଗୋଟିଏ ଗୋଟିଏ ପାନ ତୋଳିଲେ ୪ ପଣ( ଏକ ପଣ ୮୦କଡା) ହୁଏ । ଏବେ ପ୍ରତି ଲଟାରେ ୧ ୨/୧୩ଟି ପାନ ରହିଥିଲା । ପାନ ପଣକୁ ୧୫ ଶହରୁ ୨ହଜାର ଟଙ୍କା ଏବେ ବଜାର ଦର ରହିଛି । ମାତ୍ର ପ୍ରବଳ ଗରମ ସବୁ ସ୍ୱପ୍ନକୁ ଉଜାଡି ଦେଇଛି । ପ୍ରାୟ ୧ଲକ୍ଷ ଟଙ୍କାର ପାନ ସହିତ ସମ୍ପୂର୍ଣ ବରଜଟି ନଷ୍ଟ ହେବାକୁ ବସିଛି । ଏଭଳି ପରିସ୍ଥିତିରେ ଘରେ ୨ଦିନ ହେଲା ଚୁଳି ଜଳୁନି । ନିୟମିତ ବରଜରେ ପାଣି ଦେବା ସହିତ ଯେତେ ସାର, ଔଷଧ ପ୍ରୟୋଗ କଲେ ବି କିଛି ସୁଫଳ ମିଳୁନାହିଁ ।

ପାନ,ଧାନ, ମୀନର ଅଂଚଳ ଭୋଗରାଇର ୨୦ରୁ ଅଧିକ ପଞ୍ଚାୟତରେ ଲୋକ ପାନଚାଷ ଉପରେ ନିର୍ଭର କରନ୍ତି । ଦୀର୍ଘ ବର୍ଷ ହେଲା ପାନ ଓ ତା’ର ଯୋଡି ଖଡିକୁ କୃଷିର ମାନ୍ୟତା ପାଇଁ ଦାବୀ କରି ଆସୁଛନ୍ତି ଭୋଗରାଇବାସୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.