ପ୍ରମୂଖ ଖବର
  • ପୁରୀ : ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫୦ ଗୁଳି ଜବତ
  • ||
  • ଦେବଗଡ : ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ଯା
  • ||
  • ଭୁବନେଶ୍ୱର : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ: ୨ ଯୁବତୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ, ଦୀର୍ଘ ସମୟ ଧରି ଫାଟକ ବାହାରେ ଠିଆ ହୋଇ ରହିଲା ଆମ୍ବୁଲାନ୍ସ
  • ||
  • ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
  • ||
  • ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଟେଣ୍ଟ କର୍ମଚାରୀଙ୍କ ଜୀବନ
  • ||
  • ବୌଦ୍ଧ : ବସ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କଟକ : କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ରାକେଟ, ରାଜ୍ୟ ବାହାରୁ ୨୪ ଜଣ ଗିରଫ
  • ||
  • ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିଲେ ଯୁବକ, ମିଳିଲା ମୃତଦେହ
  • ||
  • ବାରିପଦା : କାର୍ଯ୍ୟରେ ଅବହେଳା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ
  • ||
  • କେନ୍ଦୁଝର : ଅଷ୍ଟମ ବେତନ କମିଶନ ଓ ୟୁପିଏସକୁ ନେଇ ଶ୍ରମିକ ୟୁନିଅନର ସାଧାରଣ ସଭା ଅନୁଷ୍ଠିତ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ‌ରେ ରାଗିଂ ଘଟଣା: ମୁହଁ ଖୋଲିଲେ ଦ୍ଵିତୀୟ ବର୍ଷ ଛାତ୍ର
  • ||
  • ଗଜପତିରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ
  • ||
  • କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର, ରାସ୍ତାରେ ଗାଡି ମୋଟର ଚଳାଚଳରେ ସମସ୍ୟା
  • ||
  • ବାଲିପାଟଣା : ଗୋମାଂସ ଚୋରା ଚାଲାଣ ବେଳେ ଗାଡି ଅଟକାଇଲେ ଲୋକେ, ୩ ବସ୍ତା ଗୋମାଂସ ଜବତ
  • ||
  • ସୁନ୍ଦରଗଡ଼ : କରମଡିହିରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର
  • ||
  • ରାଜଧାନୀରେ ହତ୍ୟାକାଣ୍ଡ: ମାଛ ଖାଇବାକୁ ନଦେବାରୁ ଗଡିଲା ମୁଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ
  • ||

ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର, ପିଠିରୁ ଛାତି ଯାଏ ୩୦ ଘଣ୍ଟା ଧରି ପଶି ରହିଥିଲା ଗଛ ଡାଳ

କଟକ, ୨୦।୩: ମହୁଲ ଗଛରେ ଚଢ଼ି ଫୁଲ ତୋଳୁତୋଳୁ ଖସି ଯାଇଥିଲା ଗୋଡ଼ । ଭାରସାମ୍ୟ ହରାଇ ତଳେ କଚାଡ଼ି ହୋଇପଡ଼ିବାରୁ ପିଠିରେ ପଶିଯାଇଥିଲା ଗଛ ଡାଳ । ଦୁର୍ଘଟଣାଗ୍ରସ୍ତ ନାବାଳକଙ୍କ ପିଠିରୁ ପେଟ ଦେଇ ଛାତି ଯାଏ ପଶିରହିଥିବା ଗଛଡାଳ ପ୍ରାୟ ୩୦ ଘଣ୍ଟା ପରେ ଶରୀରରୁ ବାହାର କରାଯାଇଛି । ଏସ୍‌ସିବି କାର୍ଡ଼ିଓଥୋରାସି ବିଭାଗରେ ଜଟିଳ ଅପରେସନ୍‌ କରାଯାଇ ନାବାଳକଙ୍କ ପିଠିରୁ ଛାତି ଯାଏ ପଶି ରହିଥିବା ଦେଢ଼ଫୁଟିଆ ଡାଳକୁ ବାହାର କରାଯାଇଛି । ଏପରିସ୍ଥଳେ ଦୁଇ ଦିନ କାଳ ଜୀବନ ସହ ସଂଗ୍ରାମ କରିଆସୁଥିବା ମୟୂରଭଞ୍ଜ ଅଞ୍ଚଳର ନାବାଳକ ଲମ୍ବୋଦର ମାର୍ଣ୍ଡି ଏବେ ବିପଦମୁକ୍ତ ହୋଇଛନ୍ତି । 

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ଉଦଳା ବଇଦାଖୋଲି ଅଞ୍ଚଳର ହରିମୋହନ ମାର୍ଣ୍ଡିଙ୍କ ପୁଅ ୧୭ ବର୍ଷୀୟ ଲମ୍ବୋଦର ରବିବାର ସନ୍ଧ୍ୟାରେ ଘର ନିକଟବର୍ତ୍ତୀ ଏକ ମହୁଲ ଗଛରେ ଚଢ଼ି ମହୁଲ ଫୁଲ ତୋଳୁଥିବାବେଳେ ତଳକୁ ଖସିପଡ଼ିଥିଲେ । ତଳେ ପଡ଼ିଥିବା ଏକ ଗଛର ଡାଳ ଲମ୍ବୋଦରଙ୍କ ପିଠି ଭିତର ଦେଇ ଛାତିକୁ ପଶିଯାଇଥିଲା । ଡାଳଟି ମେରୁଦଣ୍ଡରେ ଫଶି ରହିବା ଦ୍ୱାରା ଲମ୍ବୋଦର ଭୂଇଁରୁ ଉଠି ପାରିନଥିଲେ । ଯନ୍ତ୍ରଣାରେ ଛଟପଟ ଲମ୍ବୋଦରଙ୍କ ଆର୍ତ୍ତ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଘଟଣାସ୍ଥଳକୁ ଦୌଡ଼ିଆସିଥିଲେ । ଡାଳଟି ଲମ୍ବା ଥିବାରୁ ଏହାକୁ ଲମ୍ବୋଦରଙ୍କ ପିଠିରୁ ବାହାର କରିବା ଏତେ ସହଜ ନଥିଲା । ଏପରିସ୍ଥଳେ ସ୍ଥାନୀୟ ଲୋକେ ଗଛ ଡାଳର କିଛି ଅଂଶ ସତର୍କତାର ସହ କାଟି ଦେଇଥିଲେ । ତଥାପି ଦେଢ଼ ହାତର ଲମ୍ବ ଡାଳର କିଛି ଅଂଶ ଦେହ ଭିତରେ ଫଶି ରହିଥିଲା । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ସ୍ଥାନୀୟ ଲୋକେ ରବିବାର ରାତିରେ ପ୍ରଥମେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଏଠାରୁ ତାଙ୍କୁ ବାରିପଦା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ଏସ୍‌ସିବି ଡାକ୍ତରଖାନା ପଠାଇ ଦେଇଥିଲେ । 

ସୋମବାର ସକାଳେ ଲମ୍ବୋଦର ଏସ୍‌ସିବି କାଜୁଆଲିଟିରେ ପହଞ୍ଚିବା ପରେ ସର୍ଜରୀ ବିଭାଗରେ ଅପରେସନ୍‌ କରାଯିବା ପାଇଁ ଯୋଜନା କରାଯାଇଥିଲା । ମାତ୍ର ପିଠିରୁ ଛାତି ଦେଇ ଡାଳଟି ଫଶି ରହିଥିବାରୁ ସର୍ଜରୀ ବିଭାଗ ଡାକ୍ତର କାର୍ଡିଓଥୋରାସି ବିଭାଗକୁ ସ୍ଥାନାନ୍ତର କରିଥିଲେ । ମାତ୍ର ନାବାଳକଙ୍କ ଜୀବନ ପ୍ରତି ବିପଦ ଥିବାରୁ ଡାକ୍ତର ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ଅପରେସନ୍‌ ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଫେସର ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ନାବାଳକଙ୍କର ଅପରେସନ୍‌ ରାତି ୮ ଟାରୁ ଆରମ୍ଭ ହୋଇଥିଲା । ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଅପରେସନ୍‌ ଚାଲିଥିଲା । ଅପରେସନ୍‌ କରି ଶେଷରେ ଡାକ୍ତରମାନେ ନାବାଳକର ପିଠିରୁ ଗଛ ଡାଳକୁ ରାତି ପ୍ରାୟ ୧୨ଟା ବେଳେ ବାହାର କରିବାରେ ସକ୍ଷମ ହୋଇଥିଲେ । ଦୁଇ ଦିନ ହେଲା ଜୀବନ ମରଣ ଆଶଙ୍କାରେ ଥିବା ନାବାଳକ ଜଣକ କାର୍ଡିଓଥୋରାସି ବିଭାଗ ମୁଖ୍ୟ ପ୍ରଫେସର ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍‌ର ସଦସ୍ୟମାନଙ୍କ ଦୀର୍ଘ ସମୟର କସରତ ପରେ ବିପଦମୁକ୍ତ ହୋଇଥିଲେ । ନାବାଳକ ଜଣକ ଏବେ ଆଇସିୟୁରେ । ଲମ୍ବୋଦରଙ୍କ ଦେହରୁ ଗଛ ଡାଳ ବାହାରିଥିଲେ ହେଁ ପୁଅ କିପରି ସ୍ୱାଭାବିକ ଅବସ୍ଥାକୁ ଫେରିବ ସେଥିପାଇଁ ତାଙ୍କ ମା’ ଲକ୍ଷ୍ମୀ ମାର୍ଣ୍ଡି ଚାହିଁ ବସିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.