ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଏହି ରାଶିର ବ୍ୟକ୍ତିଙ୍କ ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ

ମେଷ: ଘାତବାର ଦଶମ ଚନ୍ଦ୍ର ଓ ଅତିଗଣ୍ଡ ଯୋଗ ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିିଳିବ ନାହିଁ । କର୍ମ ପ୍ରତି ଅଧିକ ଧ୍ୟାନ ରହିବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ମିଳିବ । ସମସ୍ତ ଅଟକିଥିବା କାମ ଓ ବନ୍ଦ ହୋଇଥିôବା କାମ ସଫଳତାର ସହ ସମ୍ପାଦନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍‌ଯୋଗ କରିବେ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ: ହଳଦିଆ, ସଂଖ୍ୟା : ୬, ଆରାଧନା : ପ୍ରଭୁ ସ୍କନ୍ଦ । 

ବୃଷ: ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ । ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ମହତ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ: ମେରୁନ୍‌, ସଂଖ୍ୟା : ୧୨, ଆରାଧନା: ମା’ ସମଲେଶ୍ୱରୀ  ।

ମିଥୁନ: ଅଷ୍ଟମ ଚନ୍ଦ୍ର, ଅତିଗଣ୍ଡ ଯୋଗ ଯୋଗୁ ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ ବିବାଦୀୟ ହେବ । ଯେଉଁମାନଙ୍କର ପୁନର୍ବସୁ ମିଥୁନ, ସେମାନେ ସତର୍କ ହେବେ । ଶୁଭ ରଙ୍ଗ: ସବୁଜ, ସଂଖ୍ୟା : ୮, ଆରାଧନା: ମା’ ଷୋଡ଼ଶୀ ।

କର୍କଟ: ସପ୍ତମ ଚନ୍ଦ୍ର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ମାନ, ସମ୍ମାନ, ପରିବାରରେ ସୁଖଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରତିଭାର ବିକାଶ ଘଟିବ । ଯେଉଁମାନଙ୍କର ପୁଷ୍ୟା କର୍କଟ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ: ଧଳା, ସଂଖ୍ୟା: ୫, ଆରାଧନା: ଭଗବାନ ଶିବ ।

ସିଂହ: ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ, ପରିବାରରେ ଖର୍ଚ୍ଚଭାର ବୃଦ୍ଧି ପାଇବ ଏବଂ ଶତ୍ରୁବୃଦ୍ଧି ଘଟିବ । ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ ବିବାଦୀୟ ହେବ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ, ସେମାନେ ସତର୍କ ହେବେ । ଶୁଭ ରଙ୍ଗ: ଗୋଲାପୀ, ସଂଖ୍ୟା: ୧୧, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ପଞ୍ଚମ ଚନ୍ଦ୍ର ଏବଂ ଘାତ ନକ୍ଷତ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ ।  ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : କଫି, ସଂଖ୍ୟା : ୪, ଆରାଧନା: ମା’ ଷୋଡ଼ଶୀ ।

ତୁଳା: ଚତୁର୍ଥ ଚନ୍ଦ୍ର, ଘାତତିଥି ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ସ୍ୱଜନରେ କଥାବାର୍ତ୍ତା ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଧନକୁ ନେଇ  ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ବିଶାଖା ତୁଳା, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ: ସିଲ୍‌ଭର, ସଂଖ୍ୟା : ୪, ଆରାଧନା : ମା’ ଗାୟତ୍ରୀ ।

ବିଛା :  ତୃତୀୟ ଚନ୍ଦ୍ର, ରବିବାର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ନୂତନ କର୍ମାରମ୍ଭର ସୁଯୋଗ ଜୁଟିବ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ପ୍ରଭୁ ହନୁମାନ, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ହନୁମାନ ।

ଧନୁ : ଦ୍ୱିତୀୟ ଚନ୍ଦ୍ର, ରବିବାର, ଚନ୍ଦ୍ରଙ୍କ ନକ୍ଷତ୍ର ଏବଂ ଘାତତିଥି ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ଧନ ପ୍ରତି ମନରେ ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ଯେତେ ଅଧିକ ମିଳିଲେ ମଧ୍ୟ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବହୁବିଧ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ମା’ ଧୂମାବତୀ ।

ମକର : ଶ୍ରୀଚନ୍ଦ୍ର ଯୋଗୁ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀ, ସହଯୋଗୀଙ୍କ ସହ ସୁସମ୍ପର୍କ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସ୍ୱାସ୍ଥ୍ୟ ଓ ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : କଳା, ସଂଖ୍ୟା : ୩, ଆରାଧନା :  ମା’ ବିମଳା ।

କୁମ୍ଭ : ଦ୍ୱାଦଶ ଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍‌ଧାବନ କରିବେ । ସତ୍‌ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ ଏବଂ ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ ବିବାଦୀୟ ହେବ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ, ସେମାନେ ସତର୍କ ହେବେ ।   

ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା :ମା’ ଭୈରବୀ ।

ମୀନ : ଏକାଦଶ ଚନ୍ଦ୍ର, ରବିବାର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆୟର ନୂତନ ମାର୍ଗ ଖୋଲିବ ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃତ ଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା, ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୯, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

ଜ୍ୟୋତିର୍ବିଦ୍‌ : କୈଳାସ ଦାଶ, 

ଯୋଗାଯୋଗ : ୯୪୩୭୧୩୩୪୭୩

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.