ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ଦ୍ବିତୀୟ ଟେଷ୍ଟରେ ହେବ ଏହି ପ୍ଲେୟାରଙ୍କ ଏଣ୍ଟ୍ରି

Published By : Ankita S | November 29, 2024 1:28 PM

ନୂଆଦିଲ୍ଲୀ,୨୯/୧୧: ଭାରତୀୟ କ୍ରିକେଟ ଦଳ ପିଙ୍କ୍ ବଲ୍ ଟେଷ୍ଟ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ଆଡିଲେଡରେ ଡିସେମ୍ବର ୬ ତାରିଖରେ ଖେଳାଯିବ । ଏହାପୂର୍ବରୁ ପୂର୍ବରୁ ଏକ ପ୍ରାକ୍ଟିସ ମ୍ୟାଚ ଖେଳିଯିବ । ଆସନ୍ତାକାଲି ୩ ଦିନ ଧିରେ ୱାର୍ମଅଫ ମ୍ୟାଚ ଖେଳାଯିବ । ଏହାରି ମଧ୍ୟରେ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଖୁସି ଖବର ଆସିଛି । ଟିମ୍ ଇଣ୍ଡିଆର ଷ୍ଟାର ପ୍ଲେୟାର ଶୁଭମନ ଗିଲ ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି । ଶୁଭମନ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଖେଳିବାର ସମ୍ଭାବନା ରହିଛି ।

ପ୍ରଥମ ଟେଷ୍ଟ ଖେଳିନଥିଲେ ଶୁଭମନ- ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳରେ ଶୁଭମନ ଗିଲ ସାମିଲ ଅଛନ୍ତି । ମାତ୍ର ପ୍ରଥମ ଟେଷ୍ଟ ସେ ଖେଳି ନଥିଲେ । ଆହତ ସମସ୍ୟା ପାଇଁ ପ୍ରଥମ ଟେଷ୍ଟରୁ ବାଦ ପଡିଥିଲେ ଶୁଭମନ । ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକର ଦଳରେ ସାମିଲ ହୋଇଥିଲେ । ବର୍ତମାନ ଶୁବମନ ସୁସ୍ଥ ଥିବାରୁ ସେ ଦଳକୁ ଫେରିବାର ସମ୍ଭାବନା ରହିଛି । ନେଟ ପ୍ରାକ୍ଟିସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଭାରତ ବନାମ ପିଏମ ୧୧ ମଧ୍ୟରେ ହେବ ପିଙ୍କ୍ ବଲ ପ୍ରାକ୍ଟିସ ମ୍ୟାଚ- ଭାରତୀୟ କ୍ରିକେଟ ଦଳ ବର୍ତମାନ କାନବେରାରେ ଅଛି । ଆସନ୍ତାକାଲିଠୁ ଭାରତ ଓ  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ  ମଧ୍ୟରେ ଏକ ଦିବାରାତ୍ର ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହେବ । ଶୁବମନ ଗିଲ ନେଟରେ ପ୍ରାକ୍ଟିସ କରିବାକୁ ଓହ୍ଲାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୁଭମନଙ୍କ ପ୍ରଦର୍ଶନ ଭଲ ନଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ  ସିରିଜରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ପ୍ରକାଶ ଥାଉ କି, ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା । ଅଷ୍ଟ୍ରେଲିଆ ମାଟିରେ ୨୯୫ ରନ୍‌ର ବୃହତ ବିଜୟ ହାସଲ କରିଥିଲା ଦଳ । ୧-୦ ସିରିଜରେ ଆଗରେ ରହିଛି ଟିମ୍ ଇଣ୍ଡିଆ ।  ଅଭ୍ୟାସ ମ୍ୟାଚ୍‌ ଶେଷ ହେବା ପରେ ଡିସେମ୍ବର ୬ ତାରିଖରୁ ଆଡିଲେଡରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.