ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

ଏକନାଥ ସିନ୍ଦେଙ୍କ ଦାବି ଶୁଣି ଚିନ୍ତାରେ ବିଜେପି, ଅମିତ ଶାହ ବି କରିପାରିଲେନି କମିଟ୍‌ମେଣ୍ଟ !

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ୬ ଦିନ ହେଲା ଆସିଲାଣି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଦୂର ହୋଇନାହିଁ । ଏହି ପ୍ରସଙ୍ଗ‌ରେ ଗୁରୁବାର ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ଭେଟି ଆଲୋଚନା କରିଛନ୍ତି ମହାୟୁତିରେ ସାମିଲ ୩ ଦଳର ନେତା । ୧ ଘଣ୍ଟା ଧରି ହୋଇଥିବା ଏହି ବୈଠକ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସ୍ପଷ୍ଟ ହୋଇପାରି ନାହିଁ । ସିନ୍ଦେ ଗୋଷ୍ଠୀର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକରେ ଏକନାଥ ସିନ୍ଦେ କେତେକ ଦାବି ରଖିଛନ୍ତି । ଶିବସେନା ଲାଗି ସେ ବିଧାନ ପରିଷଦର ଅଧ୍ୟକ୍ଷ ପଦ ମାଗିଛନ୍ତି । ଏହା ସହ ୧୨ ମନ୍ତ୍ରୀ ପଦ ଲାଗି ଦାବି କରିଛନ୍ତି ସିନ୍ଦେ । ଏଥିରେ ଗୃହ ଏବଂ ସହରୀ ବିକାଶ ମନ୍ତ୍ରାଳୟ ମଧ୍ୟ ସାମିଲ ରହିଛି । କିନ୍ତୁ ବୈଠକରେ ଅମିତ ଶାହ, ସିନ୍ଦେଙ୍କ ଦାବି ପୂରଣ ହେବ କି ନାହିଁ କୌଣସି ପ୍ରତିଶ୍ରୁତି ଦେବେ ନାହିଁ । ସିନ୍ଦେଙ୍କ ଦାବିକୁ ନେଇ ରାଜ୍ୟରେ ପୁଣି ଥରେ ବୈଠକ ହେବ ବୋଲି କୁହାଯାଉଛି । 

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ହେବା ଲାଗି ସମ୍ମତି ଜଣାଇଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ । ଯଦି ଦେବେନ୍ଦ୍ର ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ତାଙ୍କ ପାଇଁ ଗୃହ ବିଭାଗ କେତେ ମହତ୍ବପୂର୍ଣ୍ଣ ତାହା ବିଜେପିକୁ ଭଲ ଭାବେ ଜଣାଅଛି । ଆଉ ଏଥି ପାଇଁ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିବା ପରେ ଏକନାଥ ସିନ୍ଦେ ଭାବିଚିନ୍ତି ନିଜର ଦାବି ରଖୁଛନ୍ତି । ଏକନାଥ ସିନ୍ଦେଙ୍କ ଦାବି ପାଇଁ ହିଁ ମହାରାଷ୍ଟ୍ରରେ ନୂଆ ସରକାର ଗଠନରେ ବିଳମ୍ବ ହେଉଛି । କୌଣସି ପରିସ୍ଥିତିରେ ସିନ୍ଦେଙ୍କ ଶିବସେନାକୁ ନାରାଜ କରିବାକୁ ଦେବ ନାହିଁ ବିଜେପି । ଯଦି ଗୃହ ମନ୍ତ୍ରାଳୟ ସିନ୍ଦେ ଗୋଷ୍ଠୀକୁ ନଦିଆଯାଏ ତେବେ ବିଜେପି ସହରୀ ବିକାଶ ସହ ଆଉ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇପାରେ ।

 ଏମିତି ମଧ୍ୟ ଖବର ରହିଛି ଯେ, ଏକନାଥ ସିନ୍ଦେଙ୍କ ଅସନ୍ତୋଷ ଦୂର କରିବା ଲାଗି ବିଜେପି ତାଙ୍କୁ ଗୃହ ମନ୍ତ୍ରାଳୟ ଦେବା ଉପରେ ବିଚାର କରିପାରେ । ଯଦି ସିନ୍ଦେ ଅସନ୍ତୋଷ ପ୍ରକାଶ କରନ୍ତି ତେବେ ଏହାର ପ୍ରଭାବ କେବଳ ମହାରାଷ୍ଟ୍ର ନୁହେଁ ବରଂ କେନ୍ଦ୍ରରେ ଏନଡିଏ ସରକାରରେ ସାମିଲ ଛୋଟ ଦଳଗୁଡ଼ିକ ଉପରେ ପଡ଼ିପାରେ ।  ଏଭଳି ସ୍ଥିତିରେ ମହାରାଷ୍ଟ୍ର ସମୀକରଣ ସାହାଯ୍ୟରେ ବିଜେପି ଜଣାଇବାକୁ ଚେଷ୍ଟା କରିବ ଯେ, ଦଳ ନିଜର ସହଯୋଗୀଙ୍କୁ କେବେ ବି ହତାଦର କରେ ନାହିଁ ବରଂ ସମ୍ମାଦ ଦିଏ ।  ଏମିତି ମଧ୍ୟ କୁହାଯାଉଛି ଯେ, ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ ଡିସେମ୍ବର ୫ରେ ହୋଇପାରେ । 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.