ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ବିଜେଡିର ବିଭିନ୍ନ ସେଲ୍‌ରେ ବରିଷ୍ଠ ନେତାଙ୍କୁ ଦାୟିତ୍ବ

Published By : Prameya | May 5, 2025 5:18 PM

ଭୁବନେଶ୍ବର, ୫।୫ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ବିଭିନ୍ନ ସେଲର ଦାୟିତ୍ବ ବଣ୍ଟନ କରିଛନ୍ତି। ବରିଷ୍ଠ ନେତାଙ୍କୁ ଏହି ପଦବୀର ଦାୟିତ୍ବ ବଣ୍ଟନ କରାଯାଇଛି। ବିଜୁ କୃଷକ ଜନତା ଦଳର ଦାୟିତ୍ୱ ବରିଷ୍ଠ ବିଧାୟକ ତଥା  ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଛି ।  ବିଜେଡି ଆଞ୍ଚଳିକ ଉନ୍ନୟନ ସେଲରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି  ବିଜେଡି କୋ-ଅପରେଟିଭ୍ ସେଲର ଦାୟିତ୍ୱ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶିକ୍ଷା ଓ ଶିକ୍ଷକ ସେଲର ଦାୟିତ୍ୱ ବିଧାୟକ ବଦ୍ରି ନାରାୟଣ ପାତ୍ର, ଫିସରମ୍ୟାନ୍ ସେଲର ଦାୟିତ୍ୱ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆଦିବାସୀ ସେଲର ଦାୟିତ୍ୱ ମଙ୍ଗଳା କିଷାନଙ୍କୁ ଦିଆଯାଇଛି । ସେହିପରି ବିଜେଡି ସିନିୟର ସିଟିଜେନ୍ ସେଲର ଦାୟିତ୍ୱ ଦେବାଶିଷ ସାମନ୍ତରାୟଙ୍କୁ, ଓବିସି ସେଲର ଦାୟିତ୍ୱରେ ଅରୁଣ ସାହୁ, ଏସସି ସେଲର ଦାୟିତ୍ୱ ମହେଶ ସାହୁ ଏବଂ ଆଇଟି ଓ ସୋସିଆଲ୍ ମିଡିଆ ସେଲରେ ଅମର ପଟ୍ଟନାୟକଙ୍କୁ ଦାୟିତ୍ବ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.