ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ବିଜେଡି ରାଜନୈତିକ ବ୍ୟାପାର କମିଟି ଗଠନ : ନବୀନ ପଟ୍ଟନାୟକ ହେଲେ ଅଧ୍ୟକ୍ଷ , କମିଟିରେ ଅଛନ୍ତି ୧୦ ସଦସ୍ୟ

Published By : Prameya | May 5, 2025 5:49 PM

ଭୁବନେଶ୍ବର, ୫।୫ : ବିଜେଡିର  ନୂଆ  ସାଗଠନିକ ଟିମ ସୋମବାର ଘୋଷଣା କରାଯାଇଛି। ସେହିପରି  ବିଜେଡିର ବିଭିନ୍ନ ସେଲ୍‌ରେ  ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି। ବିଜେଡିର ରାଜନୈତିକ ବ୍ୟାପାର କମିଟି ମଧ୍ୟ ଗଠନ କରାଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କମିଟି ଗଠନ କରିଛନ୍ତି। କମିଟିରେ ୧୦ ଜଣ ସଦସ୍ୟ ରହିଛନ୍ତି। ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷ ରହିଛନ୍ତି।

ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଭାବେ  ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁନ୍ଦାମ ମାରାଣ୍ଡି, ଟୁକୁନି ସାହୁ, ଡ. ସସ୍ମିତ ପାତ୍ର, ଡ. ସନ୍ତୁପ୍ତ ମିଶ୍ର ରହିଛନ୍ତି।

ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ବିଭିନ୍ନ  ସେଲର ଦାୟିତ୍ବ ବଣ୍ଟନ କରିଛନ୍ତି। ବିଜୁ କୃଷକ ଜନତା ଦଳର ଦାୟିତ୍ୱ ବରିଷ୍ଠ ବିଧାୟକ ତଥା  ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଛି । ସେହିପରି ବିଜେଡି ଆଞ୍ଚଳିକ ଉନ୍ନୟନ ସେଲରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ଦାୟିତ୍ୱ ଦିଆଯାଇଛି।

ବିଜେଡି କୋ-ଅପରେଟିଭ୍ ସେଲର ଦାୟିତ୍ୱ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶିକ୍ଷା ଓ ଶିକ୍ଷକ ସେଲର ଦାୟିତ୍ୱ ବଦ୍ରି ନାରାୟଣ ପାତ୍ର, ଫିସରମ୍ୟାନ୍ ସେଲର ଦାୟିତ୍ୱ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆଦିବାସୀ ସେଲର ଦାୟିତ୍ୱ ମଙ୍ଗଳା କିଷାନଙ୍କୁ ଦିଆଯାଇଛି । ସେହିପରି ବିଜେଡି ସିନିୟର ସିଟିଜେନ୍ ସେଲର ଦାୟିତ୍ୱ ଦେବାଶିଷ ସାମନ୍ତରାୟଙ୍କୁ, ଓବିସି ସେଲର ଦାୟିତ୍ୱରେ ଅରୁଣ ସାହୁ, ଏସସି ସେଲର ଦାୟିତ୍ୱରେ ମହେଶ ସାହୁ ଏବଂ ଆଇଟି ଓ ସୋସିଆଲ୍ ମିଡିଆ ସେଲରେ ଅମର ପଟ୍ଟନାୟକ ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.