ନୂଆଦିଲ୍ଲୀ : ଯଦି ଆପଣ ଭାବୁଛନ୍ତି କି, ବାରମ୍ୱାର ରାତିରେ ଉଜାଗର ରହିବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁଛି , ଏହା ପୂରା ଭୁଲ। ୭୦ହଜାରରୁ ଅଧିକ ଲୋକଙ୍କୁ ନେଇ ବୈଜ୍ଞାନିକମାନେ ୮ ବର୍ଷ ଧରି ଏକ ଏକ ବଡ଼ ଧରଣର ଅଧ୍ୟୟନ କରିଥିଲେ। ଏଥିରୁ କିଛି ଆଶ୍ଚର୍ଯ୍ୟ କରିବା ଭଳି କଥା ସାମନାକୁ ଆସିଛି। ଅଧ୍ୟୟନର ନିଷ୍କର୍ଷ ସାଇକିୟାଟ୍ରି ରିସର୍ଚ୍ଚ ଜର୍ନାଲରେ ପ୍ରକାଶିତ ହୋଇଛି। ଅଧ୍ୟୟନର ନିଷ୍କର୍ଷ ଏହା ଯେ, ରାତି ୧ଟା ସୁଦ୍ଧା ଶୋଇବାକୁ ପରାମର୍ଶ ଦିଆ ଯାଇଛି ଏବଂ ଯେଉଁ ଲୋକ ନିୟମିତ ରୂପେ ରାତି ୧ଟା ପରେ ଶୁଅନ୍ତି , ସେ ବାସ୍ତବରେ ନାନା ସମସ୍ୟାକୁ ନିମନ୍ତ୍ରଣ କରୁଛନ୍ତି।
ଏକ୍ସରସାଇଜ୍ କରିବା ସମୟରେ ଏହି ଲୋକଙ୍କୁ ରହିଥାଏ ହୃଦଘାତର ବିପଦ, ସୁରକ୍ଷା ପାଇଁ ଜାଣନ୍ତୁ ଜରୁରୀ ଟିପ୍ସ
ପାଖାପାଖି ୭୫ହଜାର ବୟସ୍କ ଲୋକଙ୍କୁ ନେଇ କରାଯାଇ ଥିବା ଏକ ସର୍ବେକ୍ଷଣରେ, ଗବେଷକମାନେ ଅଂଶଗ୍ରହଣକାରୀଙ୍କ ପସନ୍ଦର ଶୋଇବା ସମୟକୁ ନେଇ ତୁଳନା କରିଥିଲେ,( ଯାହା କ୍ରୋନୋଟାଇପ୍ ଭାବେ ଜଣାଯାଏ)। ସେ ଦର୍ଶାଇଛନ୍ତି କି କାହାର ପସନ୍ଦର ଶୋଇବା ସମୟ ଅପେକ୍ଷା ସମସ୍ତଙ୍କୁ ଶୀଘ୍ର ଶୋଇବାରେ ଅଧିକ ଲାଭ ମିଳି ଥିଲା। ସକାଳୁ ଶୀଘ୍ର ଉଠୁଥିବା ଲୋକ ଅପେକ୍ଷା ରାତିରେ ଡେରି ଯାଏ ଚେଇଁ ଥିବା ଲୋକଙ୍କ ମଧ୍ୟରେ ମାନସିକ ଓ ବ୍ୟବାହର ସମ୍ୱନ୍ଧୀୟ ବିକାର ଅଧିକ ଦେଖା ଦେଇଥାଏ। ଷ୍ଟାନଫୋର୍ଡ ମେଡିସିନ୍ର ଗବେଷକମାନେ ଏହା କହିଛନ୍ତି।
ଲୋ ବ୍ଲଡ୍ ପ୍ରେସରର ବ୍ୟକ୍ତି କରି ପାରିବେ ଏହି ୪ ଏକ୍ସରସାଇଜ୍, ଜାଣନ୍ତୁ ବ୍ୟାୟାମ କେତେ ଉପକାରୀ
ଗବେଷକମାନେ ମଧ୍ୟମ ବୟସ ବର୍ଗ ଓ ବୃଦ୍ଧ ବୟସ୍କଙ୍କ ମଧ୍ୟରେ ଏକ ବୃହତ୍ତ ୟୁକେ ଜନସଂଖ୍ୟାରେ, କ୍ରୋନୋଟାଇପ୍ ସର୍ବେକ୍ଷଣର ଅଧ୍ୟୟନ କରିଥିଲେ। ଅଂଶଗ୍ରହଣକାରୀମାନେ ନିଜର ନିଦର ପ୍ରାଥମିକତା ରିପୋର୍ଟ କରିଥିଲେ ଏବଂ ନିଦ୍ରା ଯିବାର ପାଟର୍ନକୁ ଟ୍ରାକ୍ କରିବାକୁ ସପ୍ତାହେ ଯାଏ ଏକ୍ସେଲେରୋମିଟର ପିନ୍ଧି ଥିଲେ। ମାନସିକ ସ୍ୱାସ୍ଥ୍ୟର ସ୍ଥିତିର ଆକଳନ ସ୍ୱାସ୍ଥ୍ୟ ରେକର୍ଡକୁ ବ୍ୟବହାର କରି କରାଯାଇଛି, ଯେଉଁଥିରେ ଅନ୍ତରାଷ୍ଟ୍ରୀୟ ରୋଗର ବର୍ଗୀକରଣରେ କୌଣସି ବି ମାନସିକ ବା ବ୍ୟବହାର ସମ୍ୱନ୍ଧୀୟ ବିକାର ସାମିଲ ଥିଲେ।
୭୩,୮୮୦ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ୧୯,୦୬୫ଙ୍କୁ ମର୍ଣ୍ଣିଂ ଟାଇପ୍ ଭାବେ ଚିହ୍ନଟ କରାଗଲା , ୬,୮୪୪ଙ୍କୁ ଇଭିନିଂ ଟାଇମ୍ ଭାବେ, ଏବଂ ୪୭,୯୭୯ଙ୍କୁ ମଧ୍ୟ ଭାଗରେ ରଖାଗଲା। ଅଧ୍ୟୟନର ଉଦ୍ଦେଶ୍ୟ ନିଦର ପ୍ରାଥମିକତା ଓ ମାନସିକ ସ୍ୱାସ୍ଥ୍ୟ ଫଳାଫଳ ମଧ୍ୟରେ ସମ୍ୱନ୍ଧ ବିଷୟରେ ଜାଣିବାର ଥିଲା।
ପରିଣାମ ସ୍ପଷ୍ଟ ଥିଲା ଯେ, ଉଭୟ ମର୍ଣ୍ଣିଂ ଟାଇପ୍ ଓ ଇଭିନିଂ ଟାଇପ୍ର ଲୋକ, ଯିଏକି ବିଳମ୍ୱରେ ଶୋଇବାକୁ ଯାଆନ୍ତି ,ସେମାନଙ୍କ ଠାରେ ଉଚ୍ଚ ମାନସିକ ସ୍ୱାସ୍ଥ୍ୟ ବିକାର ବିଶେଷକରି ଅବସାଦ ଓ ଚିନ୍ତା ଦେଖା ଦେଇଥାଏ। ଏହିକଥା ମନୋଚିକିତ୍ସା ଓ ବ୍ୟବହାର ବିଜ୍ଞାନର ପ୍ରଫେସର ଏବଂ ଅଧ୍ୟୟନର ବରିଷ୍ଠ ଲେଖକ ଜେମି ଜିଟଜର କହିଛନ୍ତି।
ଜିଟଜରଙ୍କ ଅନୁସାରେ , ସ୍ଲିପିଂ ଟାଇମ୍ର ସିଧାପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ସକାଳର ବ୍ରାହ୍ମ ମୂହୁର୍ତ୍ତରେ ଲୋକଙ୍କ ଦ୍ୱାରା କୌଣସି ଗଭୀର ନିଷ୍ପତ୍ତି ନିଆଯାଇ ନଥାଏ। ଅନେକ ହାନିକାରକ ବ୍ୟବହାର ରାତିରେ ଅଧିକ ଘଟିବା ସାଧାରଣ କଥା , ଯେଉଁଥିରେ ଆତ୍ମହତ୍ୟାର ଭାବନା, ହିଂସାତ୍ମକ ଅପରାଧ, ମଦ୍ୟପାନ ଓ ଡ୍ରଗ୍ସର ସେବନ ଓ ଅଧିକ ଖାଇବା (ଓଭର ଇଟିଂ) ଇତ୍ୟାଦି ରହିଛି।
ଗବେଷକଙ୍କ ମତରେ, ଯେଉଁମାନେ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ଶେଯ ତ୍ୟାଗ କରନ୍ତି ସେମାନଙ୍କର ଉତ୍ତମ ମାନସିକ ସ୍ୱାସ୍ଥ୍ୟ ରହିଥାଏ। ଏଣୁ ଶୟନ ସମୟ ଭଲ ମେଣ୍ଟାଲ ହେଲଥ୍ ବା ମାନସିକ ସ୍ୱାସ୍ଥ୍ୟରେ ସାହାଯ୍ୟ କରିଥାଏ।
କେମିତି ଶୀଘ୍ର ଶୋଇବାର ଅଭ୍ୟାସ ବଢାଇବା ?
ଶୀଘ୍ର ଶୋଇବାର ଅଭ୍ୟାସ ବୃଦ୍ଧି ପାଇଁ ନିରନ୍ତରତା, ଏକ ସରଞ୍ଚିତ ଦିନଚର୍ଯ୍ୟା ଓ ନିଦର ଅନୁକୂଳ ବାତାବରଣର ଆବଶ୍ୟକତା ରହିଥାଏ। ସପ୍ତାହାନ୍ତରେ ନିଜର ଏକ ନିର୍ଦ୍ଧିଷ୍ଟ ବେଡ୍ଟାଇମ୍ ଓ ୱେକ୍ ଅପ୍ ଟାଇମ୍କୁ ସେଟ୍ କରି ଆରମ୍ଭ କରନ୍ତୁ , ଯାହାକି ତୁମର ଇଣ୍ଟରନାଲ କ୍ଲକ୍କୁ ରେଗୁଲେଟ୍ କରିବ। ଆପଣ ନିଜର ଅଭିଳଷିକ୍ତ ସିଡ୍ୟୁଲ୍ରେ ପହଞ୍ଚିବା ଯାଏ, ପ୍ରତି ରାତିରେ ଧିରେ ଧିରେ ଆପଣଙ୍କର ବେଡ୍ଟାଇମ୍କୁ ୧୫-୩୦ ମିନିଟ୍ ଆଗରୁ ନିର୍ଦ୍ଧାରଣ କରନ୍ତୁ ।