ପ୍ରମୂଖ ଖବର
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ନୌସେନା ଦିବସ ପାଳନ ଉପଲକ୍ଷେ ଆସନ୍ତାକାଲି ପୁରୀରେ ସ୍କୁଲ ଛୁଟି

ପୁରୀ, ୩।୧୨ : ଆସନ୍ତାକାଲି ପୁରୀରେ ସ୍କୁଲ ଛୁଟି  ।  ପ୍ରଶାସନ ପକ୍ଷରୁ ଏହା ଘୋଷଣା କରାଯାଇଛି।  ନୌସେନା ଦିବସ ପାଳନ ଉପଲକ୍ଷେ ପ୍ରଶାସନ ପକ୍ଷରୁ ଏହି  ନିଷ୍ପତ୍ତି  ନିଆଯାଇଛି। 

ଆସନ୍ତା ୪ ତାରିଖରେ  ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଏବଂ ନୌସେନା ଦିବସ ପାଳନ ଉପଲକ୍ଷେ ପୁରୀ ପୌରପାଳିକାର ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ । ଏଥି ସହିତ ଗୋଲୁଆରର ମଦର୍ସ ପ୍ଲବିକ ସ୍କୁଲ , ପ୍ରଭୁଶ୍ରୀ ଇଂଲିଶ ମିଡିୟମ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ,  ବୀର ହରେକୃଷ୍ଣପୁରର ଏସଟି ଜାଭିୟର ହାୟର ସେକେଣ୍ଡାରୀ ସ୍କୁଲ  ମଧ୍ୟ ଏହି ଉପଲକ୍ଷେ ବନ୍ଦ ରହିବ ।

କିନ୍ତୁ NCERT ଦ୍ଵାରା ପରିଚାଳିତ PARAKH ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ଜାତୀୟ ସ୍ତରର ପରୀକ୍ଷା ହୋଇଥିବାରୁ ଏହି ପରୀକ୍ଷାଟି ପୁରୀ ପୌରପାଳିକା ଅନ୍ତର୍ଗତ ପରୀକ୍ଷା କେନ୍ଦ୍ର ମାନଙ୍କରେ ଓ ପ୍ରଭୁଶ୍ରୀ ଇଂଲିଶ ମିଡିୟମ ସ୍କୁଲରେ ସକାଳ ୭ ଘଟିକା ରୁ ମଧ୍ୟାହ୍ନ ୧୨ଘଟିକା ମଧ୍ୟରେ ଅନୁଷ୍ଠିତ ହେବ । ଯାହାର ପରୀକ୍ଷାର୍ଥୀମାନେ ସକାଳେ ୭ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଓ ମଧ୍ୟାହ୍ନ ୧୨ ଘଟିକା ପରେ ବିଦ୍ୟାଳୟ ପରିତ୍ୟାଗ କରିବେ । ପୁରୀ ପୌରାପାଳିକାର ଅନ୍ୟ ବିଦ୍ୟାଳୟ ମାନଙ୍କ ପରି ଏ ସମସ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ ମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ସୂଚନା ଦେଇଛନ୍ତି।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.