ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଆଡନ ମାକ୍ରମ ଭାରତ ବିପକ୍ଷରେ ତୃତୀୟ T20 ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲେ । ଦ୍ରୁତ ବୋଲର ଆଭେଶ ଖାନଙ୍କ ସ୍ଥାନରେ ଅଲରାଉଣ୍ଡର ରମଣଦୀପ ସିଂ ଡେବ୍ୟୁ କରିଛନ୍ତି । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଓପନିଂ କରିଥିଲ ବ୍ୟାଟର ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା। ସିରିଜର ପ୍ରଥମ ମ୍ୟାଚରେ ଶତକ ମାରିଥିବା ସଞ୍ଜୁ ସାମସନ ଦ୍ବିତୀୟ ମ୍ୟାଚରେ ଖାତା ଖୋଲିପାରି ନଥିଲେ । ଏଭଳି ପରିସ୍ଥିତିରେ ସଞ୍ଜୁ ସାମସନ ତୃତୀୟ ପାଳିରେ ଭଲ ଖେଳିବେ ବୋଲି ଆଶା କରାଯାଉଥିଲା କିନ୍ତୁ ସେ ଖାତା ଖୋଲିପାରି ନଥିଲେ ।
ସଞ୍ଜୁ ସାମସନ ପ୍ରଥମ ଓଭରର ଦ୍ବିତୀୟ ବଲରେ ଆଉଟ ହୋଇ ପାଭିଲିଅନ ଫେରିଥିଲେ । ମାର୍କୋ ଜନସେନ ସଞ୍ଜୁଙ୍କୁ ଶୂନରେ ଆଉଟ କରି ପାଭିଲିଅନର ରାସ୍ତା ଦେଖାଇଥିଲେ । ଏହି କ୍ରମରେ ସଞ୍ଜୁ ସାମସନ ସବୁଠୁ ଅଧିକ ଥର ଶୂନରେ ଆଉଟ ହୋଇଥିବା ସପ୍ତମ ଭାରତୀୟ ଖେଳାଳି ଭାବେ ନିଜ ନାମରେ ଏକ ଅଲୋଡା ରେକର୍ଡ କରିଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା, କେଏଲ ରାହୁଲ, ଅମ୍ବାତି ରାୟଡୁ, ଆଶିଷ ନେହେରା, ଦୀପକ ହୁଡ୍ଡା ଲଗାତାର ୨ଟି ମ୍ୟାଚରେ ଶୂନରେ ଆଉଟ ହୋଇଥିଲେ। ଓ୍ବାସିଂଟନ ସୁନ୍ଦର ଲଗାତାର ୩ଟି T20 ମ୍ୟାଚରେ ଶୂନରେ ଆଉଟ ହୋଇଥିବା ଏକମାତ୍ର ଭାରତୀୟ ଖେଳାଳି ହେବାର ଅପବାଦ ଅର୍ଜିଛନ୍ତି।
ସଞ୍ଜୁ ସାମସନ ଗୋଟିଏ ବର୍ଷରେ କ୍ରମାଗତ ଦୁଇଟି T20 ମ୍ୟାଚରେ ଶୂନରେ ଆଉଟ ହୋଇଛନ୍ତି । ଏମିତି କରିବାରେ ସେ ଭାରତର ପ୍ରଥମ ବ୍ୟାଟର ହୋଇଛନ୍ତି । ପୂର୍ବରୁ ଗୋଟିଏ ବର୍ଷରେ ଲଗାତାର ୨ଟି ମ୍ୟାଚରେ ଭାରତର କୌଣସି ଖେଳାଳି ଶୂନରେ ଆଉଟ ହୋଇନଥିଲେ ।