ନୂଆଦିଲ୍ଲୀ,୨୯।୬: ୟୁକ୍ରେନ୍ ଉପରେ ରୁଷର ପୁଣି ବଡ଼ ହମଲା। ରବିବାର ଭୋର ସମୟରେ ମିସାଇଲ ଓ ଡ୍ରୋନ୍ ଯୋଗେ କରିଛି ଆକ୍ରମଣ। ଏହି ଆକ୍ରମଣରେ ୟୁକ୍ରେନ୍ର ଏକ ଏଫ୍-୧୬ ଯୁଦ୍ଧ ବିମାନ ନଷ୍ଟ ହୋଇଯାଇଛି ଓ ପାଇଲଟର ମୃତ୍ୟୁ ହୋଇଛି। ଏହି ସୂଚନା ୟୁକ୍ରେନ୍ ସେନା ପକ୍ଷରୁ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଏହା ହେଉଛି ସେହି ଫାଇଟର ଜେଟ୍ ଯାହାକୁ ଆମେରିକାରୁ ପାକିସ୍ତାନ କିଣିଛି।
ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି ଯେ ରୁଷ ରାତାରାତି ୫୩୭ଟି ଅସ୍ତ୍ରଶସ୍ତ୍ର ସହିତ ୟୁକ୍ରେନ ଉପରେ ବିମାନ ଆକ୍ରମଣ କରିଛି। ଏଥିରେ ୪୭୭ଟି ଡ୍ରୋନ୍ ଏବଂ ୬୦ଟି କ୍ଷେପଣାସ୍ତ୍ର ରହିଛି। ଏହି ଆକ୍ରମଣ ବିଷୟରେ ସୂଚନା ଦେଇ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଏହି ଆକ୍ରମଣରେ ନିୟୋଜିତ F-16 ବିମାନ ନଷ୍ଟ ହୋଇଛି। ଏହା ଆକ୍ରମଣରେ ପାଇଲଟ୍ ମାକ୍ସିମ୍ ଉଷ୍ଟେଙ୍କୋଙ୍କମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ତାଙ୍କ ମୃତ୍ୟୁର ସମସ୍ତ ପରିସ୍ଥିତିର ତଦନ୍ତ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି।
ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବା ଅନୁଯାୟୀ, ଆକ୍ରମଣ ପାଇଁ ରୁଷ ବ୍ୟବହାର କରୁଥିବା ଅଧିକାଂଶ ଡ୍ରୋନ ଇରାନରେ ନିର୍ମିତ 'ଶାହେଦ' ଡ୍ରୋନ ଥିଲା। ଏହି ଆକ୍ରମଣରେ ସ୍ମିଲାରେ ଏକ ଆବାସିକ କୋଠାକୁ ମଧ୍ୟ ଟାର୍ଗେଟ କରାଯାଇଥିଲା ଏବଂ ଜଣେ ଶିଶୁ ଆହତ ହୋଇଛି। ଆକ୍ରମଣରେ ପ୍ଲିଭ, ପୋଲ୍ଟାଭା, ମାୟକୋଲାଇଭ, ଡନିପ୍ରୋପେଷ୍ଟକ ଓ ଚେରକାସି ଭଳି ସହରରେ ଆକ୍ରମଣ ହୋଇଛି