ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା : ପ୍ରେମିକ ଗିରଫ

Published By : Prameya | December 29, 2024 8:01 PM

ଆନନ୍ଦପୁର, ୨୯।୧୨ :  ଆନନ୍ଦପୁର ଥାନା ଅନ୍ତର୍ଗତ  ବୈତରଣୀ ନଦୀର ସୁନାମୁନି ଘାଟ ଠାରୁ ପଥର ବନ୍ଧା ହୋଇଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ବାହା ହୋଇ ଘରେ ରଖିବାକୁ ଜିଦ୍ କରିବାରୁ ପ୍ରେମିକାକୁ ହତ୍ୟା କରି ପ୍ରେମିକ ନଦୀରେ ଫିଙ୍ଗି ଦେଇଥିଲା ବୋଲି ପୋଲିସ ସୂଚନା ଦେଇଛି। ପ୍ରେମିକ ମନହରପୁର ଗାଁ ର ବଲକା ଟୁଡୁଙ୍କୁ ପୋଲିସ ଗିରଫ କରିଛି।

 ଆନନ୍ଦପୁର ଥାନା ମନହରପୁର ଗାଁ ର ବଲକା ଟୁଡୁ ଓ ଘଷିପୁରା ଥାନା ସୁଆପୁର ହାତୀନଚା ଗାଁ ର ମେରୀ ବିଶ୍ରା ଙ୍କ ସହ ଭଦ୍ରକରେ କାମ କରିବା ସମୟରେ ଦେଖା ହୋଇଥିଲା । ଦୁହଁଙ୍କ ମଧ୍ଯରେ ସମ୍ପର୍କ ବଢିବା ପରେ ଉଭୟେ ଦୁନିଆଁ ଆଖିରେ ପତିପତ୍ନି ଧରି ପ୍ରାୟ ୩ବର୍ଷ ହେବ ସେଠାରେ ରହୁଥିଲେ ।  ତେବେ କିଛିଦିନ ହେବ ମେରୀ ବାହାହେବାକୁ କହିବା ସହ ବାହାହୋଇ ନିଜ ଘରକୁ ନେବାକୁ ବଲକା ଙ୍କ ନିକଟରେ ଜିଦ୍ ଧରିଥିଲେ । ହେଲେ ଏଥିରେ ରାଜି ନଥିଲା ବଲକା । 

 ପ୍ରାୟ ୧୫ ଦିନ ତଳେ ବଲକା ମେରୀକୁ ନିଜ ଘର ମନହରପୁରକୁ ନେଇ ଆସିଥିଲା ।  ଗତ ୨୬ ତାରଖ ରାତିରେ ସୁଯୋଗ ଦେଖି ତାର ତଣ୍ଟି ଚିପି ପ୍ରଥମେ ହତ୍ୟା କରିଥିଲା । ପରେ ପରେ ମୃତଦେହ କୁ ବାଇକ୍ ଯୋଗେ ନେଇ ହାତରେ ଓ ଅଣ୍ଟାରେ ପଥର ବାନ୍ଧି ଗାଁ ନିକଟ ବୈତରଣୀର ସୁନାମୁନୀ ଘାଟରେ ଭସାଇ ଦେଇଥିଲା ।  ଆଜି ମୃତଦେହ ମିଳିବା ପରେ ପୋଲିସ୍ ଦମକଳ ବାହିନି ସହାୟତାରେ ପାଣିରୁ ଉଦ୍ଧାର  କରିଥିଲା । ପରେ ପରେ ସନ୍ଧାନି କୁକୁର ଓ ସାଇଣ୍ଟିଫକ୍ ଟିମ୍ ର ସହାୟତା ନେଇଥିଲା ପୋଲିସ୍ । ଗାଁ ଲୋକଙ୍କ ଠାରୁ ସୁରାକ ପାଇ ବଲକାକୁ ଅଟକ ରଖିବା ପରେ ସେ  ସବୁସତ ମାନିନେଇଥିଲା ସେ ଘଟଣା ସ୍ଥଳରୁ କେତେକ ଲୁଗା ଓ ଅନ୍ୟାନ୍ୟ  ସାମଗ୍ରୀ ଜବଦ କରିବା ସହ ମୃତଦେହ କୁ ବ୍ୟବଛେଦ କରାଇଛି ପୋଲିସ୍ । ଏଥିସହ ଏକ ହତ୍ୟା ମାମଲା ରୁଜୁକରି ବଲକା ଟୁଡୁଙ୍କୁଗିରଫ କରିଛି ପୋଲିସ୍ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.