ପାଟଣା,୩୦।୧୨ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ନର୍ଥବିଟ୍ ଓସ୍ତଯୋଡି ଜଙ୍ଗଲ ନିକଟରେ ବାଘ ଛାଲ ବ୍ରିକି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଓ ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଛି । ଏଥିସହ ବାଘ ଛାଲ ଜବତ କରିଛି। ଗିରଫ ୨ ଜଣ ହେଲେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖଡିପାଳ ଗ୍ରାମର ସାଗର କୁଲ ପାଡ଼ିଆ, ଏବଂ ବସନ୍ତପୁର ଗ୍ରାମର ରାମ ବାନ୍ଦିଆ।
ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ନର୍ଥବିଟ୍ ଓସ୍ତଯୋଡି ଜଙ୍ଗଲ ନିକଟରେ ୨ ଲକ୍ଷ ଟଙ୍କାରେ ଏକ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ହେଉଥିଲା। ଏହି ସମୟ ରେ କୌଣସି ସୂତ୍ରରୁ ଖବର ପାଇ କେନ୍ଦୁଝର ଏସପି ଏବଂ ଡିଏଫଓଙ୍କ ନିର୍ଦ୍ଧେଶରେ ପାଟଣା ବନ ବିଭାଗ ଓ ପାଟଣା ପୋଲିସ ଚଢ଼ାଉ କରି କଲରାପତରିଆ ବାଘ ଛାଲ ଜବତ କରିବା ସହ ୨ ବେପାରୀ ଙ୍କୁ ଗିରଫ କରିଥିଲେ। । ଏନେଇ ପାଟଣା ଥାନା ରେ ସାମ୍ବାଦିକ ସମ୍ମିଳନୀରେ ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଏମାନଙ୍କ ଠାରୁ ବାଘ ଛାଲ ସହ ଦୁଇ ଟି ମୋବାଇଲ ଫୋନ ଏବଂ ଗୋଟିଏ ବାଇକ୍ ଜବତ କରାଯାଇଛି। ରାମ ବାଘ ଛାଲ କୁ ବିକ୍ରି ପାଇଁ ଆଣିଥିବା ବେଳେ ସାଗର କିଣିବା ପାଇଁ ମୁଲଚାଲ ଚଲାଇ ଥିଲା ବୋଲି ପୋଲିସ ସୂଚନା ଦେଇଛି।