ସୋରଡ଼ା, ୧୭/୦୫: ଗଞ୍ଜାମ ଜିଲ୍ଲା ସୋରଡ଼ା ଦକ୍ଷିଣ ଘୁମୁସର ବନଖଣ୍ଡ ଅଞ୍ଚଳରୁ ଶନିବାର ବିଭିନ୍ନ ପ୍ରକାରର ରଥ କାଠ ପୁରୀ ଅଭିମୁଖେ ଯାଇଛି । ବନ ବିଭାଗ ତରଫରୁ ଶନିବାର ସକାଳୁ ପୂଜା ଏବଂ ହୋମ କରାଯିବା ପରେ ଗାଜଲ ବାଡ଼ି ଅଞ୍ଚଳରୁ ଗୋଟିଏ ଟ୍ରେଲର, ଟ୍ରକ୍ ଯୋଗେ ସୋରଡ଼ା ଭଞ୍ଜନଗର ଦେଇ ପୁରୀ ଯାତ୍ରା କରିଛି । ଭକ୍ତମାନେ ହୁଳହୁଳି ପକାଇ ପୁଷ୍ପ ଅର୍ପଣ ସହ ନଡ଼ିଆ ଭାଙ୍ଗି ନୂତନ ବସ୍ତ୍ର କାଠ ଉପରେ ପକାଇ ଥିଲେ । ଏହି ପୂଜାର୍ଚ୍ଚନା ସମୟରେ ବିଭାଗୀୟ ଅଧିକାରୀଙ୍କ ସମେତ ଶହ ଶହ ଭକ୍ତ ଉପସ୍ଥିତ ଥିଲେ ।