ପ୍ରମୂଖ ଖବର
  • ଭୁବନେଶ୍ବର : ହଂସପାଳ ଛକରେ ହୁତୁ ହୁତୁ ହୋଇ ଜଳି ଗଲା ଗାଡି
  • ||
  • ବାଙ୍ଗିରିପୋଷି : ବାତ୍ୟା ପ୍ରଭାବରେ ଫୁଲୁଛି ନଈ ଏବଂ ନାଳ, ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପର୍ଯ୍ୟଟନସ୍ଥଳୀ 'ବ୍ରାହ୍ମଣକୁଣ୍ଡ'
  • ||
  • ମାଲକାନଗିରି : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଚଢାଉ, ଜଙ୍ଗଲରୁ ଏକ କୁଇଣ୍ଟାଲ ୬୦କେଜି ଗଞ୍ଜେଇ ଜବତ
  • ||
  • ବଢୁଛି ବୁଢାବଳଙ୍ଗ ନଦୀ; ସୃଷ୍ଟି ହେଲା ବନ୍ୟା ସ୍ଥିତି, ଲୋକଙ୍କ ଘରେ ପଶିଲା ବନ୍ୟାଜଳ
  • ||
  • ରାଉରକେଲା : ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି କଳରାପତରିଆ, ବାଘକୁ ଧରିବାକୁ ପହଞ୍ଚିଲେ ବନବିଭାଗ ଟିମ୍
  • ||
  • ପାଟଣାରେ ବଢୁଛି ବୈତରଣୀ ନଦୀର ଜଳସ୍ତର, ଘଣ୍ଟାପ୍ରତି ବଢୁଛି ୫ ସେଣ୍ଟିମିଟର
  • ||
  • ନୟାଗଡ଼ : ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର
  • ||
  • ସମ୍ୱଲପୁର : ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍... ଚୋରି ପୂର୍ବରୁ ରିଲ୍ସ କରି ଛାଡ଼ିଲେ ଚୋର, ପୋଲିସ କହୁଛି ଚୋରି ହୋଇନି
  • ||
  • ତେହରାନ୍‌ର ସୈନ୍ୟ ଶିବିର ଉପରେ ରାତିଅଧିଆ ଆକ୍ରମଣ କଲା ଆଇଡିଏଫ୍‌; ଇସ୍ରାଏଲ କହିଲା 'ଆମେ ଜବାବ ଦେଲୁ'
  • ||
  • ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ପରିଦର୍ଶନ କରିବେ
  • ||
  • ଭୁବନେଶ୍ୱର: ଅବପାତର ରୂପ ନେଲା 'ଦାନା', ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
  • ||
  • ବାରିପଦାରୁ ୧୫ କେଜି ସୁନା ଜବତ ,ସୁନା ଅଳଙ୍କାର ଜବତ କଲା ଜିଏସ୍‌ଟି ଟିମ୍, ସିଟି ଜିଏସ୍‌ଟି କମିଶନରଙ୍କ ସୂଚନା
  • ||
  • ଭଦ୍ରକ : ବାତ୍ୟା ପରେ ଦୁଃଖ ବଢାଇଲା ବନ୍ୟା, ଘରେ ଘରେ ପଶିଲା ଡ୍ରେନ୍‌ ପାଣି
  • ||
  • ବାଲେଶ୍ଵର : ସୋନନଦୀରେ ଆସିଲା ବନ୍ୟାପାଣି, ଉପକୂଳ ଅଞ୍ଚଳବାସୀ ପ୍ରଭାବିତ
  • ||

ରତନ ଟାଟାଙ୍କ ୱିଲ୍‌ରେ ପୋଷା କୁକୁର ଟିଟୋଠୁ ବଟଲର, ଭାଇ ସହ ଘନିଷ୍ଠ ଶାନ୍ତନୁଙ୍କୁ ମିଳିବ ସମ୍ପତ୍ତି

ନୂଆଦିଲ୍ଲୀ,୨୬/୧୦: ଟାଟା ଗ୍ରୁପ୍‌ର ପୂର୍ବତନ ମଙ୍ଗୁଆଳ ତଥା ଦେଶର ମହାନ ଉଦ୍ୟୋଗପତି ସ୍ୱର୍ଗତ ରତନ ଟାଟା ମୃତ୍ୟୁ ବାଦ୍‌ ପ୍ରାୟ ୧୦,୦୦୦ କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଯାଇଛନ୍ତି । ତାଙ୍କ ୱିଲ୍‌ ବା ଇଚ୍ଛାପତ୍ରରେ  ସେ ଅନେକ ଲୋକଙ୍କ ନାଁ ସାମିଲ କରିଛନ୍ତି । ଏହି ତାଲିକାରେ ଅଛନ୍ତି ସାନ୍ତନୁ ନାଇଡୁ, ଯିଏକି ରତନ  ଟାଟାଙ୍କ ଅତି ଘନିଷ୍ଠ ଭାବେ ଜଣା । ଟାଟା ଜୀବିତ ଥିବା  ସମୟରେ ତାଙ୍କ ପାଖେ ପାଖେ ରହୁଥିଲେ ଶାନ୍ତନୁ । ଦୁଇ ଜଣଙ୍କ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ଥିଲା । ଉଭୟ ଥିଲେ କୁକୁରପ୍ରେମୀ । ଏହା ହିଁ ଦୁହିଁଙ୍କୁ ପରସ୍ପରର ନିକଟତର କରିଥିଲା । ଶାନ୍ତନୁଙ୍କ ଷ୍ଟାର୍ଟଅପ୍‌ରେ  ନିବେଶ କରିଥିଲେ ରତନ ଟାଟା, ଯେଉଁ ଷ୍ଟାର୍ଟଅପ୍‌  କୁକୁରମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିଲା ।  ଟାଟା ଏବଂ ନାଇଡୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ  ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ।  ଟାଟାଙ୍କ ଅନ୍ତିମ ସଂସ୍କାର ବେଳେ ଗଣମାଧ୍ୟମର ଦୃଷ୍ଟି  ଆକର୍ଷଣ କରିଥିଲେ ନାଇଡୁ । 

ରତନ ଟାଟାଙ୍କ ଏକ୍‌ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡୁଙ୍କ ନାଁ ୱିଲ୍‌ରେ ସାମିଲ ଅଛି । ନାଇଡୁଙ୍କ କମ୍ପାନି ଗୁଡ୍‌ଫେଲୋରେ ଟାଟା ନିଜ ଅଂଶଧନ ଛାଡ଼ି ଦେଇଛନ୍ତି । ଏହାସହିତ ସେ ନାଇଡୁଙ୍କ ଦ୍ୱାରା ବିଦେଶରେ ଶିକ୍ଷା ପାଇଁ ନିଆଯାଇଥିବା ବ୍ୟକ୍ତିଗତ ଋଣକୁ ବି କ୍ଷମା କରିଦେଇଛନ୍ତି । 

କୁକୁରମାନଙ୍କ ପ୍ରତି ଉଭୟଙ୍କ ଚିନ୍ତା ସେମାନଙ୍କୁ ପରସ୍ପର ଆଡ଼କୁ ଟାଣିଥିଲା । ପରେ ପୁଣେଭିତ୍ତିକ ଏହି  ଯୁବ ଉଦ୍ୟୋଗୀ ଟାଟା ଗ୍ରୁପ୍‌ କମ୍ପାନିରେ କାର୍ଯ୍ୟ କଲେ ।  ନାଇଡୁ ଏହା ପରେ ଆମେରିକାକୁ ନିଜ ମାଷ୍ଟର ଡିଗ୍ରୀ  କରିବାକୁ ଯାଇଥିଲେ ଏବଂ ଫେରିବା ପରେ ଟାଟା ସନ୍ସର  ସେବାନିବୃତ ଅଧ୍ୟକ୍ଷ ରତନ ଟାଟାଙ୍କ ଘରୋଇ ଅଫିସ୍‌ରେ  ଯୋଗ ଦେଇଥିଲେ । ବିଭିନ୍ନ ପ୍ରକାର ନିଷ୍ପତ୍ତି ନେବାରେ  ନାଇଡୁ ଟାଟାଙ୍କୁ ସହଯୋଗ କରୁଥିଲେ । ନାଇଡୁଙ୍କଠାରୁ  ଗୁରୁତ୍ୱପୂର୍ଣ୍ଣ ଆଇଡିଆ ଗ୍ରହଣ କରୁଥିଲେ ଟାଟା । 

ନିଜ ଜର୍ମାନ ଶେଫର୍ଡ କୁକୁର ଟିଟୋର ଦେଖାରେଖା  କରିବା ପାଇଁ ବି ରତନ ଟାଟା ୱିଲ୍‌ରେ ପ୍ରବନ୍ଧନ  କରିଛନ୍ତି । ଭାରତରେ ଏହା ପ୍ରଥମ ଯେଉଁଠି ଜଣେ ଉଦ୍ୟୋଗପତି ନିଜ ୱିଲ୍‌ରେ ଏଭଳି ବ୍ୟବସ୍ଥା କରିଛନ୍ତି ।  ପାଶ୍ଚାତ୍ୟ ଦେଶଗୁଡ଼ିକରେ ପୋଷା ଜନ୍ତୁମାନଙ୍କ ପାଇଁ  ସମ୍ପତ୍ତି ଛାଡ଼ିବା ଅସାମାନ୍ୟ ନୁହେଁ କିନ୍ତୁ ଭାରତରେ ଏହା ଦୁର୍ଲଭ । ଟିଟୋକୁ ରତନ ଟାଟା ୬ ବର୍ଷ ତଳେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । 

ରତନ ଟାଟା ନିଜ ଫାଉଣ୍ଡେଶନ୍‌, ଭାଇ ଜିମି  ଟାଟା, ସାବତ ଭଉଣୀ ଶିରିନ୍‌ ଏବଂ ଡିଏନା ଜିଜିଭୟ,  ହାଉସ୍‌ ଷ୍ଟାଫ ଏବଂ ଅନ୍ୟ ଲୋକମାନଙ୍କୁ ନିଜ ସମ୍ପତ୍ତିର  ଅଂଶୀଦାର ବନାଇଛନ୍ତି । ଟାଟାଙ୍କ ସମ୍ପତ୍ତିରେ ଅଲିବାଗରେ  ୨୦୦୦ ବର୍ଗଫୁଟ୍‌ ବଙ୍ଗଳା, ମୁମ୍ବାଇର ଜୁହୁରେ ଦୁଇ  ମହଲା କୋଠା, ୩୫୦ କୋଟିର ଏଫ୍‌ଡି ଏବଂ ଟାଟା  ଗ୍ରୁପ୍‌ର ହୋଲ୍‌ଡିଂ କମ୍ପାନି ଟାଟା ସନ୍ସରେ ୦.୮୩%  ଅଂଶଧନ ସାମିଲ ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.