ଭୁବନେଶ୍ଵର, ୨୯/୦୪ : ଓଡ଼ିଶା ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ଵତନ୍ତ୍ର ଅଧିବେସନ ଡାକିବାକୁ ସେ ଦାବି କରିଛନ୍ତି। ଓଡ଼ିଶାରେ କେତେ ପାକିସ୍ତାନୀ ଅଛନ୍ତି, ସରକାର କଣ ପଦକ୍ଷେପ ନେଇଛନ୍ତି ତାହା ଉପରେ ଆଲୋଚନା କରିବାକୁ ସେ କହିଛନ୍ତି। ଦେଶର ସୁରକ୍ଷା ପାଇଁ ସବୁ ଦଳ ଏକ ହୋଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି। ବିଧାନସଭାରେ ଏନେଇ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି।
ସେପଟେ ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ସରକାର ଚାହିଁଲେ ସ୍ଵତନ୍ତ୍ର ଅଧିବେସନ ଡାକିପାରିବେ। ସରକାର ବିଚାର କରନ୍ତୁ। ଦେଶ ପାଇଁ ଆତଙ୍କବାଦୀ ଆକ୍ରମଣ ଘଟଣା ଚିନ୍ତାର ବିଷୟ। ଆଲୋଚନା ହେଲେ ଭଲ । ଆମ ଦଳ ବି ସମର୍ଥନ ଦେବ।
ଜମ୍ମୁ କଶ୍ମୀର ପହଲହାମ ବୈସରନ ଘାଟିରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣରେ ୨୭ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ୨ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଆତଙ୍କବାଦୀମାନେ ଧର୍ମ ପଚାରି ସେମାନଙ୍କୁ ଗୁଳି କରିଥିଲେ। ଆତଙ୍କବାଦୀ ସଙ୍ଗଠନ ଟିଆରଏଫ୍ ଏହି ଘଟଣା ପଛରେ ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଘଟଣାକୁ ସାରା ବିଶ୍ଵ ନିନ୍ଦା କରୁଛି। ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ଭାରତ ବହୁ ପ୍ରତିବନ୍ଧକ ଲଗାଇଛି। ସିନ୍ଧୁ ଜଳ ଚୁକ୍ତି ରଦ୍ଦ, ପାକିସ୍ତାନୀଙ୍କ ଭିସା ରଦ୍ଦ, ଅଟାରୀ ବର୍ଡର ବନ୍ଦ କରିବା ସହ ପାକିସ୍ତାନ ସରକାରଙ୍କ ୱେବସାଇଟ୍, ଏକ୍ସ ଆକାଉଣ୍ଟ ସହ ଭାରତ ବିରୋଧରେ ବିଷ ଓଗାଳୁଥିବା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଏହି ଖବରଟିକୁ ପଢନ୍ତୁ-