ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଖେଳ ଏବଂ ମନୋରଞ୍ଜନ ମାଧ୍ୟମରେ ଦିଆଯିବ ଶିକ୍ଷା, ପିଲାଙ୍କ ‘ଯାଦୁପେଡି’ ଦେଖିଲେ ମୁଖ୍ୟମନ୍ତ୍ରୀ

Published By : Rasmita Pradhan | April 29, 2025 2:20 PM

ଭୁବନେଶ୍ଵର, ୨୯/୦୪ : ଲୋକସେବା ଭବନରେ ଶିଶୁ ବାଟିକା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପିଲାମାନଙ୍କ ପାଇଁ ଏହାର ଉପଯୋଗୀତା ବିଷୟରେ ବୁଝିଲେ ମୁଖ୍ୟମନ୍ତ୍ରୀ। ଯାଦୁପେଡି ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ। 

ମୁଖ୍ୟମନ୍ତ୍ରୀ ଏହି ପେଡି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ଵିକ ଅଞ୍ଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗୀତା ବିଷୟରେ ଏହି ଯାଦୁପେଡିରେ ଥିବା ଖେଳନାରୁ ଶିଖି ପାରିବେ। ଶିଶୁମାନଙ୍କୁ ଏହି ଯାଦୁପେଡ଼ିର ଖେଳନା ଗୁଡିକ ଶିଖିବା ସହିତ ପାଠ ପ୍ରତି ମଧ୍ୟ ଆକର୍ଷିତ କରିବ।

ସୂଚନାଯୋଗ୍ୟ ଯେ, ନୂତନ ଶିକ୍ଷା ନୀତି ୨୦୨୦  ଅନୁଯାୟୀ ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହି ଯାଦୁପେଡିର ପରିକଳ୍ପନା କରାଯାଇଛି। ଏହାକୁ NCERT ଦ୍ୱାରା ପ୍ରସ୍ତୁତ କରାଯାଇଛି। ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ ଏହି କିଟ୍ ପ୍ରଦାନ କରାଯିବ। ପ୍ରତ୍ୟେକ କିଟ୍ ପାଇଁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟର ୪୫ ହଜାର ସ୍କୁଲରେ ଏହାକୁ ଆବଣ୍ଟିତ କରାଯିବ ଏବଂ ସମୁଦାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଖବରଟିକୁ ପଢନ୍ତୁ-ଇତିହାସ ପାଲଟିବେ ‘ଚିଲିକା ମଇଁଷି’, ୫ ବର୍ଷରେ ୫୦ ପ୍ରତିଶତ କମିଗଲାଣି ସଂଖ୍ୟା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.