ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ

Published By : Ankita S | August 9, 2025 7:52 AM

ଭୁବନେଶ୍ୱର,୦୯/୦୮: ରାକ୍ଷୀର ସୂତାରେ ବନ୍ଧା ବିଶ୍ୱାସ...ଭାଇ-ଭଉଣୀଙ୍କ ସମ୍ପର୍କ ସବୁଠୁ ଖାସ୍‌...ଜନ୍ମ ଜନ୍ମର ଏ ବନ୍ଧନ ସ୍ନେହ ଓ ବିଶ୍ୱାସର, ଅଧିକ ମଜବୁତ୍ ହୁଏ ସମ୍ପର୍କ ଯେବେ ବନ୍ଧାହୁଏ ସୂତା ସମ୍ପର୍କର..ଶ୍ରାବଣର ଝିପିଝିପି ବର୍ଷାରେ ରକ୍ଷାବନ୍ଧନର ପର୍ବ, ଏହା ଭାଇ ଭଉଣୀଙ୍କ ଖଟାମିଠା ଝଗଡ଼ା, ପ୍ରେମ ଏବଂ ଖୁସିର ପର୍ବ । ଚନ୍ଦନ ଟିପା, ରେଶମ ସୂତା...ଭାଇର ଆଶା, ଭଉଣୀର ଭଲ ପାଇବା ନେଇ ଆସିଛି ରାକ୍ଷୀ ପୂର୍ଣିମା । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଉଭଣୀଙ୍କ ଏହି ଉତ୍ସବକୁ ନେଇ ଚଳଚଞ୍ଚଳ । ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଇଛି ଭଉଣୀ । 

ରାକ୍ଷୀ...ସମ୍ପର୍କର ଡ଼ୋର- ସୂତା ଖିଅରେ ରହିଥାଏ ଅତୁଟ ସମ୍ପର୍କ । ଯାହାର କେନ୍ଦ୍ରବିନ୍ଦୁ ପାଲଟନ୍ତି ଭାଇ ଭଉଣୀ । ଏଇ ସମ୍ପର୍କରେ ଭରି ରହିଥାଏ ରାଗରୁଷା, ମାନ ଅଭିମାନ ପୁଣି ଭଲ ପାଇବା । ଭଉଣୀ ପାଇଁ ଭାଇ ହେଉଛି ତା’ର ବଳ । ସବୁ ବ୍ୟତିକ୍ରମକୁ ଅତିକ୍ରମ କରି ଭଉଣୀଟିଏ କନକ ଆଞ୍ଜୁଳି ଟେକିଦିଏ ସତ, ହେଲେ ବାପଘର ମୋହର ମୁଖ୍ୟ କାରଣ ଭାଇକୁ କେବେ ଭୁଲେନି । ତା'ର ପ୍ରତିଟି ନିଃଶ୍ୱାସକୁ ବିଶ୍ୱାସ ଥାଏ ଅସୁବିଧାରେ ଭାଇ ନିଶ୍ଚୟ ଛିଡ଼ା ହେବ । ସମୟ ସ୍ରୋତରେ ଯୁଗ ବଦଳିବା ସହିତ ବଦଳିଛି ରାଖୀର ପରିଭାଷା । ହେଲେ ଭଲ ପାଇବା ଆଜିବି ସେମିତି ରହିଛି । ରକ୍ଷା ବନ୍ଧନ ପାଇଁ ଚଳଚଞ୍ଚଳ ହୋଇଛି ପୁରପଲ୍ଲୀ । ଦୋକାନ ବଜାରରେ ବି ଗହଳି ଲାଗିଛି । ଭଉଣୀମାନେ ସକାଳୁ ଭାଇଙ୍କୁ ବନ୍ଦାପନା କରି ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଛନ୍ତି  ।

ଭଉଣୀ ପାଇଁ ଉପହାର- ରାଖୀରେ ପ୍ରତ୍ୟେକ ଭଉଣୀର ମନ ଉପହାରରେ ଥାଏ । ଭାଇକୁ କ’ଣ ମାଗିବି ବୋଲି ଆଗୁଆ ଯୋଜନା କରିସାରିଥାଏ  । ସେହିକଥାକୁ ଧ୍ୟାନରେ ରଖି ଭାଇମାନେ ମଧ୍ୟ ଭଉଣୀ ପାଇଁ କିଣିଛନ୍ତି ଭଳିକି ଭଳି ଉପହାର । ସେଥିପାଇଁ ଉପହାର ଦୋକାନ, ଝିଅଙ୍କ ପୋଷାକ ଦୋକାନ, ଅଳଙ୍କାର ଦୋକାନରେ ଦେଖିବାକୁ ପ୍ରବଳ ଗହଳି ବି ଲାଗିଛି । ନିଜର ସାମର୍ଥ୍ୟ ଅନୁଯାୟୀ ଭାଇମାନେ ଭଉଣୀ ପାଇଁ ଉପହାର କିଣିଛନ୍ତି । ଦୂରରେ ଥିବା ଭାଇମାନେ ଭଉଣୀ ପାଇଁ ଅନ୍‌ଲାଇନ୍‌ କିମ୍ବା ସପିଙ୍ଗ୍‌ ଆପ୍‌ ମାଧ୍ୟମରେ ଆଗୁଆ ଉପହାର ଦେଇସାରିଲେଣି । 

ଠାକୁରଙ୍କ ଗହ୍ମା ପୂର୍ଣ୍ଣିମା- ଆଜି ଗହ୍ମା ପୂର୍ଣ୍ଣିମା । କୃଷ୍ଣାଗ୍ରଜ ପ୍ରଭୁ ବଳଭଦ୍ରଙ୍କ ଜନ୍ମତିଥି । ଗହ୍ମା ପୂର୍ଣ୍ଣିମାରେ ତୁଳସୀ କ୍ଷେତ୍ରରେ ବଳଭଦ୍ରଙ୍କ ଜନ୍ମଉତ୍ସୋବ ପାଳନ ଅନୁଷ୍ଠିତ ହୁଏ । ଯେମିତି ଭାଇଠାରୁ ସୁରକ୍ଷା ଆଶା ନେଇ ଭଉଣୀ ରାକ୍ଷୀ ଭିଡ଼ିଥାଏ ଠିକ୍ ସେମିତି ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.