ପ୍ରମୂଖ ଖବର
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

କେସିଙ୍ଗା ବାଇପାସ ନିର୍ମାଣ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଓ କ୍ଷେତ୍ର ପରିଦର୍ଶନ କଲେ ରାଜ୍ୟସଭା ସାଂସଦ ସୁଜିତ କୁମାର

Published By : Ladu Kishor | June 12, 2025 9:24 PM

କେସିଙ୍ଗା ଏନ୍ଏସି ୧୨/୦୬:  କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ସହରବାସୀଙ୍କ ବହୁ ଦିନର ଦାବି ବାଇପାସ ନିର୍ମାଣକୁ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ବାଇପାସ ନିର୍ମାଣ ନେଇ ସ୍ଥାନ ପରିଦର୍ଶନ କରିଛନ୍ତି । ସାଂସଦ ସୁଜିତ୍ କୁମାର ଖୋର୍ଦ୍ଧା-ବଲାଙ୍ଗୀର ରୋଡ଼ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଆଉ କେସିଙ୍ଗା ପାଇଁ ଭୁବନେଶ୍ବରକୁ ଟ୍ରେନ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି । ଏଠାରୁ ଭୁବନେଶ୍ୱରକୁ ଏକ ଟ୍ରେନ ସିଧାସଳଖ ଚଲେଇବା ପାଇଁ ଉଦ୍ୟମ କରାଯିବ । କେସିଙ୍ଗା-ଭବାନୀପାଟଣା ରେଳ ଲାଇନକୁ ବି ବଜେଟରେ ଅଣାଯିବା ପାଇଁ ରେଳ ମନ୍ତ୍ରୀଙ୍କୁ ଦାବି ହୋଇଛି ବୋଲି କହିଛନ୍ତି । ସେହିପରି କୋଣାର୍କ ସୁତାକଳ ଆରମ୍ଭକୁ ନେଇ ସରକାର ଅନେକ ପ୍ରୟାସ ଜାରି ରଖିଥିବା ବେଳେ ସରକାରୀ ଭାବରେ ନହେଲେ ବି ବେସରକାରୀ ଭାବରେ କରିବା ପାଇଁ ପ୍ରୟାସ ଜାରି ରହିଛି ଏବଂ ଏହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନଜର ରହିଛି ବୋଲି କହିଛନ୍ତି । 

କଳାହାଣ୍ଡି ଜିଲ୍ଲାରେ କପାର ଉତ୍ପାଦନ ଅଧିକ ପାଇଁ ଚାଷୀଙ୍କ ସ୍ୱାର୍ଥ ଜଡିତ ଅଛି ଏଣୁ ରାଜ୍ୟ ସରକାର ଏହାକୁ ନେଇ ଗୁରୁତ୍ୱର ସହ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି । କେସିଙ୍ଗାରେ ବାଇପାସ ନିର୍ମାଣ ନହେଲେ ସମ୍ପୂର୍ଣ୍ଣ ସହର ଉଜୁଡିଯିବ ବୋଲି ଲୋକେ କହିଥିଲେ । ବ୍ୟବସାୟର ପେଣ୍ଠ ସ୍ଥଳୀ ବହୁ ଲୋକଙ୍କ ରୋଜଗାର ଯୋଗାଉଥିବା ବେଳେ ବାଇପାସ ନହୋଇ ଫୋର ଲେନ ରାସ୍ତା ହେଲେ ସହରରେ ଅର୍ଥନୈତିକ ଅବନତି ଘଟିବ ଏବଂ ଲୋକେ ନିଯୁକ୍ତି ହରାଇବେ । ପୁଣି ପ୍ରବଳ ଟ୍ରାଫିକ ପାଇଁ ପ୍ରତିଦିନ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟୁଛି । ଏଣୁ ବାଇପାସ ଜରୁରୀ ବୋଲି ଲୋକେ ଦାବି କରିଥିଲେ । ପରେ ବୁଦ୍ଧିଜୀବୀଙ୍କ ସହ ବର୍ତମାନ ଚାଲିଥିବା ଓଭର ବ୍ରିଜ ରାସ୍ତା, କେଉଁ  ଆଡୁ କଲେ ବାଇପାସ ସହର ପାଇଁ ସୁବିଧା ହେବ ବୁଲି ଦେଖିଥିଲେ। ଉକ୍ତ କ୍ଷେତ୍ର ପରିଦର୍ଶନରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି,ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ପୂର୍ବତନ ଉପ ନଗରପାଳ ଗୋବିନ୍ଦ ବନଛୋର,ଚେମ୍ବର୍ସ ସଭାପତି ଅନୀଲ ଜୈନ, ବିଜେପି ଟାଉନ ସଭାପତି ପିଙ୍କୁ ପରିଡା, ଓକିଲ ସଂଘ ସମ୍ପାଦକ ଯୁଗଲ ଦୀପ, ପ୍ରଶାନ୍ତ ବାନାର୍ଜୀ, ଯଯାତି କେଶରୀ ଦେଓ, ଓଡିଶା ରାଇସ ମିଲ ସଙ୍ଘ ସଭାପତି ମହେଶ ବଂସଲ, ସାମ୍ବାଦିକ ମହାସଙ୍ଘ ସଭାପତି ସୁଶାନ୍ତ ମହାପାତ୍ର, ବିଜେପି ସାଧାରଣ ସମ୍ପାଦକ ସୁନୀଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.