ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ରେଳବାଇ ଓଡ଼ିଶାରେ ୨୦୨୪-୨୫ ବଜେଟ ଆବଣ୍ଟନର ୮୦% ରୁ ଅଧିକ ଖର୍ଚ୍ଚ କରିଛି

Published By : Suraj Kumar | February 8, 2025 10:32 PM

ଭୁବନେଶ୍ୱର, ୭।୨ :  ୨୦୨୪-୨୪ ଆର୍ଥିକ ବର୍ଷ ପାଇଁ ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ମୋଟ ବଜେଟ୍ ଆବଣ୍ଟନ ୧୦,୫୮୬ କୋଟି ଟଙ୍କାର ୮୧.୭୮ % ଖର୍ଚ୍ଚ  ହୋଇଛି।  ସଂଯୋଗୀକରଣ, ସୁରକ୍ଷା ଏବଂ ଭିତ୍ତିଭୂମି ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରମୁଖ ରେଳ ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୪-୨୫ ଜାନୁଆରୀ ୨୦୨୫ ସୁଦ୍ଧା  ୮୬୫୭.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। 

 ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦୃଷ୍ଟିକୋଣ ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ୮ଟି ନୂତନ ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି । ଯାହାର ପରିମାଣ ୧୮,୧୧୮କୋଟି ଟଙ୍କା। ଟ୍ରେନ୍ ସେବାକୁ ଆଧୁନିକୀକରଣ ଏବଂ ଉନ୍ନତ କରିବା ପ୍ରୟାସର ଏକ ଅଂଶ ଭାବରେ ୧୧୭୩.୧୨ କୋଟି ଟଙ୍କା ବ୍ୟୟରେ ୫ଟି ପ୍ରମୁଖ ରେଳ ଫ୍ଲାଏଓଭରକୁ ମଞ୍ଜୁର କରାଯାଇଛି । ଗୋଟିଏ ଡବଲ୍ ଲାଇନ ଫ୍ଲାଏ ଓଭରର ଏଫଏଲଏସ ପାଇଁ ମଞ୍ଜୁରୀ ଦିଆଯାଇଛି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ ୧୯୯୪-୯୫ ମସିହାରେ ମଞ୍ଜୁର ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ଆହ୍ୱାନ ଯୋଗୁଁ ବିଳମ୍ବର ସମ୍ମୁଖୀନ ହୋଇଥିଲା। ତଥାପି, ଏହି ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ  ୧୧୬୦  କୋଟି ବ୍ୟୟ ବରାଦ ହେବା ସହିତ ଜାନୁଆରୀ ୨୦୨୫ ସୁଦ୍ଧା ଖର୍ଚ୍ଚ ପ୍ରାୟ ୯୧୩  କୋଟି ଖର୍ଚ୍ଚ ହୋଇଛି।  ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଖର୍ଚ୍ଚ ପରିମାଣ ୧୧୦୦ କୋଟିରୁ ଅଧିକ ହେବ। । ଚଳିତ ଆର୍ଥିକ ବର୍ଷରେ ସୋନପୁର ଏବଂ ପୁରୁଣାକଟକ ମଧ୍ୟରେ ୭୪ କିଲୋମିଟର ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ ପାଇଁ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଲକ୍ଷ୍ୟ ଧାର୍ଯ୍ୟ ପୂର୍ବରୁ ସମାପ୍ତ ହୋଇସାରିଛି । ଯାହା ରେଳ ଲାଇନ ପ୍ରକଳ୍ପ ପାଇଁ ଏକ ଇତିହାସ ସୃଷ୍ଟି କରିଛି।

 ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନର୍ବିକାଶ କରାଯାଇଛି।  ଭୁବନେଶ୍ୱର, ପୁରୀ ଏବଂ କଟକ ରେଳ ଷ୍ଟେସନଗୁଡ଼ିକର ପୁନର୍ବିକାଶ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରୁଛି। ଭୁବନେଶ୍ୱର ରେଳ ଷ୍ଟେସନ  ୨୬୯  କୋଟିରୁ ଅଧିକ ଖର୍ଚ୍ଚ ହୋଇଛି ଏବଂ ପ୍ରକଳ୍ପ କାର୍ଯ୍ୟ ୬୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଜୁନ୍ ୨୦୨୨ ରେ ରେଳ ବୋର୍ଡ ଦ୍ୱାରା ଭୁବନେଶ୍ୱର ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକୁ ମଞ୍ଜୁର କରାଯାଇଥିଲା। କାର୍ଯ୍ୟ ଅଗ୍ରୀମ ପର୍ଯ୍ୟାୟରେ ଅଛି ଏବଂ ଷ୍ଟେସନର ଉଭୟ ପାର୍ଶ୍ୱରେ କୋଠା ନିର୍ମାଣ ଶେଷ ହୋଇଛି । ମୁଖ୍ୟ ପ୍ରବେଶ (ପଶ୍ଚିମ) ପାର୍ଶ୍ୱରେ ଉଚ୍ଚ ରାସ୍ତାର କାମ ଆରମ୍ଭ ହୋଇଛି। ଏହା ବ୍ୟତୀତ, ପୁରୀ ରେଳ ଷ୍ଟେସନରେ ୫୦ କୋଟି ଟଙ୍କା ଏବଂ କଟକ ରେଳ ଷ୍ଟେସନରେ ୧୬୮.୩୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.