ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ପାର୍ବଣ ପାଇଁ ପ୍ରସ୍ତୁତ ଭାରତୀୟ ରେଳ, ୨୦୨୩ ଅପେକ୍ଷା ଏଥର ଗଡ଼ିବ ଅଧିକ ସ୍ବତନ୍ତ୍ର ଟ୍ରେନ୍‌

Published By : Tapas Panda | September 27, 2024 5:21 PM

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ । ଦଶହରା ଓ ଦୀପାବଳି ପାଇଁ ଚଳଚଞ୍ଚଳ ସାରା ଦେଶ । ଏହି ସମୟରେ ଟ୍ରେନ୍‌ ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବ । ଏହାକୁ ନଜରରେ ରଖି ଭାରତୀୟ ରେଳ ପକ୍ଷରୁ ବିଶେଷ ଆୟୋଜନ ହୋଇଛି । ଏଥର ପାର୍ବଣରେ ପ୍ରାୟ ୬୦୦୦ ସ୍ବତନ୍ତ୍ର ଟ୍ରେନ୍‌ ଦୌଡ଼ିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସେପଟେ ୧୦୮ଟି ଟ୍ରେନ୍‌ରେ ଅତିରିକ୍ତ ବଗି ଲଗାଇଯାଇଛି । ଏହା ବ୍ୟତୀତ ପାର୍ବଣରେ ଭିଡ଼କୁ ଦେଖି ଆଉ ୧୨,୫୦୦ ବଗି ପ୍ରସ୍ତୁତ ରଖାଯାଇଛି । 

ବିଭିନ୍ନ ରେଳ ରୁଟ ବିଶେଷ କରି ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ପାଇଁ ରେଳବାଇ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି । ଦୁର୍ଗା ପୂଜା, ଦୀପାବଳି ଏବଂ ଛଟ୍‌ ପୂଜା ଲାଗି ଏହି ୩ ରାଜ୍ୟକୁ ଲୋକଙ୍କ ସମାଗମ ଅଧିକ ହେବ । ଚଳିତ ବର୍ଷ ପାର୍ବଣ ଋତୁରେ ମୋଟ ୫,୯୭୫ଟି ସ୍ବତନ୍ତ୍ର ଟ୍ରେନ୍‌ର ବବ୍ୟସ୍ଥା କରାଯାଇଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି ।   ଗତବର୍ଷ ଏହି ସମୟରେ ମୋଟ ୪,୪୨୯ଟି ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହୋଇଥିଲା । 

 ଏହି ବର୍ଷ ସ୍ବତନ୍ତ୍ର ଟ୍ରେନ୍‌ ଦ୍ବାରା ଏକ କୋଟିରୁ ଅଧିକ ଯାତ୍ରୀଙ୍କୁ ସୁବିଧା ମିଳିବ ବୋଲି ଅଶ୍ବିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଚଳିତବର୍ଷ ଦୁର୍ଗା ପୂଜା ଅକ୍ଟୋବର ୯ରେ ଆରମ୍ଭ ହେବାକୁ ଥିବା ବେଳେ ଦୀପାବଳି ଅକ୍ଟୋବର ୩୧ରେ ପାଳନ ହେବ । ସେହିଭଳି ଛଟ୍‌ ପୂଜା ନଭେମ୍ବର ୭ ଓ ୮ ତାରିଖରେ ପାଳନ ହେବ । 

  • Indian Railway
  • Durga Puja 2024
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.