କଟକ,୧୦/୦୬ : ବେଆଇନ୍ ଏମ୍ଟିପି କିଟ୍ ଓ ଗର୍ଭପାତ ଔଷଧ ବିକ୍ରି ନେଇ ଧରପଗଡ଼। ଭୁବନେଶ୍ଵର ପରେ ଆଜି କଟକର ବିଭିନ୍ନ ଔଷଧ ଦୋକାନରେ ଚଢାଉ। ଡ୍ରଗ୍ କଣ୍ଟ୍ରୋଲ ବିଭାଗ ଓ ଅବକାରୀ ବିଭାଗ ମିଳିତ ଚଢାଉ କରିଛନ୍ତି। ରାଣୀହାଟର ଦୁଇଟି ଓ ଅରୁଣୋଦୟ ମାର୍କେଟ୍ର ଗୋଟିଏ ଦୋକାନରେ ରେଡ୍ କରାଯାଇଛି। ଯାଞ୍ଚ ବେଳେ ବହୁ ଅନିୟମିତତା ସାମ୍ନାକୁ ଆସିଛି। ବିନା ଡାକ୍ତରୀ ଚିଠାରେ ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।
ଖାଲି ସେତିକି ନୁହେଁ ଔଷଧ ଦୋକାନୀମାନେ ଦୋକାନ ଖାତାରେ କ୍ରେତାଙ୍କ ତଥ୍ୟ ରଖୁନାହାଁନ୍ତି। ଷ୍ଟକ୍ ତଥ୍ୟ ମଧ୍ୟ ତାଳମେଳ ଖାଉନି। ତେଣୁ ଏନେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଗକୁ ଆହୁରି ଚଢାଉ ଜାରି ରହିବ। ତେବେ କୌଣସି ଅଭିଯୋଗ ନୁହେଁ ବରଂ ଅଚାନକ ଚଢାଉ କରାଯାଉଥିବା ଡେପୁଟି ଡ୍ରଗ୍ କଣ୍ଟ୍ରୋଲର ଧର୍ମଦେବ ପୁହାଣ ସୂଚନା ଦେଇଛନ୍ତି। ଗତକାଲି ଭୁବନେଶ୍ଵରରେ ଏନେଇ ଚଢାଉ ହୋଇଥିଲା।