ପ୍ରମୂଖ ଖବର
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

୮ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ଚେତାବନୀ ଦେଲା ରାଜ୍ୟ ପରିବହନ ମଞ୍ଚ

Published By : Gurupada Nath | June 10, 2025 10:26 PM

ଭୁବନେଶ୍ବର, ୧୦/୬ :  ଆସନ୍ତା ମାସ ୮ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲା ରାଜ୍ୟ ପରିବହନ ମଞ୍ଚ । ରାଜ୍ୟ ଘରୋଇ ବସ ମାଲିକ ସଂଘ, ଟ୍ରକ୍ ମାଲିକ ସଙ୍ଘ ଏବଂ ଡ୍ରାଇଭର ମହାସଂଘ ସହ ଏକାଧିକ ସଂଗଠନ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ମୁଖ୍ୟତଃ ଗାଡି ଗୁଡିକୁ ପୋଲିସ ଚେକିଂ କରିବା ଲାଗି ଯେଉଁ କ୍ଷମତା ପ୍ରଦାନ କରାଯାଇଛି, ତାକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ପରିବହନ ମଞ୍ଚ। ଏହା ବ୍ୟତିତ ଡ୍ରାଇଭର ସୁରକ୍ଷା ଆଇନ ପ୍ରଣୟନ କରିବା, ଡ୍ରାଇଭର ମାନଙ୍କୁ ଅବସର କାଳୀନ ଭତ୍ତା ପ୍ରଦାନ, ମୁଖ୍ୟ ରାସ୍ତା ମାନଙ୍କରେ ବିଶ୍ରାମ ସ୍ଥଳୀ ଉପଲବ୍ଧ କରାଇବା ଏବଂ ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସର ମାନ୍ୟତା ଦେବାକୁ ଦାବି ହୋଇଛି। ଏସମସ୍ତ ଦାବି ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ବିଚାର କରିବାକୁ ଆଜି ନବଗଠିତ ପାରିବହନ ମଞ୍ଚ ଦାବି କରିଛି। ଯଦି ଦାବି ପୂରଣ ନହୁଏ, ତେବେ ଜୁଲାଇ ୮ ତାରିଖରୁ ସମଗ୍ର ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.