ପ୍ରମୂଖ ଖବର
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ଇଗ୍ନୋରେ ହେବ ଓଡ଼ିଆରେ ପାଠପଢ଼ା, ଉଚ୍ଚଶିକ୍ଷା ବିଭାଗ ସହ ଇଗ୍ନୋର ବୁଝାମଣା ପତ୍ର ସ୍ୱାକ୍ଷର

Published By : Prameya | June 10, 2025 8:15 AM

ଭୁବନେଶ୍ୱର,୧୦/୦୬: ଇନ୍ଦିରା ଗାନ୍ଧି ଜାତୀୟ  ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ପଢ଼ାଯାଉଥିବା ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ହେବ । ୫୦ରୁ  ଅଧିକ ଡିପ୍ଲୋମା ଓ ସାର୍ଟିଫିକେଟ୍‌ ପାଠ୍ୟକ୍ରମର ପୁସ୍ତକ, ୪୦୦ରୁ ଅଧିକ ସ୍ନାତକସ୍ତରର ବହି ଓ  ୨୦୦ରୁ ଅଧିକ ସ୍ନାତକୋତ୍ତର ପୁସ୍ତକକୁ ଓଡ଼ିଆରେ  ଅନୁବାଦ କରାଯିବ । ଏହିପରି ୬୫୦ରୁ ଅଧିକ ପୁସ୍ତକର ଅନୁବାଦ ହେବ । ଏଥିପାଇଁ ଉଚ୍ଚଶିକ୍ଷା  ବିଭାଗ ୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବ । ୨  ବର୍ଷ ମଧ୍ୟରେ ଏହି କାର୍ଯ୍ୟ କରାଯିବ । ଏନେଇ ସୋମବାର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ଇଗ୍ନୋ ମଧ୍ୟରେ ବୁଝାମଣା  ପତ୍ର(ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି । 

ଲୋକସେବା ଭବନରେ ଆୟୋଜିତ ଏହି  ଏମ୍‌ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ପାଠ୍ୟପୁସ୍ତକ, ପାଠପଢ଼ା ଓଡ଼ିଆରେ ହେଲେ ହିଁ  ଜିଇଆର ବୃଦ୍ଧି ହୋଇପାରିବ । ଏହି ଏମ୍‌ଓୟୁ  ଓଡ଼ିଶାର ଉଚ୍ଚଶିକ୍ଷାକୁ ଅଧିକ ସମ୍ବେଦନଶୀଳ ଓ  ସୁଦୃଢ଼ କରିବ । କେହି ଯେମିତି ଶିକ୍ଷାଲାଭରୁ  ବଞ୍ଚିତ ନହେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ  ଉଦ୍ଦେଶ୍ୟ । ଜାତୀୟ ଶିକ୍ଷା ନୀତି ୨୦୨୦ର ବୈଜ୍ଞାନିକ  ବିଶ୍ଲେଷଣକୁ ଆଖି ଆଗରେ ରଖି ମାତୃଭାଷାରେ  ଶିକ୍ଷାଦାନକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।  ୨୦୦୭ ମସିହାରେ ଇଗ୍ନୋ ସହ ଏକ ବୁଝାମଣା  ପତ୍ର ସ୍ୱାକ୍ଷର ହୋଇଥିଲା । ମାତ୍ର ତାହା ଫଳପ୍ରଦ  ହୋଇପାରି ନଥିଲା । 

କେବଳ ଯେ ଅନୁବାଦ ହେବ  ତାହା ନୁହେଁ, ଏହାକୁ ଡିଜିଟାଲ ପୁସ୍ତକ କରାଯିବ ।  ଇ-ପୁସ୍ତକକୁ ଗୁରୁତ୍ୱ ଦିଆଯିବ । ଇଗ୍ନୋର କଣ୍ଟେଣ୍ଟକୁ  ଓଡ଼ିଆରେ ଅନୁବାଦ କରାଯିବ । କେବଳ ଏତିକି ନୁହେଁ, ଜାତୀୟସ୍ତରର  ଜିଇଆର୍‌ ହାର ଅଧିକ ଥିବା ବେଳେ ରାଜ୍ୟର ହାର  କମ୍‌ ରହିଛି । ଓଡ଼ିଶାର ଜିଇଆର୍‌ ୨୨.୧ ରହିଛି । ଅର୍ଥାତ୍‌ ୧୦୦ ଜଣ ପିଲା ଯଦି ମାଧ୍ୟମିକ ଶିକ୍ଷାଲାଭ  କରନ୍ତି, ସେମାନଙ୍କ ମଧ୍ୟରୁ ୨୨ ଜଣ ଉଚ୍ଚଶିକ୍ଷା ପାଇଁ  ଆସୁଛନ୍ତି । ବାକି ପିଲା ଡ୍ରପ୍‌ଆଉଟ୍‌ ହେଉଛନ୍ତି ।  ୨୦୩୬ ମସିହା ବେଳକୁ ଏହି ଜିଇଆରକୁ ବୃଦ୍ଧି  କରି ୫୦ ପ୍ରତିଶତରେ ପହଞ୍ଚାଯିବ । ଏହି ଏମ୍‌ଓୟୁ  ଜିଇଆର ବଢ଼ାଇବ, ଡ୍ରପ୍‌ଆଉଟ କମାଇବାରେ ବଡ଼  ଭୂମିକା ଗ୍ରହଣ କରିବ । 

ଅନୁବାଦ ମେସିନାରୀ ହେବା ପରେ ଏହାକୁ  ଉଚ୍ଚଶିକ୍ଷା ବିଭାଗ ଭାଷା ଏକ୍ସପର୍ଟଙ୍କ ଦ୍ୱାରା ସମୀକ୍ଷା  କରାଯିବ । ପରେ ପୁସ୍ତକ ପ୍ରକାଶ ପାଇବ। ଇଗ୍ନୋ  ଅନୁବାଦ ପାଇଁ କୋର୍ସ ମ୍ୟାଟେରିଆଲ ଯୋଗାଇବ ।  ଟେକ୍ନିକାଲ ଓ ଏକାଡେମିକ୍‌ ଗାଇଡ୍‌ କରିବ । ଏହାକୁ  ସମୀକ୍ଷା କରିବା ସହ ଗୁଣାତ୍ମକ ଅନୁବାଦ ଉପକରଣ  ଯୋଗାଇ ଦେବ। ଏଥିପାଇଁ ଏକ ଯୁଗ୍ମ ସଂଯୋଜନା  କମିଟି (ଜେସିସି) ଗଠନ ହେବ । ଏହି କମିଟିରେ ଇଗ୍ନୋର କୁଳପତି, ଉଚ୍ଚଶିକ୍ଷା ବିଭାଗ ସଚିବ,  ଇଗ୍ନୋର ମନୋନୀତି ୨ଜଣ ନୋମିନି ଓ ଉଚ୍ଚଶିକ୍ଷା  ବିଭାଗର ମନୋନୀତ ୨ଜଣ ନୋମିନି ରହିବେ । 

ଆଜିର କାର୍ଯ୍ୟକ୍ରମରେ ଇଗ୍ନୋର କୁଳପତି  ପ୍ରଫେସର ଉମା କାଞ୍ଜିଲାଲ୍‌, କୁଳସଚିବ ଆଲୋକ  ଚୌବେ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର  ସଚିବ ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.