ପ୍ରମୂଖ ଖବର
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ରଥ ଖଳା ହାଲ୍‌ଚାଲ୍‌...ପ୍ରଥମ ଭୂଇଁର ଫ୍ରେମ୍‌ ପ୍ରସ୍ତୁତ, ଆଜି ଉଠିବ ଛଅ କାଠ

Published By : Prameya | June 10, 2025 8:32 AM

ପୁରୀ,୧୦/୦୬: ବେଶ୍‌ ତତ୍ପରତାର ସହ ଚାଲିଛି ଠାକୁରଙ୍କ ରଥ ନିର୍ମାଣ । ସୋମବାର ତିନି ରଥରେ ଯୋକା ଲାଗିବା କାର୍ଯ୍ୟ ଶେଷ ହେବା ସହ ଖଳାରେ ରଥର ପ୍ରଥମ ଭୂଇଁର ଫ୍ରେମ୍‌ ପ୍ରସ୍ତୁତ ହୋଇଛି । ପରେ ଏହାକୁ ନମ୍ବରିଂ କରି ଖୋଲାଯିବ । ମଙ୍ଗଳବାର ରଥରେ ଛଅ କାଠ ଉଠାଇ  ନମ୍ବରିଂ ଅନୁସାରେ ରଥରେ ସ୍ଥାପନ ହେବ ପ୍ରଥମ ଭୂଇଁ । ଏପଟେ ରଥରେ ଛଅ କାଠ ଉଠାଇବାକୁ ବିଶ୍ୱକର୍ମା ଓ ଭୋଇ ସେବକମାନେ  ସମସ୍ତ ପ୍ରସ୍ତୁତି ସାରିଛନ୍ତି । ଏଥିସହ ସୋମବାର ରଥ  ଗୁଣ୍ଡିଆ ସମ୍ପନ୍ନ ହୋଇଛି । ଅର୍ଥାତ୍‌ ରଥର ବଳକା ଅଂଶ  କାଟି ଭୂଇଁ ଉଠିବା ପାଇଁ ରଥକୁ ପ୍ରସ୍ତୁତ କରାଯାଇଛି । 

ରଥଖଳାରେ ପ୍ରଥମ ଭୂଇଁ ମୂଳଦୁଆ ପଡ଼ିଛି ।  ପ୍ରଥମେ ଚଉତା କାଠ ପଡ଼ିଥିଲା । ଖାପ ହୋଇ ୨ଗୋଟି କାଠ ଉପରେ ଆଉ ୨ଟି କାଠ ରହିଲା । ତା’ପରେ ରହିଥିଲା ୨ଟି  ଓରା କାଠ । ଓରା କାଠ ଉପରେ ୪ଟି ଖମ୍ୱି ଖଞ୍ଜାହେଲା । ଖମ୍ୱିରେ ଥିବା ସାଲକୁ ଓରାର ବିନ୍ଧରେ ଭୁଞ୍ଜାଗଲା । ପରେ ନମ୍ବରିଂ ହୋଇ ଫ୍ରେମ୍‌ ଖୋଲାଯିବ । ଭୂଇଁରେ ଥିବା କାଠରେ ବିନ୍ଧ ହୋଇ ପାଖୁଡ଼ା ଲାଗିବ । ଗୋଟିଏ ଭୂଇଁରେ ୧୬ଟି ପାଖୁଡ଼ା ଲାଗିବ । ପାଖୁଡ଼ାଗୁଡ଼ିକ ଦେହରେ ପଡ଼ିବ ମାଛପାତିଆ । ରଥରେ ଛ’ଅ କାଠ ଉଠି ଚଉଦ ନାହାକା ବୁଲିଲେ ଭୂଇଁ ସ୍ଥାପନ ହେବ । ଏହିଭଳି ପ୍ରତି ରଥରେ ତିନୋଟି ଭୂଇଁ ଉଠିବ ।   

ଛଅ କାଠ ଉଠାଇବାକୁ ଭୋଇ  ସେବକମାନେ ଚଣାକ ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ବିଶ୍ୱକର୍ମାଙ୍କ  ନିର୍ଦ୍ଦେଶରେ ଚାଲିଛି ରଥ ନିର୍ମାଣ । ଖଳାରେ ରଥର ଗାରେଡ଼ି  ଓ ଅଂଳା କାମ ଶେଷ ହୋଇଛି । ଏସବୁ ପ୍ରଭାର ଦୁଇ  ଅଂଶ । ପ୍ରତି ରଥରେ ୮ଟି ଲେଖାଏଁ ଗାରେଡ଼ି ଲାଗିଥାଏ । ନାଟଗୋଡ଼ରେ ଗାରେଡ଼ି ସଂଯୁକ୍ତ ହୁଏ । ସୋମବାର କଳସ  ତିଆରି ପାଇଁ ସିମିଳି କାଠ ଗଣ୍ଡି ବିଶ୍ୱକର୍ମାଙ୍କୁ ଯୋଗାଯାଇଛି ।  ରଥଖଳାରେ ରୂପକାରମାନେ ନାଟଗୋଡ଼ ଖୋଦେଇ କରୁଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.