ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅବକାରୀ ବିଭାଗର ଚଢାଉ:୨୪ ଲିଟର ଦେଶୀମଦ ଜବତ,୨ଗିରଫ

Published By : Harapriya Sethi | November 30, 2024 2:51 PM

ଭାପୁର,୩୦/ ୧୧: ଫତେଗଡ ଥାନା ଅନ୍ତର୍ଗତ ବଡସହରା ପଞ୍ଚାୟତରେ ଶନିବାର ଖଣ୍ଡପଡ଼ା ଅବକାରୀ ବିଭାଗ ଚଢାଉ କରି ଦୁଇଟି ଗ୍ରାମରୁ  ୨୪ ଲିଟର ଦେଶି ମଦ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ବଡସହରା ଗ୍ରାମର ନବ ପରିଡ଼ାଙ୍କ (୪୫) ଏବଂ ବାଦଭୂଇଁ ଗ୍ରାମର ପ୍ରକାଶ ବେହେରାଙ୍କ (୨୭) ବୋଲି ଜଣା ପଡ଼ିଛି । ଢେଙ୍କାନାଳ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ବଡସହରା ପଞ୍ଚାୟତରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, କିଛି ଦିନ ତଳେ କଟକ ଅବକାରୀ ବିଭାଗ ଫତେଗଡ ଥାନା ଅଞ୍ଚଳରେ ଚଢ଼ାଉ କରି ଦେଶୀମଦ କାରଖାନା ଠାବ କରିବା ସହ ବିପୁଳ ପରିମାଣର ଦେଶୀମଦ ଜବତ କରିଥିଲେ। ଏହାପରେ ଖଣ୍ଡପଡ଼ା ଅବକାରୀ ବିଭାଗ ସକ୍ରିୟ ହୋଇ ଉଠିଛି । ଶନିବାର ଖଣ୍ଡପଡ଼ା ଅବକାରୀ ବିଭାଗର ଅଧିକାରୀ ଦୀପକ କୁମାର ଜେନା କୈାଣସି ସୂତ୍ରରୁ ସୂଚନା ପାଇଁ ତାଙ୍କ ନେତୃତ୍ବରେ ବଡସହରା ଗ୍ରାମରେ ଚଢ଼ାଉ କରିଥଲେ । ଏହି ଚଢାଉରେ ଗ୍ରାମର ନବ ପରିଡ଼ାଙ୍କ ନିକଟରୁ ୧୧ ଲିଟର ଦେଶୀମଦ ଜବତ କରିଥିଲେ । ସେହି ପଞ୍ଚାୟତର ବାଦଭୂଇଁ ଗ୍ରାମରେ ଚଢ଼ାଉ କରି ପ୍ରକାଶ ବେହେରାଙ୍କ ନିକଟରୁ ୧୩ ଲିଟର ଦେଶୀମଦ ଜବତ କରିଥିଲେ । ଚୋରା ମଦ କାରବାରରେ ନବ ଓ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗର ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଶ୍ରୀ ଜେନାଙ୍କ ସହ ଲକ୍ଷ୍ମୀଧର ବେହେରା, ପ୍ରତ୍ୟୁଷ ରଞ୍ଜନ ଦେହୁରୀ ଏବଂ ମିତାରାଣୀ ନାଏକ ପ୍ରମୁଖ ସାମିଲ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.