ଭୁବନେଶ୍ୱର, ୧୦/୭ : ଆସନ୍ତାକାଲି ଭୁବନେଶ୍ୱର ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକ, ବଜାରରେ ରାହୁଲଙ୍କ ଫଟୋ ଥିବା ହୋଡିଂ ଛାଇଗଲାଣି । ଯୁଆଡ଼େ ଚାହିଁବ ସିଆଡ଼େ ରାହୁଲଙ୍କ ପୋଷ୍ଟର । ଗୋଟିଏ ପଟେ ରାହୁଲଙ୍କ ସମାବେଶ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବାବେଳେ ଅନ୍ୟପଟେ କଂଗ୍ରେସର କର୍ମୀମାନେ ପ୍ରଚାର ପ୍ରସାରରେ ବ୍ୟସ୍ତ ଅଛନ୍ତି ।
ସୋସିଆଲ ମିଡ଼ିଆରେ ମଧ୍ୟ ପ୍ରଚାର ଜୋରଦାର ଚାଲିଛି । ଏୟାରପୋର୍ଟରୁ ନେଇ ଏଜି, ଫାୟାର ଷ୍ଟେସନ, ବରମୁଣ୍ଡା, ମାଷ୍ଟରକ୍ୟାଣ୍ଟିନ, କଂଗ୍ରେସ ଭବନ ପର୍ଯ୍ୟନ୍ତ ଚାରିଆଡ଼େ ବିଶାଳ ହୋଡ଼ିଂ ଲାଗିଛି । ଏହା ଯୋଗେ ସମ୍ବିଧାନ ବଞ୍ଚାଅ ସମାବେଶର ପ୍ରଚାର ଚାଲିଥିବାବେଳେ ରାହୁଲଙ୍କ ସ୍ୱାଗତ ପାଇଁ କଂଗ୍ରେସ ସମସ୍ତ ପ୍ରସ୍ତୁତି ଶେଷ କରିଛି ।