ପ୍ରମୂଖ ଖବର
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆମେ ଆପଣଙ୍କୁ ଆଦିବାସୀ କହୁଛୁ, ବିଜେପି ଆପଣଙ୍କୁ ବନବାସୀ ଡାକୁଛି’, ଝାଡ଼ଖଣ୍ଡରେ କହିଲେ ରାହୁଲ ଗାନ୍ଧୀ

Published By : Gurupada Nath | November 9, 2024 4:48 PM

ରାଞ୍ଚି,୯/୧୧ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଝାଡ଼ଖଣ୍ଡରେ ନିର୍ବାଚନୀ ପ୍ରଚାର କରୁଛନ୍ତି । ଶନିବାର ସେ କେତେକ ଜନସଭାକୁ ସମ୍ବୋଧିତ କରିଛନ୍ତି । ରାହୁଲ ଗାନ୍ଧୀ ରାଲିରେ ‘ଝାଡ଼ଖଣ୍ଡ ଲାଗି ଇଣ୍ଡିଆର ୭ପ୍ରତିଶ୍ରୁତି ’ କହିଛନ୍ତି । ପିଏମ୍ ମୋଦୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ଦଳିତଙ୍କ ପାଖକୁ ଯାଇ ନଥାନ୍ତି । କେବଳ ବ୍ୟବସାୟୀଙ୍କ ପରିବାରର ବିବାହରେ ଯାଇଥାନ୍ତି ।

ଧନବାଦରେ ରାହୁଲ ଗାନ୍ଧୀ ଅଭିଯୋଗ ଲଗାଇଛନ୍ତି କି ପିଏମ୍ କେବେ ବି ଦଳିତ, ଆଦିବାସୀଙ୍କ ନିକଟକୁ ଯାଇନଥାନ୍ତି । ସେ କେବଳ ଉଦ୍ୟୋଗପତି ପରିବାରର ସଦସ୍ୟଙ୍କ ବିବାହରେ ସାମିଲ ହୋଇଥାନ୍ତି । ସେ କହିଥିଲେ କି ଜାତି ଜନଗଣନାରୁ ଜଣାପଡ଼ିବା ଆବଶ୍ୟକ କି ଦେଶର ସମ୍ପତ୍ତି କିଭଳି ଭାବେ ଭାଗ କରାଯିବ । 

ସେ କହିଥିଲେ କି ଆମେ ଆପଣଙ୍କୁ ‘ଆଦିବାସୀ’ କହୁଛୁ କିନ୍ତୁ ବିଜେପି ଆପଣଙ୍କୁ ‘ବନବାସୀ’ କହୁଛି । ଆଦିବାସୀ ମାନେ ହେଉଛନ୍ତି ଦେଶର ପ୍ରଥମ ମାଲିକ, ସେହିଭଳି ବନବାସୀ ଅର୍ଥ ଅଟେ କି ଦେଶରେ ଆପଣଙ୍କ କୌଣସି  ଅଧିକାରୀ ନାହିଁ । ସେ ଧିରେ ଧିରେ ଆପଣଙ୍କ ଜଙ୍ଗଲ ଆପଣଙ୍କଠାରୁ ଛଡ଼ାଉଛନ୍ତି । କିନ୍ତୁ ଆମେ ଚାହୁଁଛୁ କି ଜଳ, ଜଙ୍ଗଲ, ଜମି ଉପରେ ଆପଣଙ୍କ ପ୍ରଥମ ଅଧିକାର ରହୁ । ତା’ର ସୁଫଳ ଆପଣଙ୍କୁ ମିଳିବା ଆବଶ୍ୟକ । 

ବାଘମାରାରେ ରାହୁଲ ଗାନ୍ଧୀ କହିଥିଲେ କି,‘ଆମ ଘୋଷଣାପତ୍ରରେ ଝାଡ଼ଖଣ୍ଡ ଲାଗି ଇଣ୍ଡିଆର ୭ ପ୍ରତିଶ୍ରୁତି ଅଛି । ଖାଦ୍ୟ ସୁରକ୍ଷାର ଗ୍ୟାରେଣ୍ଟି, ୧୯୩୨ଆଧାରିତ ଗ୍ୟାରେଣ୍ଟି, ମା’କୁ ସମ୍ମାନର ଗ୍ୟାରେଣ୍ଟି, ସାମାଜିକ ନ୍ୟାୟର ଗ୍ୟାରେଣ୍ଟି, ରୋଜଗାର ଏବଂ ସ୍ବାସ୍ଥ୍ୟ ସୁରକ୍ଷାର ଗ୍ୟାରେଣ୍ଟି, ଶିକ୍ଷାର ଗ୍ୟାରେଣ୍ଟି, କୃଷକ କଲ୍ୟାଣର ଗ୍ୟାରେଣ୍ଟି‘ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.