ପ୍ରମୂଖ ଖବର
  • ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ
  • ||
  • ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
  • ||
  • ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
  • ||
  • ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ଶେଷ ଦିନ, ୧୦ଟି ସେସନ୍‌ ଉପରେ ହେବ ଆଲୋଚନା
  • ||
  • ଜନତା ମଇଦାନ ସମ୍ମୁଖରେ କାର୍‌ ଦୁର୍ଘଟଣାଗ୍ରସ୍ତ, ଏୟାରବ୍ୟାଗ୍‌ ବଞ୍ଚାଇଦେଲା ୨ ଜୀବନ
  • ||

ପ୍ରଫେସର (ଡାକ୍ତର) ଅଶୋକ ମହାପାତ୍ରଙ୍କୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସମ୍ବର୍ଦ୍ଧନା

Published By : Prameya | January 27, 2025 6:58 PM

ଭୁବନେଶ୍ୱର ୨୭/୦୧ : ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର  ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ କରାଯିବା ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜ ରଞ୍ଜନ ନାୟକ ସୋମବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି 

ଏମ୍‌ସ ନୁଆଦିଲ୍ଲୀର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବା ସହ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ରହିଥିବା ପ୍ରଫେସର ମହାପାତ୍ର ସୋଆର କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ପ୍ରଫେସର ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇ ପ୍ରଫେସର ନାୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ଦେଶ ପ୍ରତି ଅବଦାନ ଅତୁଳନନୀୟ ବୋଲି କହିଥିଲେ । ଏହି ସମ୍ମାନ ସୋଆ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ବୋଲି ସେ କହିଥିଲେ । 

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଏବଂ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.