ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦେଶର ପ୍ରଥମ ମଡର୍ଣ୍ଣ ଗୋ-ଶାଳାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ , ୧୦୦ଟନ୍‌ ଗୋବରରେ ପ୍ରତିଦିନ ତିଆରି ହେବ ୩ ଟନ ସିଏନଜି

Published By : Prameya | October 1, 2024 9:44 PM

ଗ୍ୱାଲିୟର : ଦେଶର ପ୍ରଥମ ଆଧୁନିକ ଓ ଆତ୍ମ-ନିର୍ଭର ଗୋ-ଶାଳାର ହେବ ଶୁଭାରମ୍ଭ। ମଧ୍ୟ ପ୍ରଦେଶର ଗ୍ୱାଲିୟର ସହରରେ ନିର୍ମିତ ହୋଇଥିବା ଏହି ଗୋ-ଶାଳା ଲୋକାର୍ପଣ ପାଇଁ ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଅକ୍ଟୋବର ସକାଳ ୧୦ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ,ଲାଲ୍‌ ଟିପାରା ସ୍ଥିତ ଏହି ନୂଆ ବାୟୋ ସିଏନଜି ପ୍ଲାଣ୍ଟ ଲୋକାର୍ପଣ କରିବେ। 

ଉକ୍ତ ଗୋ-ଶାଳାରେ ଇଣ୍ଡିଆନ ଅଏଲ୍‌ କର୍ପୋରେସନ (ଆଇଓସି)ର ସହଯୋଗରେ ୨ହେକ୍ଟର କ୍ଷେତ୍ରରେ ବାୟୋ ସିଏନଜି ପ୍ଲାଣ୍ଟ ସ୍ଥାପିତ ହୋଇ ଯାଇଛି। ଏହି ପ୍ଲାଣ୍ଟର ପରିଚାଳନା ପାଇଁ ୧୦୦ଟନ୍ ଗୋବରର ବ୍ୟବହାର କରି ପ୍ରତିଦିନ ୩ ଟନ ଯାଏ ସିଏନଜି ଓ ସବୁଠୁ ଭଲ କ୍ୱାଲିଟିର ଜୈବିକ ସାର ୨୦ ଟନ୍‌ ମିଳିବ। ଇଣ୍ଡିଆନ ଅଏଲ କର୍ପୋରେସନ ପ୍ଲାଣ୍ଟର ପରିଚାଳନା ଓ ରକ୍ଷଣାବେକ୍ଷଣରେ ମଧ୍ୟ ସାହାଯ୍ୟ କରିବ।

ଏହି ଗୋ-ଶାଳା ଇଣ୍ଡିଆନ ଅଏଲ କର୍ପୋରେସନର ସାମାଜିକ ଦାୟିତ୍ୱ ନିଧିରେ ୩୨ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହୋଇଛି। ଭବିଷ୍ୟତରେ ଏହାର ବିସ୍ତାରକୁ ଦୃଷ୍ଟିରେ ରଖି ଏକ ହେକ୍ଟରର ଭୂମି ସଂରକ୍ଷିତ ରଖା ଯାଇଛି। ଗୋଶାଳାକୁ ଆହୁରି ବିସ୍ତାର କରିବାରେ ସାଂସଦ ନିଧିର ୨ ହଜାର ଗାଈଙ୍କ ପାଇଁ ଆଧୁନିତ ଶେଡ୍‌ ନିର୍ମାଣ ପାଇଁ ୨ହଜାର କୋଟି ଟଙ୍କାର ରାଶି ଦିଆଯାଇଛି। 

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ବେଷ୍ଟ ଟୁ ୱେଲଥ୍‌ର ବିକାଶ ଦର୍ଶନ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ ସନ୍ଥ ସମୂହ ପ୍ରତି ମଧ୍ୟ କୃତଜ୍ଞତା ଜଣାଇଛନ୍ତି , ଯିଏ କି ଗୋ-ମାତାଙ୍କର ସେବା କରୁଛନ୍ତି। ରାଜ୍ୟ ସରକାର ଏହି ପ୍ରୟାସର ବିସ୍ତାର ପାଇଁ ପୂରା ସହଯୋଗ କରିବେ । 

ଉଲ୍ଲେଖନୀୟ ଯେ, ଇନ୍ଦୋରରେ ଏସିଆର ସବୁଠୁ ବଡ଼ ସିଏନଜି ପ୍ଲାଣ୍ଟ ପରିଚାଳିତ ହେଉଛି। ଏହାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.